Sunday, September 23, 2018

ଲାଓଜ଼ିଙ୍କର ଦାଓ ଜେ ଜିଙ୍ଗ୍ - ୧୧

ଅନୁବାଦ - ଜ୍ୟୋତି ନନ୍ଦ


ଚିତ୍ର - 'କଲର୍ ହ୍ୱିଲ୍' (୧୯୧୩-୧୯୧୪ ମସିହାରେ ଅଙ୍କିତ)
ଚିତ୍ରକର- ଅଗଷ୍ଟ ମାକି (୧୮୮୭-୧୯୧୪)

୧୧
ଶୂନ୍ୟତାର ଫଳାଫଳ
ଚକ ଭିତରେ ଅଛି ସ୍ପୋକ୍
ବୃତ୍ତରେ ଶୂନ୍ୟତା
ଫଳାଫଳ ଗତି
ଚକଟାମାଟିରୁ ପାତ୍ର ତିଆରି
ଏ ତିଆରି କରେ ଶୂନ୍ୟତା
ଯାହା ଆମ ପ୍ରୟୋଜନ ଦୂର କରେ ।

ଘର ପାଇଁ ମସୃଣ କରାଯାଏ କାଠ
ଭିତରେ ତାହାର ଶୂନ୍ୟତା
ଫଳାଫଳ ଗୃହବାସ
ଆମେ ସତ୍ତା ସହ ଲିପ୍ତ ଥାଉ
ଯାହା ନାହିଁ ତା'କୁ କରି ଥାଉ ବ୍ୟବହାର।

ବି. ଦ୍ର.: ପ୍ରସିଦ୍ଧ ଦାର୍ଶନୀକ ଲାଓଜ଼ି ଙ୍କର ଜନ୍ମ ଖ୍ରୀ.ପୂ. ଷଷ୍ଠରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ଚୀନ ଦେଶରେ । ତାଙ୍କର ଏକମାତ୍ର ପୁସ୍ତକ ଉପଲବ୍ଧ, ଯାହାର ନାଆଁ ହେଉଛି "ଦାଓ ଦେ ଜିଙ୍ଗ୍"। ଏଥିରେ ଏକାଅଶିଟି ଅନୁଚ୍ଛେଦ ରହିଛି, ଯାହାର କିଛି ଅଂଶର ଅନୁସୃଜନ ଆପଣମାନଙ୍କ ନିକଟରେ ଏବେ । ଲାଓଜ଼ି ଙ୍କୁ ଅନୁବାଦ କରିବାରେ ଏକ ବିହ୍ୱଳତା ଓ ଅତ୍ୟୁତ୍ସାହ ଯୋଗୁ ଯେଉଁ ତୃଟି ତାହାକୁ ମାର୍ଜନା କରିବେ । ତାଓ ଏକ ଧାର୍ମିକ ମତବାଦ ନୁହଁ । ଏହା ଏକ ରହସ୍ୟବାଦୀ ମତବାଦ । ସେ ସମୟରେ ଜଣେ "ଦାଓ ଈଶ୍ୱରଙ୍କ ଠାରୁ ପ୍ରବୀଣ" ବୋଲି କହିପାରିବାର ଧୃଷ୍ଟତା କରି ପାରିବାରେ ତାହାର ସାମର୍ଥ୍ୟ ରହିଛି ବୋଲି ବିଚାରଟିକୁ ଆପଣମାନଙ୍କ ଆଗରେ ରଖୁଛି । ବିଶ୍ୱ-ପ୍ରତିବିଶ୍ୱ, ପ୍ରକାଶ୍ୟ-ଅପ୍ରକାଶ୍ୟ, ସତ୍ୟ-ମିଥ୍ୟା ଓ ସତ୍ତା-ଅସତ୍ତାର ଅବବୋଧକୁ ଅନୁସୃଜନ କଲା ବେଳେ ମୋତେ ବାରମ୍ବାର ଲାଗିଛି ଲାଓଜ଼ି ଯେମିତି ଆମ ସମୟର ଜଣେ ଚିନ୍ତକ । ଯେମିତି ସେ ଉତ୍ତର-ଆଧୁନିକ ଆଉ ଉତ୍ତର-ସତ୍ୟର କଥା ନିଜ ବାଟରେ କହୁଛନ୍ତି ।କହିବାରେ ଟିକିଏ ବୋଲି ଆବିଳତା ନାହିଁ । ଆମ ପୃଥିବୀ ସତରେ ଖୁବ୍ ସୁନ୍ଦର । ଏହି ଭଳି ଗୁରୁମାନେ ପୃଥିବୀର ସମସ୍ତ ସୁନ୍ଦରପଣକୁ ଆମର ସୂର୍ଯ୍ୟ ସମେତ ସବୁ ଗ୍ରହ-ନକ୍ଷତ୍ର, ଯାବତୀୟ ପାର୍ଥିବ ବିଭାବ ସହ ଠିକ୍ ଭାବରେ ଦେଖିଯିବା ପାଇଁ ଆମକୁ ଆଖିଟିମାନ ଦେଇ ଯାଇଛନ୍ତି । ପୃଥିବୀରେ ଜନ୍ମିବାର ଏଇଟି ଏକମାତ୍ର ସୌଭାଗ୍ୟ । ଲାଓଜ଼ି ଶବ୍ଦଟିର ମାଣ୍ଡାରିନ ଭାଷାରେ ଅର୍ଥ ହେଉଛି 'ବୃଦ୍ଧ-ତରୁଣ' । ସେଥିରେ ଅନେକେ ଖୁସି ହେବେ ।

Thursday, September 20, 2018

ଲାଓଜ଼ିଙ୍କର ଦାଓ ଜେ ଜିଙ୍ଗ୍ - ୧୦

ଅନୁବାଦ - ଜ୍ୟୋତି ନନ୍ଦ


ଚିତ୍ର - 'ଫିଲୋସଫର୍ ଇନ୍ ମେଡ଼ିଟେସନ୍' (୧୬୩୨ ମସିହାରେ ଅଙ୍କିତ)
ଚିତ୍ରକର - ରେମ୍ବ୍ରାଁ (୧୬୦୬-୧୬୬୯)

୧୦
ବଡ଼ ଗୁଣ
ତମେ କ'ଣ ରଖି ପାରିବ ମନକୁ ସଦାସର୍ବଦା ରଞ୍ଜିତ;
ସର୍ବଦା ଏକନିଷ୍ଟ ସଦା ସ୍ଥିର ?

ଧାରଣ କରି ପାରିବ ଦେହଟିଏ ଶିଶୁର ଯିଏ,
ଏଇ ମାତ୍ର ଦେଖିଲା ଆଲୁଅ;
ପରିଚ୍ଛନ୍ନ ରଖିପାର କ'ଣ ତମ ମନୋଦୃଷ୍ଟି,
ନ ଦେଖି କିଛି ଯାହା ଆଲୋକିତ ଥିଲା ପୂର୍ବେ ?

ଭଲପାଇ ପାରିବ କି ମଣିଷକୁ
ତମର ଇଚ୍ଛାର ବୋଝ ନ ବଢ଼ା ମୁଣ୍ଡ ଉପରକୁ ତା'ର ?
ଦେବ କି ସୁଯୋଗ, ପୂର୍ଣ୍ଣ ହେବ ଜଟିଳତା ସବୁ ?

