Tuesday, February 23, 2016

ସାଲବେଗ ଭଜନ - ଚାଲ ସଖୀ ଆମ୍ଭେ ଦର୍ଶନ କରିବା 


ଗାୟକ - ପ୍ରଣବ ପଟ୍ଟନାୟକ 


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtublHBM7OP1jIce.com/watch?v=






Sunday, February 21, 2016

ସାଲବେଗ ଭଜନ - ଆହେ ନୀଳଗିରି 

ଗାୟକ - ଶ୍ରୀମତି ସୁଧା ମିଶ୍ର


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=tYyQkofm_5A











Saturday, February 13, 2016

ନିଶାକର ବାବୁଙ୍କ ପିଲାଦିନ - ସିଂହପୁରରେ ଖିଆପିଆ

ନିଶାକର ବାବୁଙ୍କର ଆତ୍ମଜୀବନୀ - ଖରସୁଆଁରୁ କୁଲାବିରିରୁ ସଂଗୃହିତ


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍

ସେତେବେଳେ ସିଂହପୁରରେ ସମସ୍ତଙ୍କ ଘରେ ମାଟି ହାଣ୍ଡିରେ ରନ୍ଧା ହେଉଥିଲା । କଂସା ତାଟିଆଟିରେ ପରସା ହୁଏ ଯାହା । ଏମିତିରେ ବାଢିବା ପାଇଁ ମଧ୍ୟ ମାଟିର ପରଶୁଣି ବ୍ୟବହାର ହେଉଥିଲା, ବିଶେଷରେ ପଖାଳ ଇତ୍ୟାଦି ପରଶିବା ପାଇଁ । ସେତେବେଳେ ବିଲରେ ବଢ଼ି ବେଳେ ପଟୁ ମାଡ଼ୁଥିଲା । ପଟୁମାଟି ମାଡ଼ି ଯାହା ଚାଉଳ ଗଣ୍ଡିଏ ହେଉଥିଲା, ତାହା ଏତେ ସୁଆଦିଆ ଥିଲା ଯେ ଲୁଣନଙ୍କା ଲଗେଇ ତାର ଭାତ ଖାଇବାକୁ ଭାଆରି ସୁଆଦିଆ ଲାଗୁଥିଲା । ସେ ଚାଉଳର ଭାତ ଖାଇ ଲୋକେ ମଧ୍ୟ ଦମ୍ଭ ରହୁଥିଲେ । ସେ ସମୟରେ ପାଣ ବୈଷ୍ଣବ ଜାତିର ଲୋକେ ପାଣ ଲୋକଙ୍କ ଘରେ ପୁରୋହିତ କର୍ମ କରିବାକୁ ଗଲେ ତାଙ୍କ ହାତ ରନ୍ଧା ଭାତ ତୁଣ ଖାଆନ୍ତି ନାହିଁ । ସେତେବେଳେ କଡ଼େଇ ଇତ୍ୟାଦି ନଥିଲା ।  ନୂଆ ମାଟି ଆଟିକା ବା ପିତଳର ଛୋଟ ଆଟିକା ଥିଲେ ସେଥିରେ ସଞ୍ଜା ଆଣି ନିଜେ ରାନ୍ଧି ହାତ ରନ୍ଧା ଖାଇବା ଦରବ ଭୋଜନ କରନ୍ତି । ପାଣ ବୈଷ୍ଣବମାନେ  ସେତେବେଳେ ତଥାକଥିତ ସବର୍ଣ୍ଣମାନଙ୍କ ଘରେ ବା ସେମାନଙ୍କ ବିବାହ ବ୍ରତ ଇତ୍ୟାଦିରେ ମଧ୍ୟ ଖାଉନଥିଲେ । କାରଣ ସେମାନେ ଛେଳି, କୁକୁଡ଼ା ଆଦି ଖାଉ ନ ଥିଲେ, କି ଯେଉଁମାନେ ଏସବୁ ଆମିଷାଦି ଦରବ ଖାଉଥିଲେ ସେମାନଙ୍କ ଘରେ ଭୋଜନ କରୁନଥିଲେ । ସବର୍ଣ୍ଣମାନେ କୁକୁଡ଼ା ଓ ଛେଳି ଇତ୍ୟାଦି ଖାଉଥିବାରୁ ପାଣ ବୈଷ୍ଣବମାନେ ସେମାନଙ୍କୁ ଘୃଣା କରୁଥିଲେ ଓ ସେମାନଙ୍କ ଘରେ ଖାଉନଥିଲେ । ବୈଷ୍ଣବମାନେ ଓ ବିଶେଷତଃ ପାଣ ବୈଷ୍ଣବମାନେ କେବଳ ମାଛ ଓ ଶୁଖୁଆ ଖାଉଥିଲେ । କୁକୁଡ଼ା, ଅଣ୍ଡା, ଅନ୍ୟ କୌଣସି ପ୍ରକାରର ମାଂସ ଓ ଅନ୍ୟାନ୍ୟ ଆମିଷାଦି ତାଙ୍କ ଜାତିର ଲୋକେ (ଅର୍ଥାତ୍ ପାଣ ବୈଷ୍ଣବମାନେ) ଖାଉ ନଥିବାରୁ  ନିରାକାର ବାବୁ ମାଛ ଓ ଶୁଖୁଆ ଛଡ଼ା ମାଂସ ଓ  ଅଣ୍ଡା ଇତ୍ୟାଦି କେବେ ନିଜ ଜୀବନରେ ଭକ୍ଷଣ କରି ନାହାନ୍ତି ।


