Friday, September 01, 2017

ସାନ୍ତାଳୀ ଲୋକ କବିତା - 'କୋଇଲିକୁ'


ସଙ୍ଗ୍ରହକ - ବ୍ରହ୍ମାନନ୍ଦ ଦାସ 


ଅଷ୍ଟ୍ରେଲିଆର କୋଇଲି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

କୋଇଲି,
ନୂଆ ନୂଆ କଅଁଳ ପତ୍ର
ଆଢ଼ୁଆଳେ ଥାଇ
କାହାପାଇଁ ଗୀତ ଗାଉଚୁ
ଏଡ଼େ ଉଚ୍ଚ ସ୍ୱରରେ ଆକୁଳ ପ୍ରାଣରେ ?

କୋଇଲି,
ମୋର ବି ସାଥି ନାହିଁ
ମୁଁ କାନ୍ଦୁଚି ଦିନ ରାତି
ଠିକ୍ ତୋରି ପରି

ମୁଁ କାନ୍ଦୁଚି ମୋର
ପହିଲି ଯୌବନରେ ।

ଉତ୍ସ - ବ୍ରହ୍ମାନନ୍ଦ ଦାସ କୃତ 'ପୃଥିବୀର ଆଦିବାସୀ ଲୋକ କବିତା' । କଟକସ୍ଥ ପାଇନ୍ ବୁକ୍ସ୍ ଦ୍ୱାରା ୧୯୯୪ ମସିହାରେ ପ୍ରକାଶିତ ପ୍ରଥମ ସଂସ୍କରଣ ।

No comments:

Post a Comment