ପ୍ରତ୍ୟାଶାବିହୀନ କାର୍ଯ୍ୟ;
ନିୟନ୍ତ୍ରଣବିହୀନ ନେତୃତ୍ୱ;
ଅଧିକାରବିହୀନ ଅର୍ଜନ;
ଏ ସବୁ ତ ସବୁଠାରୁ ବଡ଼ ଗୁଣ।

ବି. ଦ୍ର.: ପ୍ରସିଦ୍ଧ ଦାର୍ଶନୀକ ଲାଓଜ଼ି ଙ୍କର ଜନ୍ମ ଖ୍ରୀ.ପୂ. ଷଷ୍ଠରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ଚୀନ ଦେଶରେ । ତାଙ୍କର ଏକମାତ୍ର ପୁସ୍ତକ ଉପଲବ୍ଧ, ଯାହାର ନାଆଁ ହେଉଛି "ଦାଓ ଦେ ଜିଙ୍ଗ୍"। ଏଥିରେ ଏକାଅଶିଟି ଅନୁଚ୍ଛେଦ ରହିଛି, ଯାହାର କିଛି ଅଂଶର ଅନୁସୃଜନ ଆପଣମାନଙ୍କ ନିକଟରେ ଏବେ । ଲାଓଜ଼ି ଙ୍କୁ ଅନୁବାଦ କରିବାରେ ଏକ ବିହ୍ୱଳତା ଓ ଅତ୍ୟୁତ୍ସାହ ଯୋଗୁ ଯେଉଁ ତୃଟି ତାହାକୁ ମାର୍ଜନା କରିବେ । ତାଓ ଏକ ଧାର୍ମିକ ମତବାଦ ନୁହଁ । ଏହା ଏକ ରହସ୍ୟବାଦୀ ମତବାଦ । ସେ ସମୟରେ ଜଣେ "ଦାଓ ଈଶ୍ୱରଙ୍କ ଠାରୁ ପ୍ରବୀଣ" ବୋଲି କହିପାରିବାର ଧୃଷ୍ଟତା କରି ପାରିବାରେ ତାହାର ସାମର୍ଥ୍ୟ ରହିଛି ବୋଲି ବିଚାରଟିକୁ ଆପଣମାନଙ୍କ ଆଗରେ ରଖୁଛି । ବିଶ୍ୱ-ପ୍ରତିବିଶ୍ୱ, ପ୍ରକାଶ୍ୟ-ଅପ୍ରକାଶ୍ୟ, ସତ୍ୟ-ମିଥ୍ୟା ଓ ସତ୍ତା-ଅସତ୍ତାର ଅବବୋଧକୁ ଅନୁସୃଜନ କଲା ବେଳେ ମୋତେ ବାରମ୍ବାର ଲାଗିଛି ଲାଓଜ଼ି ଯେମିତି ଆମ ସମୟର ଜଣେ ଚିନ୍ତକ । ଯେମିତି ସେ ଉତ୍ତର-ଆଧୁନିକ ଆଉ ଉତ୍ତର-ସତ୍ୟର କଥା ନିଜ ବାଟରେ କହୁଛନ୍ତି ।କହିବାରେ ଟିକିଏ ବୋଲି ଆବିଳତା ନାହିଁ । ଆମ ପୃଥିବୀ ସତରେ ଖୁବ୍ ସୁନ୍ଦର । ଏହି ଭଳି ଗୁରୁମାନେ ପୃଥିବୀର ସମସ୍ତ ସୁନ୍ଦରପଣକୁ ଆମର ସୂର୍ଯ୍ୟ ସମେତ ସବୁ ଗ୍ରହ-ନକ୍ଷତ୍ର, ଯାବତୀୟ ପାର୍ଥିବ ବିଭାବ ସହ ଠିକ୍ ଭାବରେ ଦେଖିଯିବା ପାଇଁ ଆମକୁ ଆଖିଟିମାନ ଦେଇ ଯାଇଛନ୍ତି । ପୃଥିବୀରେ ଜନ୍ମିବାର ଏଇଟି ଏକମାତ୍ର ସୌଭାଗ୍ୟ । ଲାଓଜ଼ି ଶବ୍ଦଟିର ମାଣ୍ଡାରିନ ଭାଷାରେ ଅର୍ଥ ହେଉଛି 'ବୃଦ୍ଧ-ତରୁଣ' । ସେଥିରେ ଅନେକେ ଖୁସି ହେବେ ।

Tuesday, September 18, 2018

ଲାଓଜ଼ିଙ୍କର ଦାଓ ଜେ ଜିଙ୍ଗ୍ - ୯

ଅନୁବାଦ - ଜ୍ୟୋତି ନନ୍ଦ


ଚିତ୍ର - 'ପ୍ରଜାପତିର ସ୍ୱପ୍ନ ଦେଖୁଥିବା ଝୁଆଂଜ଼ି' (ଷୋଡ଼ଶ ଶତାବ୍ଦୀ)
ଚିତ୍ରକର - ଲୁ ଝି (୧୪୯୬ - ୧୫୭୬)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଯଦି ପାତ୍ର ଭରି ଯାଏ ବେଶି
ଯଦି ପାତ୍ର ଭରିଯାଏ ବେଶି
ଉଛୁଳି ପଡିବ;
ଯଦି ବେଶି ଶାଣ ଦିଅ ଛୁରୀଟିରେ,
ଦେଖିବ, ଛୁରୀଟି ଆଉ ଧାର ନାହିଁ ।

ଅର୍ଥ ଆଉ ନିରାପତ୍ତା ପାଇଁ ଯଦି ବେଶି ବେଶି ପାଗଳ ହୁଅ,
ତାହା ପରେ ତମେ ଖୋଜି ପାଇବନି ତମର ହୃଦୟକୁ;
ଯଦି ଗ୍ରାସ କର ଜନଋଚି,
ହୋଇଯିବ ତମେ କ୍ରୀତଦାସ ଜନତାର ।