ପିଲାବେଳେ ସଙ୍ଗଦୋଷରୁ ପିଂକା, ବିଡ଼ି, ପାନ, ଚୂନ, ଦୋକତା ଇତ୍ୟାଦିର ଅଭ୍ୟାସ ଥିଲା । ମାତ୍ର ପରେ ସର୍ବୋଦୟ ଆନ୍ଦୋଳନରେ ମିଶିଲା ପରେ ଏ ଅଭ୍ୟାସ ଛାଡ଼ି ଗଲା । ମାତ୍ର ସେ କେବେ ମଦ, ହାଣ୍ଡିଆ, ସଳପ, ଗଞ୍ଜେଇ, ଚାହା, କଫି ଇତ୍ୟାଦି ନିଶା ଦରବ ସେବନ କରି ନାହାନ୍ତି । ରାନ୍ଧିବା ପାଇଁ ଓ ପିଇବା ପାଇଁ ଗାଁ ପାଖର ଖରସୁଆଁ ନଇର ପାଣିକୁ ବ୍ୟବହାର କରିବାକୁ ପଡ଼େ । ବର୍ଷାଦିନେ ନଇରେ ବହେ ଗୋଳିଆ ପଟୁମାଟି । ନଇ ବଢ଼ିଲେ ସେଥିରେ ଭାସନ୍ତି ମଲା ମଣିଷ ଓ ଗୋରୁଗାଇ । ଗାଁ ଲୋକଙ୍କୁ ସେହି ପାଣି ବ୍ୟବହାର କରିବାକୁ ପଡ଼େ । ଲୋକେ ମାଠିଆ ଗରିଆ ଇତ୍ୟାଦିରେ ସେହି ପାଣିକୁ ନେଇ ଥିର କରି ବସେଇ ରଖନ୍ତି । ପଟୁ ଓ ମସିଆ ଇତ୍ୟାଦି ବସିଗଲେ ସେହି ପାଣିକୁ ପିଇବା ପାଇଁ ଓ ରାନ୍ଧିବା ପାଇଁ ବ୍ୟବହାର କରନ୍ତି । ନିଶାକର ବାବୁଙ୍କ ଘର ପାଖରେ ଏକ ତଥାକଥିତ ଉଚ୍ଚ ଜାତିର କୂଅଟିଏ ଥିଲା । ମାତ୍ର ନିଶାକର ବାବୁଙ୍କର ପରିବାରକୁ ତାହା ଛୁଇଁବାର ମଧ୍ୟ ଅଧିକାର ନଥିଲା । କୂଅର ମାଲିକ ପାଣି କାଢ଼ି ତାଙ୍କ ପରିବାରର ଗରିଆ ବା ମାଠିଆକୁ ନଛୁଇଁ ପାଣି ସେଥିରେ ଢ଼ାଳି ଦିଅନ୍ତି । ସେହି ପାଣିକୁ ତାଙ୍କ ଘର ଲୋକେ ପିଇବା ଓ ରାନ୍ଧିବା ପାଇଁ ବ୍ୟବହାର କରୁଥିଲେ ।  ସେତେବେଳେ କୂଅର ସଂଖ୍ୟା ହାତଗଣତି ଥିଲା । ପ୍ରାୟତଃ ଲୋକେ ନଦୀର ପାଣି ବ୍ୟବହାର କରୁଥିଲେ ।


