Tuesday, September 12, 2017

ପାଲି ଧମ୍ମପଦ (୬୭) ର ଓଡ଼ିଆ  ପଦ୍ୟାନୁବାଦ

୮ ବାଳବଗ୍ଗୋ (ବାଳ ବର୍ଗ)


ଇଣ୍ଡୋନେସିଆର ଯବ ଦ୍ୱୀପର ପ୍ରଜ୍ଞାପାରମିତାଙ୍କର ପ୍ରତିମୂର୍ତ୍ତି
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଯେଉଁ କାମ କରି ଜଣେ ହୁଏ ଅନୁତପ୍ତ
ନିଶ୍ଚିତ ଭାବରେ ତାହା ନୁହଇଁ କର୍ତ୍ତବ୍ୟ ।

ବିପାକ ଫଳକୁ ଯାର ଅଶ୍ରୁମୁଖ ହୋଇ
ରୋଦନ କରିଣ ଭୋଗ କରିତେ ପଡ଼ଇ ।୮। 

ନ ତଂ କମ୍ମ କତଂ ସାଧୁ ଯଂ କତ୍ୱା ଅନୁତପ୍ପତି ।
ଯସ ଅସ୍ୱୁମୁଖୋ ରୋଦଂ ବିପାକଂ ପଟିବେସତି ।୮।

ନ ତତ୍ କର୍ମ୍ମ କୃତଂ ସାଧୁ ୟତ୍ କୃତ୍ୱା ଅନୁତପ୍ୟତେ ।
ୟସ୍ୟ ଅଶ୍ରୁମୁଖୋ ରୁଦନ୍ ବିପାକଂ ପ୍ରତିସେବତେ ।୮।

No comments:

Post a Comment