କାମ କର ଆଉ ଫେରି ଆସ
ଏହା ହିଁ ପଥ ପାଇବାର ସବୁ କିଛି ।

ବି. ଦ୍ର.: ପ୍ରସିଦ୍ଧ ଦାର୍ଶନୀକ ଲାଓଜ଼ି ଙ୍କର ଜନ୍ମ ଖ୍ରୀ.ପୂ. ଷଷ୍ଠରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ଚୀନ ଦେଶରେ । ତାଙ୍କର ଏକମାତ୍ର ପୁସ୍ତକ ଉପଲବ୍ଧ, ଯାହାର ନାଆଁ ହେଉଛି "ଦାଓ ଦେ ଜିଙ୍ଗ୍"। ଏଥିରେ ଏକାଅଶିଟି ଅନୁଚ୍ଛେଦ ରହିଛି, ଯାହାର କିଛି ଅଂଶର ଅନୁସୃଜନ ଆପଣମାନଙ୍କ ନିକଟରେ ଏବେ । ଲାଓଜ଼ି ଙ୍କୁ ଅନୁବାଦ କରିବାରେ ଏକ ବିହ୍ୱଳତା ଓ ଅତ୍ୟୁତ୍ସାହ ଯୋଗୁ ଯେଉଁ ତୃଟି ତାହାକୁ ମାର୍ଜନା କରିବେ । ତାଓ ଏକ ଧାର୍ମିକ ମତବାଦ ନୁହଁ । ଏହା ଏକ ରହସ୍ୟବାଦୀ ମତବାଦ । ସେ ସମୟରେ ଜଣେ "ଦାଓ ଈଶ୍ୱରଙ୍କ ଠାରୁ ପ୍ରବୀଣ" ବୋଲି କହିପାରିବାର ଧୃଷ୍ଟତା କରି ପାରିବାରେ ତାହାର ସାମର୍ଥ୍ୟ ରହିଛି ବୋଲି ବିଚାରଟିକୁ ଆପଣମାନଙ୍କ ଆଗରେ ରଖୁଛି । ବିଶ୍ୱ-ପ୍ରତିବିଶ୍ୱ, ପ୍ରକାଶ୍ୟ-ଅପ୍ରକାଶ୍ୟ, ସତ୍ୟ-ମିଥ୍ୟା ଓ ସତ୍ତା-ଅସତ୍ତାର ଅବବୋଧକୁ ଅନୁସୃଜନ କଲା ବେଳେ ମୋତେ ବାରମ୍ବାର ଲାଗିଛି ଲାଓଜ଼ି ଯେମିତି ଆମ ସମୟର ଜଣେ ଚିନ୍ତକ । ଯେମିତି ସେ ଉତ୍ତର-ଆଧୁନିକ ଆଉ ଉତ୍ତର-ସତ୍ୟର କଥା ନିଜ ବାଟରେ କହୁଛନ୍ତି ।କହିବାରେ ଟିକିଏ ବୋଲି ଆବିଳତା ନାହିଁ । ଆମ ପୃଥିବୀ ସତରେ ଖୁବ୍ ସୁନ୍ଦର । ଏହି ଭଳି ଗୁରୁମାନେ ପୃଥିବୀର ସମସ୍ତ ସୁନ୍ଦରପଣକୁ ଆମର ସୂର୍ଯ୍ୟ ସମେତ ସବୁ ଗ୍ରହ-ନକ୍ଷତ୍ର, ଯାବତୀୟ ପାର୍ଥିବ ବିଭାବ ସହ ଠିକ୍ ଭାବରେ ଦେଖିଯିବା ପାଇଁ ଆମକୁ ଆଖିଟିମାନ ଦେଇ ଯାଇଛନ୍ତି । ପୃଥିବୀରେ ଜନ୍ମିବାର ଏଇଟି ଏକମାତ୍ର ସୌଭାଗ୍ୟ । ଲାଓଜ଼ି ଶବ୍ଦଟିର ମାଣ୍ଡାରିନ ଭାଷାରେ ଅର୍ଥ ହେଉଛି 'ବୃଦ୍ଧ-ତରୁଣ' । ସେଥିରେ ଅନେକେ ଖୁସି ହେବେ ।

Sunday, September 16, 2018

ଲାଓଜ଼ିଙ୍କର ଦାଓ ଜେ ଜିଙ୍ଗ୍ - ୭

ଅନୁବାଦ - ଜ୍ୟୋତି ନନ୍ଦ


ରାତିରେ ଅନ୍ନପୂର୍ଣ୍ଣା (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ସବୁଥିରୁ ମୁକ୍ତ ଥାଏ ଦାଓ
ଦାଓ ଅସୀମ ଅନନ୍ତ ।

କାହିଁକି ?

କାରଣ ସେ ଗ୍ରହଣ କରେ ନାହିଁ ଜନ୍ମ;
ତେଣୁ, ମୃତ୍ୟୁ ନାହିଁ ତା'ର ।
କାହିଁକି ଅସୀମ ସେ ?
ତାହାର ନାହିଁ ତ କିଛି ନିଜସ୍ୱ ବାସନା ।
ସମସ୍ତଙ୍କ ମଝିରେ ସେ ଆରାମ୍‌ରେ ବସି ଅଛି ।

ତାଓ ମୁକ୍ତ ସବୁଥିରୁ
ଲୁଚାଇ ପାରିବ ସିଏ ନିଜକୁ ନିଜର ଭିତରେ ।

ଗୁରୁ ଅଛନ୍ତି ତ ଅଛି ଦାଓ
ଦାଓ ଏକ ଅନନ୍ୟ ପୂର୍ଣ୍ଣତା ।


ବି. ଦ୍ର.: ପ୍ରସିଦ୍ଧ ଦାର୍ଶନୀକ ଲାଓଜ଼ି ଙ୍କର ଜନ୍ମ ଖ୍ରୀ.ପୂ. ଷଷ୍ଠରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ଚୀନ ଦେଶରେ । ତାଙ୍କର ଏକମାତ୍ର ପୁସ୍ତକ ଉପଲବ୍ଧ, ଯାହାର ନାଆଁ ହେଉଛି "ଦାଓ ଦେ ଜିଙ୍ଗ୍"। ଏଥିରେ ଏକାଅଶିଟି ଅନୁଚ୍ଛେଦ ରହିଛି, ଯାହାର କିଛି ଅଂଶର ଅନୁସୃଜନ ଆପଣମାନଙ୍କ ନିକଟରେ ଏବେ । ଲାଓଜ଼ି ଙ୍କୁ ଅନୁବାଦ କରିବାରେ ଏକ ବିହ୍ୱଳତା ଓ ଅତ୍ୟୁତ୍ସାହ ଯୋଗୁ ଯେଉଁ ତୃଟି ତାହାକୁ ମାର୍ଜନା କରିବେ । ତାଓ ଏକ ଧାର୍ମିକ ମତବାଦ ନୁହଁ । ଏହା ଏକ ରହସ୍ୟବାଦୀ ମତବାଦ । ସେ ସମୟରେ ଜଣେ "ଦାଓ ଈଶ୍ୱରଙ୍କ ଠାରୁ ପ୍ରବୀଣ" ବୋଲି କହିପାରିବାର ଧୃଷ୍ଟତା କରି ପାରିବାରେ ତାହାର ସାମର୍ଥ୍ୟ ରହିଛି ବୋଲି ବିଚାରଟିକୁ ଆପଣମାନଙ୍କ ଆଗରେ ରଖୁଛି । ବିଶ୍ୱ-ପ୍ରତିବିଶ୍ୱ, ପ୍ରକାଶ୍ୟ-ଅପ୍ରକାଶ୍ୟ, ସତ୍ୟ-ମିଥ୍ୟା ଓ ସତ୍ତା-ଅସତ୍ତାର ଅବବୋଧକୁ ଅନୁସୃଜନ କଲା ବେଳେ ମୋତେ ବାରମ୍ବାର ଲାଗିଛି ଲାଓଜ଼ି ଯେମିତି ଆମ ସମୟର ଜଣେ ଚିନ୍ତକ । ଯେମିତି ସେ ଉତ୍ତର-ଆଧୁନିକ ଆଉ ଉତ୍ତର-ସତ୍ୟର କଥା ନିଜ ବାଟରେ କହୁଛନ୍ତି ।କହିବାରେ ଟିକିଏ ବୋଲି ଆବିଳତା ନାହିଁ । ଆମ ପୃଥିବୀ ସତରେ ଖୁବ୍ ସୁନ୍ଦର । ଏହି ଭଳି ଗୁରୁମାନେ ପୃଥିବୀର ସମସ୍ତ ସୁନ୍ଦରପଣକୁ ଆମର ସୂର୍ଯ୍ୟ ସମେତ ସବୁ ଗ୍ରହ-ନକ୍ଷତ୍ର, ଯାବତୀୟ ପାର୍ଥିବ ବିଭାବ ସହ ଠିକ୍ ଭାବରେ ଦେଖିଯିବା ପାଇଁ ଆମକୁ ଆଖିଟିମାନ ଦେଇ ଯାଇଛନ୍ତି । ପୃଥିବୀରେ ଜନ୍ମିବାର ଏଇଟି ଏକମାତ୍ର ସୌଭାଗ୍ୟ । ଲାଓଜ଼ି ଶବ୍ଦଟିର ମାଣ୍ଡାରିନ ଭାଷାରେ ଅର୍ଥ ହେଉଛି 'ବୃଦ୍ଧ-ତରୁଣ' । ସେଥିରେ ଅନେକେ ଖୁସି ହେବେ ।

Friday, September 14, 2018

ଲାଓଜ଼ିଙ୍କର ଦାଓ ଜେ ଜିଙ୍ଗ୍ - ୮

ଅନୁବାଦ - ଜ୍ୟୋତି ନନ୍ଦ

ଚିତ୍ର - ସାକ୍ରାମେଣ୍ଟୋ ନଦୀରେ ସୂର୍ଯ୍ୟାସ୍ତ (୧୮୬୯ ମସିହାରେ ଅଙ୍କିତ)
ଟିତ୍ରକର - ଫର୍ଚ୍ୟୁନାଟୋ ଆରିଓଲା (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)
ଭଲ ଅଛି ଜଳ ମଧ୍ୟେ
ସାର୍ବଭୌମ ଭଲ ଯେମିତି ଜଳ
ଜଳ ଭଳି ସେ ସମସ୍ତଙ୍କ ପ୍ରୟୋଜନରେ ଅଛି
ମଣିଷ ଘୃଣା କରେ ଯେଉଁ ଜଳ, ନୀଚଭୂଇଁର ଜଳ,
ଦାଓ ଯେମିତି ଭୂମିନିମ୍ନ ଜଳ ।

ବାସ କର ସ୍ଥଳର ନିକଟ;
ଚିନ୍ତାକର ସରଳତା ସହ;
ସଙ୍ଘାତରେ ରହି ଥାଅ ସତ ଯେତେଟା ସମ୍ଭବ
ଶାସନ କରୁଥାଅ ନିୟନ୍ତ୍ରଣ ବିନା
ଯେଉଁଥିରେ ଆନନ୍ଦ ମିଳେ କରି ଯାଅ ସଙ୍କୋଚବିହୀନ ।

ପରିବାର ଜୀବନରେ ଉପସ୍ଥିତ ଥାଅ ସବୁବେଳେ;
ଯେତେବେଳେ ଥିବ ତମେ ଯଥେଷ୍ଟ ସରଳ,
ତୁଳନା କରୁ ନ ଥିବ କାହା ସହ କେବେ ଭୁଲରେ;
ହେବ ନାହିଁ କେବେ କାହା ପ୍ରତିଦ୍ୱନ୍ଦୀ;
ଦେଖିବ ସମସ୍ତେ ତମକୁ ଭଲପାଉଛନ୍ତି ସବୁଠୁ ଅଧିକ।

ବି. ଦ୍ର.: ପ୍ରସିଦ୍ଧ ଦାର୍ଶନୀକ ଲାଓଜ଼ି ଙ୍କର ଜନ୍ମ ଖ୍ରୀ.ପୂ. ଷଷ୍ଠରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ଚୀନ ଦେଶରେ । ତାଙ୍କର ଏକମାତ୍ର ପୁସ୍ତକ ଉପଲବ୍ଧ, ଯାହାର ନାଆଁ ହେଉଛି "ଦାଓ ଦେ ଜିଙ୍ଗ୍"। ଏଥିରେ ଏକାଅଶିଟି ଅନୁଚ୍ଛେଦ ରହିଛି, ଯାହାର କିଛି ଅଂଶର ଅନୁସୃଜନ ଆପଣମାନଙ୍କ ନିକଟରେ ଏବେ । ଲାଓଜ଼ି ଙ୍କୁ ଅନୁବାଦ କରିବାରେ ଏକ ବିହ୍ୱଳତା ଓ ଅତ୍ୟୁତ୍ସାହ ଯୋଗୁ ଯେଉଁ ତୃଟି ତାହାକୁ ମାର୍ଜନା କରିବେ । ତାଓ ଏକ ଧାର୍ମିକ ମତବାଦ ନୁହଁ । ଏହା ଏକ ରହସ୍ୟବାଦୀ ମତବାଦ । ସେ ସମୟରେ ଜଣେ "ଦାଓ ଈଶ୍ୱରଙ୍କ ଠାରୁ ପ୍ରବୀଣ" ବୋଲି କହିପାରିବାର ଧୃଷ୍ଟତା କରି ପାରିବାରେ ତାହାର ସାମର୍ଥ୍ୟ ରହିଛି ବୋଲି ବିଚାରଟିକୁ ଆପଣମାନଙ୍କ ଆଗରେ ରଖୁଛି । ବିଶ୍ୱ-ପ୍ରତିବିଶ୍ୱ, ପ୍ରକାଶ୍ୟ-ଅପ୍ରକାଶ୍ୟ, ସତ୍ୟ-ମିଥ୍ୟା ଓ ସତ୍ତା-ଅସତ୍ତାର ଅବବୋଧକୁ ଅନୁସୃଜନ କଲା ବେଳେ ମୋତେ ବାରମ୍ବାର ଲାଗିଛି ଲାଓଜ଼ି ଯେମିତି ଆମ ସମୟର ଜଣେ ଚିନ୍ତକ । ଯେମିତି ସେ ଉତ୍ତର-ଆଧୁନିକ ଆଉ ଉତ୍ତର-ସତ୍ୟର କଥା ନିଜ ବାଟରେ କହୁଛନ୍ତି ।କହିବାରେ ଟିକିଏ ବୋଲି ଆବିଳତା ନାହିଁ । ଆମ ପୃଥିବୀ ସତରେ ଖୁବ୍ ସୁନ୍ଦର । ଏହି ଭଳି ଗୁରୁମାନେ ପୃଥିବୀର ସମସ୍ତ ସୁନ୍ଦରପଣକୁ ଆମର ସୂର୍ଯ୍ୟ ସମେତ ସବୁ ଗ୍ରହ-ନକ୍ଷତ୍ର, ଯାବତୀୟ ପାର୍ଥିବ ବିଭାବ ସହ ଠିକ୍ ଭାବରେ ଦେଖିଯିବା ପାଇଁ ଆମକୁ ଆଖିଟିମାନ ଦେଇ ଯାଇଛନ୍ତି । ପୃଥିବୀରେ ଜନ୍ମିବାର ଏଇଟି ଏକମାତ୍ର ସୌଭାଗ୍ୟ । ଲାଓଜ଼ି ଶବ୍ଦଟିର ମାଣ୍ଡାରିନ ଭାଷାରେ ଅର୍ଥ ହେଉଛି 'ବୃଦ୍ଧ-ତରୁଣ' । ସେଥିରେ ଅନେକେ ଖୁସି ହେବେ ।

ଲାଓଜ଼ିଙ୍କର ଦାଓ ଜେ ଜିଙ୍ଗ୍ - ୬

ଅନୁବାଦ - ଜ୍ୟୋତି ନନ୍ଦ


୧୬୮୧ରେ ଜଣାଥିବା ଦୁନିଆର ମାନଚିତ୍ର (ୱିକିମିଡିଆ କମନ୍ସ୍)