ନିଶାକର ବାବୁଙ୍କର ପରିବାର ବହୁତ ଗରୀବ ଥିଲା । ବେଳେ ବେଳେ ଲୁଣ ନଙ୍କା ନଗେଇ ଅଳ୍ପ ଭାତ ଖାଇ ଓ ପେଟେ ତୋରାଣି ପିଇ ଚଳେଇନେବାକୁ ପଡ଼ୁଥିଲା । ସକାଳେ ଓ ଖରାବେଳେ ପଖାଳ । ରାତିରେ ଗରମ ଭାତ ଓ ଚାଉଳ ନ ଥିଲେ ପିଠା । କେବେ କେବେ ଶାଗ ଭଜା ଓ ଶୁଖୁଆପୋଡ଼ା ସହିତ ପଖାଳଭାତ ଖିଆଯାଏପୌଷମାସରେ ନିଶାକର ବାବୁଙ୍କର ମା ଖରସୁଆଁ ନଇ ସେପାରିକୁ ବିରି ଓପାଡ଼ି ଯାଆନ୍ତି । ମଜୁରୀରେ ଟଙ୍କା ନ ମିଳି, ମିଳେ ବିରି ଗଛ । ବିରିଡାଲିକୁ ଶୁଖାଇ, ରଗଡ଼ି, ଡାଲି ବା ଜାଉ ଭାବରେ, ନହେଲେ ପିଠା ଭାବରେ ଖିଆ ଯାଏ । ବର୍ଷା ଦିନେ ବିଲରୁ ମା ସୁଆଁ ଆଣନ୍ତି । କଳମ୍ବ, ମଦରଙ୍ଗା ଇତ୍ୟାଦି ଶାଗ ମଧ୍ୟ ଆଣନ୍ତି ।  ପୁରୋହିତ କର୍ମ କରି ଗଲେ ଚୁଡ଼ା, ମୁଢି, ହୁଡ଼ୁମ୍ବ ଇତ୍ୟାଦି ମିଳେ । ତାହା ମଧ୍ୟ ଜଳଖିଆ ଭାବରେ ଖିଆଯାଏ । ଘରେ କିଛି ଦିନ ଅଧିଆରୀରେ ଗାଇ ଗୋଟିଏ ଥିଲା । ମାତ୍ର କ୍ଷୀର, ଦହି, ଘିଅ ବିକି ଘରର ଆୟ ବଢ଼େ । ପିଲାମାନେ ତାକୁ ପ୍ରାୟତଃ ଖାଆନ୍ତି ନାହିଁ । ଚଣା ସମୟରେ ଗାଁ ଲୋକଙ୍କ ବିଲରୁ ଚଣା ଛିନି ଖିଆ ଯାଏ । ବେଳେବେଳେ ନିଶାକର ବାବୁ ଖାଦ୍ୟାଭାବରେ ଓ ମାଡଗାଳି ଭୟରେ ଜାମୁକୋଳି ଖାଇ ଦିନସାରା ରହନ୍ତି । 

Friday, February 12, 2016

ଭଜନ - ଦୀନବାନ୍ଧବ ହେ କେ କି ଦେଲା ମୁଁ ନ ଦେଲି 


କବି - ବଙ୍କା ଦାସ 


ଗାୟକ - ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଦୀନ ବାନ୍ଧବ ହେ ! କେ କି ଦେଲା ମୁଁ ନ ଦେଲି ?





Thursday, February 11, 2016

ଶ୍ୟାମାମଣୀ ଦେବୀଙ୍କ ସହ ସାକ୍ଷାତକାର - ୧


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ସେଣ୍ଟର୍ ଫର୍ ହ୍ୟୁମାନ୍ ସାଇନ୍ସେସ୍ ଭୁବନେଶ୍ପର (ସଂକ୍ଷେପରେ ସେଣ୍ଟର୍) –ଆପଣ ଆମକୁ ସମୟ ଦେଉଛନ୍ତି ଓ ସୁଯୋଗ ଦେଉଛନ୍ତି ଆପଣଙ୍କ ସହିତ କଥାବାର୍ତ୍ତା କରିବା ପାଇଁ, ଆମେ ସେଥିପାଇଁ କେତେଦୂର କୃତଜ୍ଞ ଆମେ ତାହା ଆପଣଙ୍କୁ କହି ପାରିବୁ ନାହିଁ  । ଆମର ସୌଭାଗ୍ୟ ଆମ ସମସ୍ତଙ୍କୁ ଆପଣଙ୍କ ସହିତ କିଛି ସମୟ ବିତେଇବାର ସୁଯୋଗ ମିଳୁଛି । ମୋ ମୁଣ୍ଡରେ ଗୋଟିଏ ଭାବନା ଏଇ କିଛି ଦିନ ତଳେ ଆସିଲା । ଆମେ ଯେତେବେଳେ ଆମର ଅତୀତ ବିଷୟରେ କଥା ହେଉ, ଆମେ ଯାହା ଖାଉଥିଲୁ ପିଉଥିଲୁ, କିମ୍ବା ଆମକୁ କଅଣ ଦିଶୁଥିଲା – ଏଡ଼େ ବଡ଼ ବଡ଼ କୋଠା ନ ଥିଲା, ବା ଲୋକବାକ ରାସ୍ତାଘାଟରେ କଅମ ଦୁଶୁଥିଲେ – ଏପରି ଅନେକ କଥାର ଆମେ ଆଲୋଚନା କରୁ କିମ୍ବା ତାହା ଆମର ମନରେ ଥାଏ । କିନ୍ତୁ ଆମେ କଅଣ ଶୁଣୁଥିଲୁ ଆମେ ସେ ବିଷୟରେ ବିଶେଷ ଆଲୋଚନା କରୁନା କିମ୍ବା ତାହା ଆମର ହେଜରେ ମଧ୍ୟ ନଥାଏ । ତେଣୁ ମୋର ଗୋଟିଏ ପ୍ରଶ୍ନ ଆପଣଙ୍କ ପାଇଁ, ଆପଣ ଯେତେବେଳେ ପିଲା ଥିଲେ, ଆପଣ ନିଜର ଚାରିପଟେ କଅଣ ଶୁଣୁଥିଲେ । ଚାରିପଟର କଥାବାର୍ତ୍ତା, ଗୀତ, ଆଲୋଚନା – ଚୁମ୍ବକରେ କହିଲେ କିପରି ଶ୍ରାବ୍ୟଜଗତ ଥିଲା ଆପଣଙ୍କର ପିଲାବେଳେ ?

ଶ୍ରୀମତି ