ଓଡ଼ିଆ ସିନେମା ଗୀତ - 'ମଧୁର ଏ ଚାନ୍ଦ ରାତି'
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=8ewIbcCtWwU
![]() |
ଚିତ୍ର - 'ଚନ୍ଦ୍ରାଲୋକରେ ବୁଲୋଁ ବନ୍ଦର' (୧୮୬୯) ଫରାସୀ ଚିତ୍ରକର ଏଡୁଆଡ୍ ମାନେ (୧୮୩୨-୧୮୮୩) (ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍) |
ସଙ୍ଗୀତ - ଶ୍ରୀକୁମାର
ଗୀତ - ସାରଦା ପ୍ରସନ୍ନ ନାୟକ
ଗାୟନ - ନିର୍ମଳା ମିଶ୍ର
ମଧୁର ଏ ଚାନ୍ଦ ରାତି ହସେ ତାରା ଗଗନେ
ଉଛୁଳେ ଯମୁନା ଛାତି ମିଳନର ଲଗନେ
ଯାଅନା କାହ୍ନୁ ଯାଅନା
ବେଣୁତାନେ ମାରି ଛୁରି ମାରି ଆଡ଼ ନୟନ
ଲୁଚି ଖେଳ ଲୁଚକାଳି ଜାଳିଦେଲ ପରାଣ
ଅଭିମାନୀ ମାନିନୀ ମୁଁ ପୀରତିରେ ମଗନ
ଯାଅନା କାହ୍ନୁ ଯାଅନା
ଅଙ୍ଗେ ଅଙ୍ଗେ ଉଜାଗର ଯଉବନ ଜୁଆର
ନିଅ ତୋଳି ନିଅ ପାଶେ ଆତୁରେ ମୁଁ କାତର
ବିତିଯାଏ ଚାନ୍ଦରାତି କୋଳେ ତୋଳି ନିଅନା
ଯାଅନା କାହ୍ନୁ ଯାଅନା
ଯାଅନା କାହ୍ନୁ ଯାଅନା
ଉଛୁଳେ ଯମୁନା ଛାତି ମିଳନର ଲଗନେ
ଯାଅନା କାହ୍ନୁ ଯାଅନା
ନା ନା
ଯାଅନା କାହ୍ନୁ ଯାଅନା
No comments:
Post a Comment