ଦାଓ ଅଛି ଅନ୍ତରେ ତମର
ଦାଓ ଏକ ମହାନ ଜନନୀ
ଶୂନ୍ୟତାମୟ ଯାହାର ସୁଷମା
ଜନ୍ମ ଦିଏ ଅନନ୍ତ ପୃଥିବୀ ।
ଦାଓ ଅଛି ନିଶ୍ଚୟ ଅଛି ଅନ୍ତରେ ତମର
ଗ୍ରହଣ କର ତାହାରେ, ଯେତେବେଳେ ଥିବ
ଯେତେ ପ୍ରୟୋଜନ ।

ବି. ଦ୍ର.: ପ୍ରସିଦ୍ଧ ଦାର୍ଶନୀକ ଲାଓଜ଼ି ଙ୍କର ଜନ୍ମ ଖ୍ରୀ.ପୂ. ଷଷ୍ଠରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ଚୀନ ଦେଶରେ । ତାଙ୍କର ଏକମାତ୍ର ପୁସ୍ତକ ଉପଲବ୍ଧ, ଯାହାର ନାଆଁ ହେଉଛି "ଦାଓ ଦେ ଜିଙ୍ଗ୍"। ଏଥିରେ ଏକାଅଶିଟି ଅନୁଚ୍ଛେଦ ରହିଛି, ଯାହାର କିଛି ଅଂଶର ଅନୁସୃଜନ ଆପଣମାନଙ୍କ ନିକଟରେ ଏବେ । ଲାଓଜ଼ି ଙ୍କୁ ଅନୁବାଦ କରିବାରେ ଏକ ବିହ୍ୱଳତା ଓ ଅତ୍ୟୁତ୍ସାହ ଯୋଗୁ ଯେଉଁ ତୃଟି ତାହାକୁ ମାର୍ଜନା କରିବେ । ତାଓ ଏକ ଧାର୍ମିକ ମତବାଦ ନୁହଁ । ଏହା ଏକ ରହସ୍ୟବାଦୀ ମତବାଦ । ସେ ସମୟରେ ଜଣେ "ଦାଓ ଈଶ୍ୱରଙ୍କ ଠାରୁ ପ୍ରବୀଣ" ବୋଲି କହିପାରିବାର ଧୃଷ୍ଟତା କରି ପାରିବାରେ ତାହାର ସାମର୍ଥ୍ୟ ରହିଛି ବୋଲି ବିଚାରଟିକୁ ଆପଣମାନଙ୍କ ଆଗରେ ରଖୁଛି । ବିଶ୍ୱ-ପ୍ରତିବିଶ୍ୱ, ପ୍ରକାଶ୍ୟ-ଅପ୍ରକାଶ୍ୟ, ସତ୍ୟ-ମିଥ୍ୟା ଓ ସତ୍ତା-ଅସତ୍ତାର ଅବବୋଧକୁ ଅନୁସୃଜନ କଲା ବେଳେ ମୋତେ ବାରମ୍ବାର ଲାଗିଛି ଲାଓଜ଼ି ଯେମିତି ଆମ ସମୟର ଜଣେ ଚିନ୍ତକ । ଯେମିତି ସେ ଉତ୍ତର-ଆଧୁନିକ ଆଉ ଉତ୍ତର-ସତ୍ୟର କଥା ନିଜ ବାଟରେ କହୁଛନ୍ତି ।କହିବାରେ ଟିକିଏ ବୋଲି ଆବିଳତା ନାହିଁ । ଆମ ପୃଥିବୀ ସତରେ ଖୁବ୍ ସୁନ୍ଦର । ଏହି ଭଳି ଗୁରୁମାନେ ପୃଥିବୀର ସମସ୍ତ ସୁନ୍ଦରପଣକୁ ଆମର ସୂର୍ଯ୍ୟ ସମେତ ସବୁ ଗ୍ରହ-ନକ୍ଷତ୍ର, ଯାବତୀୟ ପାର୍ଥିବ ବିଭାବ ସହ ଠିକ୍ ଭାବରେ ଦେଖିଯିବା ପାଇଁ ଆମକୁ ଆଖିଟିମାନ ଦେଇ ଯାଇଛନ୍ତି । ପୃଥିବୀରେ ଜନ୍ମିବାର ଏଇଟି ଏକମାତ୍ର ସୌଭାଗ୍ୟ । ଲାଓଜ଼ି ଶବ୍ଦଟିର ମାଣ୍ଡାରିନ ଭାଷାରେ ଅର୍ଥ ହେଉଛି 'ବୃଦ୍ଧ-ତରୁଣ' । ସେଥିରେ ଅନେକେ ଖୁସି ହେବେ ।

Monday, September 10, 2018

ପାଲି ଧର୍ମପଦ (୯୧) ର ଓଡ଼ିଆ  ପଦ୍ୟାନୁବାଦ

 ୨ ଅରହନ୍ତ ବର୍ଗ


ହଂସବାହନାୠଢ଼ ଯାବନିକ ଦେବୀ ଆଫ୍ରୋଡାଇଟ (ୱିକିମିଡିଆ କମନ୍ସ୍)

ସ୍ମୃତିବନ୍ତ ଜନ କରେ ଉଦ୍ୟମ ନିରତ
ଘରେ ତା'ର କଦାଚିତ ଲାଗେ ନାହିଁ ଚିତ୍ତ ।
ହଂସ ଛାଡ଼ି ଗଲା ପରି କ୍ଷୁଦ୍ର ଯେ ତଡ଼ାଗ
ସ୍ମୃତିବନ୍ତ ସେହିପରି କରେ ଗୃହତ୍ୟାଗ ।୨।   

ଉୟ୍ୟୁଞ୍ଜନ୍ତି ସତୀମନ୍ତୋ ନ ନିକେତେ ରମନ୍ତି ତେ ।
ହ‌ଂସା ବ ପଲ୍ଲଲଂ ହିତ୍ୱା ଓକମୋକଂ ଜହନ୍ତି ତେ ।୨।

ଉଦ୍‌ଯୁଞ୍ଜନ୍ତି ସ୍ମୃତିମନ୍ତୋ ନ ନିକେତେ ରମନ୍ତେ ଚ ।
ହ‌ଂସା ଇବ ପଳ୍ୱଳଂ ହିତ୍ୱା ଓକମୋକଂ ଜହତି ତେ ।୨। 

Saturday, September 08, 2018

ମହାତ୍ମା ଗାନ୍ଧୀଙ୍କର ଆଶ୍ରମ ଭଜନାବଳୀ - 'ନମୋ ନିରଞ୍ଜନ'

କବି - ଗୋପବନ୍ଧୁ ଦାସ


ଚିତ୍ର - 'ମୋନ୍‌ଫେଲ୍ଡ୍'
ଚିତ୍ରକର - କାର୍ଲ ହାଗ୍‌ମାଇଷ୍ଟର (୧୮୪୮-୧୯୩୩)

ନମୋ ନିରଞ୍ଜନ ନିଖିଳ ନିଦାନ
ବ୍ୟାପ୍ତ ସର୍ବ ଚରାଚରେ ।
ପ୍ରଭୁ ଦୟାମୟ ମଙ୍ଗଳ ଆଳୟ 
ଜୟ ଜଗଦୀଶ ହରେ ।୧।

ନମୋ ନିରାକାର ସର୍ବ ବିଶ୍ୱାଧାର
ବ୍ୟକ୍ତ ବାହ୍ୟ ଅଭ୍ୟନ୍ତରେ ।
ପ୍ରଭୁ ବିଶ୍ୱପତି ଅଗତିର ଗତି
ଜୟ ଜଗଦୀଶ ହରେ ।୨।

ଧରି ତୁମ୍ଭ ବଳ ବହଇ ଅନିଳ
ଅନ୍ତରୀକ୍ଷେ ନିରନ୍ତରେ
ଆଦେଶେ ଉଦଧି ନ ଲଙ୍ଘେ ଅବଧି
ଜୟ ଜଗଦୀଶ ହରେ ।୩।

ତବ ଦିବ୍ୟ ଜ୍ୟୋତି ପରକାଶେ ନିତି
ଗ୍ରହ ତାରା ନୀଳାମ୍ବରେ
ତବ ପୁଣ୍ୟ ହାସେ କୁସୁମ ବିକଶେ
ଜୟ ଦଗଦିଶ ହରେ ।୪।

ପ୍ରକାଶି କରୁଣା ଯେ ପୁଣ୍ୟ ପ୍ରେରଣା
ଦେଇଅଛ ମୋ ଅନ୍ତରେ ।
କର ତାହା ସିଦ୍ଧି କରୁଣାବାରିଧି
ଜୟ ଜଗଦୀଶ ହରେ ।୫।

Thursday, September 06, 2018

ଲାଓଜ଼ିଙ୍କର ଦାଓ ଜେ ଜିଙ୍ଗ୍ - ୫

ଅନୁବାଦ - ଜ୍ୟୋତି ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଅଟକି ରୁହ କେନ୍ଦ୍ରବିନ୍ଦୁରେ
ଦାଓ ଜନ୍ମ ଦିଏ ଭଲ ଆଉ ମନ୍ଦ
ଦାଓ ଏକ ଉପତ୍ୟକା
ତେବେ ଶୁଣ, କେନ୍ଦ୍ରକୁ ଆସିଛ ଯଦି, 
ଯାହା ନିଏ ନାହିଁ ପକ୍ଷ କାହାର
ଗୁରୁର ନାହିଁ କିଛି ପକ୍ଷ ଏମିତିରେ
ସେ ସନ୍ଥ ଆଉ ପାପୀକୁ ଏକାଠି ସ୍ୱାଗତ କରୁଥାନ୍ତି ।

ଦାଓ ଏକ ଶୂନ୍ୟତା
ଏକ ବିରଳ ଶୂନ୍ୟତା
ଯେତେ ବେଶି ଆଞ୍ଜୁଳାରେ ନେବ ସେତେ ବେଶି ବଢ଼େ
ବାଚାଳ ଯେତେ ବେଶି ହେବ
ସେତେ କମ୍ ପାଇବ ତାହାକୁ ।
ମୃଦୁବାକ୍ ହୋଇଯାଅ ତମେ ।

ବି. ଦ୍ର.: ପ୍ରସିଦ୍ଧ ଦାର୍ଶନୀକ ଲାଓଜ଼ି ଙ୍କର ଜନ୍ମ ଖ୍ରୀ.ପୂ. ଷଷ୍ଠରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ଚୀନ ଦେଶରେ । ତାଙ୍କର ଏକମାତ୍ର ପୁସ୍ତକ ଉପଲବ୍ଧ, ଯାହାର ନାଆଁ ହେଉଛି "ଦାଓ ଦେ ଜିଙ୍ଗ୍"। ଏଥିରେ ଏକାଅଶିଟି ଅନୁଚ୍ଛେଦ ରହିଛି, ଯାହାର କିଛି ଅଂଶର ଅନୁସୃଜନ ଆପଣମାନଙ୍କ ନିକଟରେ ଏବେ । ଲାଓଜ଼ି ଙ୍କୁ ଅନୁବାଦ କରିବାରେ ଏକ ବିହ୍ୱଳତା ଓ ଅତ୍ୟୁତ୍ସାହ ଯୋଗୁ ଯେଉଁ ତୃଟି ତାହାକୁ ମାର୍ଜନା କରିବେ । ତାଓ ଏକ ଧାର୍ମିକ ମତବାଦ ନୁହଁ । ଏହା ଏକ ରହସ୍ୟବାଦୀ ମତବାଦ । ସେ ସମୟରେ ଜଣେ "ଦାଓ ଈଶ୍ୱରଙ୍କ ଠାରୁ ପ୍ରବୀଣ" ବୋଲି କହିପାରିବାର ଧୃଷ୍ଟତା କରି ପାରିବାରେ ତାହାର ସାମର୍ଥ୍ୟ ରହିଛି ବୋଲି ବିଚାରଟିକୁ ଆପଣମାନଙ୍କ ଆଗରେ ରଖୁଛି । ବିଶ୍ୱ-ପ୍ରତିବିଶ୍ୱ, ପ୍ରକାଶ୍ୟ-ଅପ୍ରକାଶ୍ୟ, ସତ୍ୟ-ମିଥ୍ୟା ଓ ସତ୍ତା-ଅସତ୍ତାର ଅବବୋଧକୁ ଅନୁସୃଜନ କଲା ବେଳେ ମୋତେ ବାରମ୍ବାର ଲାଗିଛି ଲାଓଜ଼ି ଯେମିତି ଆମ ସମୟର ଜଣେ ଚିନ୍ତକ । ଯେମିତି ସେ ଉତ୍ତର-ଆଧୁନିକ ଆଉ ଉତ୍ତର-ସତ୍ୟର କଥା ନିଜ ବାଟରେ କହୁଛନ୍ତି ।କହିବାରେ ଟିକିଏ ବୋଲି ଆବିଳତା ନାହିଁ । ଆମ ପୃଥିବୀ ସତରେ ଖୁବ୍ ସୁନ୍ଦର । ଏହି ଭଳି ଗୁରୁମାନେ ପୃଥିବୀର ସମସ୍ତ ସୁନ୍ଦରପଣକୁ ଆମର ସୂର୍ଯ୍ୟ ସମେତ ସବୁ ଗ୍ରହ-ନକ୍ଷତ୍ର, ଯାବତୀୟ ପାର୍ଥିବ ବିଭାବ ସହ ଠିକ୍ ଭାବରେ ଦେଖିଯିବା ପାଇଁ ଆମକୁ ଆଖିଟିମାନ ଦେଇ ଯାଇଛନ୍ତି । ପୃଥିବୀରେ ଜନ୍ମିବାର ଏଇଟି ଏକମାତ୍ର ସୌଭାଗ୍ୟ । ଲାଓଜ଼ି ଶବ୍ଦଟିର ମାଣ୍ଡାରିନ ଭାଷାରେ ଅର୍ଥ ହେଉଛି 'ବୃଦ୍ଧ-ତରୁଣ' । ସେଥିରେ ଅନେକେ ଖୁସି ହେବେ ।

Tuesday, September 04, 2018


ତିରିଶ ଦଶକର ପୁରୀରେ ପଢ଼ାପଢ଼ି


୧୯୨୮ ମସିହାର ପୁରୀର ବଡ଼ଦାଣ୍ଡର ଚିତ୍ର (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)


୧୯୩୫ ମସିହାରେ ସର୍ବେଶ୍ୱର ଦାଶଙ୍କର ଡେପୁଟି ବାପାଙ୍କର ପୁରୀ ବଦଳି ହେଲା । ସେ ପୁରୀର ଟ୍ରେଜେରି ଅଫିସର ଭାବରେ ଜଏନ କଲେ । ସେତେବେଳେ ଜାନୁଆରୀ ମାସରୁ ଶିକ୍ଷାବର୍ଷ ଆରମ୍ଭ ହେଉଥାଏ । ସର୍ବେଶ୍ୱର ପୁରୀ ଜିଲ୍ଲା ସ୍କୁଲରେ ସପ୍ତମ ଶ୍ରେଣୀରେ ଯୋଗ ଦେଲେ । ତାହା ସହ ରାମକୃଷ୍ଣ ପାଠାଗାରର ସଦସ୍ୟ ମଧ୍ୟ ବନିଲେ । ପିଲାବେଳଠୁଁ ସେ ଇଂରାଜୀରେ ଆଗ୍ରହୀ ଥିଲେ । ଅଷ୍ଟମରୁ ଏକାଦଶ ପର୍ଯ୍ୟନ୍ତ ଇଂରାଜୀ ମାଧ୍ୟମରେ ଶିକ୍ଷା ଲାଭ କରିଥିଲେ ।

ସପ୍ତମ ଶ୍ରେଣୀରେ ତାଙ୍କର ପାଖ-ସିଟ୍ ବସା ସାଙ୍ଗ ଥିଲେ, ରବୀନ୍ଦ୍ର କୁମାର ମିତ୍ର । ତାଙ୍କଠାରୁ ବଙ୍ଗଳା ଲେଖିପଢ଼ି ଶିଖିଲେ ଓ ବହୁତ ବଙ୍ଗଳା ବହି, ଯଥା, ‘ଯଖେର ଧନ’, ‘ଆବାର ଯଖେର ଧନ’ ପରି ରୋମାଞ୍ଚକର ପୁସ୍ତକ ତଥା ‘ମୌଚାକ’ ଆଦି ବଙ୍ଗଳା ପତ୍ରିକା ପଢ଼ା ଆରମ୍ଭ ହେଲା । ପୁରୀରେ ଦାଶଙ୍କ ନନା ‘ବ୍ରହ୍ମବିଦ୍ୟା’ ପତ୍ରିକାଟି ମଗାଉ ଥାଆନ୍ତି । ତାହା ମଧ୍ୟ ନିୟମିତ ପଢ଼ା ହୁଏ । ଅଷ୍ଟମ ଶ୍ରେଣୀର ଆରମ୍ଭରେ ଏହି ପତ୍ରିକାର ସମ୍ପାଦକ କୁଳଦାପ୍ରସାଦ ମଲ୍ଲିକ ପୁରୀ ଆସି ଜିଲ୍ଲା ସ୍କୁଲ ହଲରେ କୁହୁକ ଲଣ୍ଠନ ସହିତ ‘ଯୁଗେ ଯୁଗେ ଭାରତ’ ଶୀର୍ଷକରେ ଗୋଟିଏ ବତ୍କୃତା ଦେଲେ । ଏହି ହଲଟି ବର୍ତ୍ତମାନ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର କଲେଜ ହଲ ନାମରେ ନାମିତ । କୁହୁକ ଲଣ୍ଠନ (ମାଜିକ୍ ଲାଣ୍ଟର୍ନ) ବୋଇଲେ, ସେହି ଯନ୍ତ୍ରଟି ଭିତରେ ଚିତ୍ରଟିଏ ରଖି ଭିତର ଦୀପଟି ଜାଳିବାକୁ ପଡ଼େ । ତାହା ପରେ ଆଗରେ ରଖା ହୋଇଥିବା ପରଦାଟି ଉପରେ ସେହି ଚିତ୍ରଟି ବଡ଼ ଆକାରରେ ଦେଖାଯାଏ ।

ଯୁଗେ ଯୁଗେ ଭାରତ’ ବତ୍କୃତାଟିରେ ମଲ୍ଲିକ ବାବୁ ଭାରତୀୟ ସନ୍ଥ ପରମ୍ପରା ବିଷୟରେ ବିଷଦ ଆଲୋଚନା କଲେ । ଏହା ସର୍ବେଶ୍ୱରଙ୍କ ଉପରେ ପ୍ରଭାବ ପକାଇଲା । ଏହା ପରେ ସେ ରାମକୃଷ୍ଣ ମିଶନ ପ୍ରତି ଆକର୍ଷଣ ଅନୁଭବ କରି ତାହାର ପୁରୀରେ ଥିବା ଗ୍ରନ୍ଥାଗାରର ସଦସ୍ୟ ବନିଲେ । ସେଠି ଥିବା ଧର୍ମ ଓ ଆଧ୍ୟାତ୍ମିକତା ବିଷୟର ବହିମାନ, ଯଥା ରାମକୃଷ୍ଣ ଓ ବିବେକାନନ୍ଦଙ୍କ ଜୀବନୀ ଇତ୍ୟାଦି ପଢ଼ିବାକୁ ଲାଗିଲେ । ଏହା ସହ ଲାଇବ୍ରେରିକୁ ଆସୁଥିବା ‘ମଡର୍ଣ୍ଣ ରିଭ୍ୟୁ’ ଆଉ ‘ଇଣ୍ଡିଆନ ରିଭ୍ୟୁ’ ପରି ପତ୍ରିକା ମଧ୍ୟ ପଢ଼ିବା ଆରମ୍ଭ ହେଲା ।

ଘରେ ବେଦ, ଉପନିଷଦ, ଗୀତା ଓ ଭାଗବତ ଇତ୍ୟାଦି ଥାଏ । ମୂଳ ଉପନିଷଦ ସହିତ ସଂସ୍କୃତ ଓ ବଙ୍ଗଳା ଟୀକା ଓ ଅନୁବାଦ ମଧ୍ୟ ଥାଏ । କିଛି ବୁଝା ପଡ଼େ । କିଛି ପଡ଼େନି । ହେଲେ ପଢ଼ା ଜାରି ରହେ । ଘରେ ଅନେକ ସମୟରେ ଓଡ଼ିଆ ଭାଗବତର ପାରାୟଣ ଶୁଣିବାକୁ ମିଳେ । ସର୍ବେଶ୍ୱର ବାବୁଙ୍କ ନନା ତ ଘରକୁ ‘ଷ୍ଟେଟ୍ସ୍‌ମ୍ୟାନ୍’ ଖବରକାଗଜ ମଗାଉଥିଲେ । ୧୯୩୬ ମସିହାର ଡିସେମ୍ବର ମାସରୁ ତାହା ମଧ୍ୟ ପଢ଼ିବାକୁ ଛାତ୍ର ସର୍ବେଶ୍ୱର ଆରମ୍ଭ କଲେ । ଏହା ଛଡ଼ା ଘରେ ଥିବା ‘ବୋଉ’, ‘ଗୋବର ଗୋଟେଇ’ ଓ ‘ମଲା ଜହ୍ନ’ ପରି ଓଡ଼ିଆ ଉପନ୍ୟାସ ତଥା କେତେକ ସଂସ୍କୃତ ନାଟକ ଯଥା ‘ବିକ୍ରମୋର୍ବଶୀୟମ’ର ଓଡ଼ିଆ ଅନୁବାଦ, ରାଧାନାଥ ଓ ମଧୁସୂଦନ ଗ୍ରନ୍ଥାବଳୀ ତଥା ଗଙ୍ଗାଧର ମେହେରଙ୍କର ଲେଖା ମଧ୍ୟ ସେ ପଢ଼ିଲେ ।

ଘର ପାଖରେ ରହୁଥାଆନ୍ତି ପୁରୀ ଜିଲ୍ଲା ସ୍କୁଲର ଯୁବ ଇଂରାଜୀ ଶିକ୍ଷକ ପିତାମ୍ବର କର । ଇଂରାଜୀ ସାହିତ୍ୟ ପଠନ ଓ ଓଡ଼ିଆ ସାହିତ୍ୟରେ ତାଙ୍କର ଗଭୀର ଆଗ୍ରହ ଥିଲା । ତାଙ୍କଠାରୁ ଆଣି ଐତିହାସିକ ନାଟକ ଲେଖୁଥିବା ବଙ୍ଗାଳୀ ନାଟ୍ୟକାର ଦ୍ୱିଜେନ୍ଦ୍ର ଲାଲ ରାୟଙ୍କର ଗ୍ରନ୍ଥାବଳୀ, ଗିରିଷ ଘୋଷଙ୍କର ନାଟକମାନ ପଢ଼ିଲେ । ଏହା ସହ ନାନୀ ପଦ୍ମାବତୀ ଦେବୀଙ୍କ ଠାରୁ ଆଣି ବଙ୍କିମଚନ୍ଦ୍ର ଗ୍ରନ୍ଥାବଳୀ, ନିରୂପମା ଦେବୀ ଓ ଅନୁରୂପା ଦେବୀଙ୍କ ଲେଖା, ଇଶ୍ୱରଚନ୍ଦ୍ରଙ୍କ ଜୀବନୀ ତଥା ଶରତଚନ୍ଦ୍ରଙ୍କ ଉପନ୍ୟାସମାଳା ବି ପଢ଼ା ହେଲା ।

ଏସବୁ ମାନବିକ ମୂଲ୍ୟବୋଧର ସୂକ୍ଷ୍ମ ଚେତନା ତାଙ୍କ ଭିତରେ ସୃଷ୍ଟି କଲା । ନବମ କି ଦଶମ ଶ୍ରେଣୀରେ ପଢ଼ା ଆରମ୍ଭ ହେଲା ରବି ଠାକୁରଙ୍କର କବିତା, ଯାହା ତାଙ୍କର କିଶୋର ପ୍ରାଣରେ ସୃଷ୍ଟି କଲା ଭାବର ପ୍ଲାବନ । ‘ଗୀତାଞ୍ଜଳି’ ଗୋଟିଏ ସନ୍ଧ୍ୟାରେ ସାରିଦେଲେ । ଠାକୁରଙ୍କ ପ୍ରଭାବରେ ଆରମ୍ଭ କଲେ ବଙ୍ଗାଳି ଭାଷାରେ କବିତା ଲେଖା । ନାନୀଙ୍କ ଘରେ ବଙ୍ଗାଳୀ ବହି ଛଡ଼ା ଅନେକ ଓଡ଼ିଆ ବହି, ଯଥା କାଳିନ୍ଦୀ ପାଣିଗ୍ରାହୀଙ୍କର ‘ମୁକ୍ତାଗଡ଼ର କ୍ଷୁଧା’, ‘ଅମର ଚିତା’ ଆଦି ମଧ୍ୟ ଥିଲା । ସେଗୁଡ଼ିକ ବି ପଢ଼ା ହେଲା । ସେତେବେଳେ ମାୟାଧର ମାନସିଂହଙ୍କର ‘ଧୂପ’ ଚହଳ ସୃଷ୍ଟି କରିଥାଏ । ହେଲେ ରକ୍ଷଣଶୀଳମାନେ ବହିଟି ଉପରେ ନାକ ଟେକୁଥାଆନ୍ତି । ଏଣୁ ବହିଟି ପଢ଼ା ହେଲା ଘରର ଛାତ ଉପରେ, ଲୁଚିଲୁଚି । ଏମିତି ପଢ଼ିପଢ଼ି ଯେଉଁ ୠଚିଟି ତିଆରି ହେଲା, ତାହା ପରେ ନିର୍ମାଣ କଲା ବିଦଗ୍ଧ ସାହିତ୍ୟ ଶିକ୍ଷକ ସର୍ବେଶ୍ୱର ଦାଶଙ୍କୁ ।

ବି.ଦ୍ର. - ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା । ପ୍ରବନ୍ଧଟି ସର୍ବେଶ୍ୱର ଦାଶଙ୍କର ଆତ୍ମଜୀବନୀ ‘ମୋ କାହାଣୀ’ରୁ ସଙ୍ଗୃହିତ । ଏହି ବହିଟି ୨୦୦୯ ମସିହାରେ ଭୁବନେଶ୍ୱରସ୍ଥ ସଂସ୍ଥା ‘ଶିକ୍ଷାସନ୍ଧାନ’ ଛପାଇଥିଲେ ।

Sunday, September 02, 2018

ପୋଟଳ ସିଝା

ସରୋଜିନୀ ଚୌଧୁରୀ


ପୋଟଳ ଲତା (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)


ଉପକରଣ - ପୋଟଳ ଅଧ ସେର, ଘିଅ ବଡ଼ ପଳେ, ଅଦା ଅଧ ଗିରେ, ପିଆଜ ଚାରିଟା, ଲୁଣ ଅଧ ତୋଳେ, ଗୋଲମରିଚ ଚାରି କି ପାଞ୍ଚ ପୁଞ୍ଜା । 

ପ୍ରଣାଳୀ -  ପୋଟଳର ଚୋପା ଛଡ଼ାଇ ଡାଲିରେ କି ଝୋଳ ତରକାରି ସଙ୍ଗରେ ସିଝାଅ । ଅଦା ଏବଂ ପିଆଜର ଚୋପା ଛଡ଼ାଇ ବିରି ବା କୋଳଥ ଆକାରରେ, ଅର୍ଥାତ ଖୁବ୍ ଛୋଟ କରି, କାଟ । ଅଦାକୁ ଧୋଇ ନେବ । ପିଆଜ ଧୋଇବାର ଦରକାର ନାହିଁ । ଗୋଲମରିଚ ଚୁରି ରଖ । ସିଦ୍ଧ ପୋଟଳକୁ ବାହାର କରି ଚକଟ । ମଞ୍ଜି ଯଦି ଶକ୍ତ ହୋଇ ଯାଇ ଥିବ ତେବେ ତାହାକୁ ସ୍ୱତନ୍ତ୍ର କରି ରଖ (ଅବଶ୍ୟ ରୁଚି ଅନୁଯାୟୀ) । ଚକଟା ପୋଟଳରେ ଘିଅ ପିଆଜ ଆଦି ମିଶାଇ ଖାଇବାକୁ ଦେବ ।

ଗୁଣାଗୁଣ - ପୋଟଳ କଟୁ-ତିକ୍ତ-ମଧୁର ରସ, ଉଷ୍ଣବୀର୍ଯ୍ୟ, ଲଘୁପାକ, ଅଗ୍ନିବର୍ଦ୍ଧକ, ସ୍ୱିଗ୍ଧ, ସାରକ, ପାଚକ, ରୁଚିକର, ଶୁକ୍ରବର୍ଦ୍ଧକ ଏବଂ କଫ, ପିତ୍ତ, କଣ୍ଡୁ, କୁଷ୍ଠ, ଜ୍ୱର, ଦାହ, କାଶ, କୃମି, ରକ୍ତ ଓ ତ୍ରିଦୋଷ ପକ୍ଷରେ ଉପକାରକ ।

ବି.ଦ୍ର. - ପୋଟଳ ସିଝା ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆଯାଇଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା ।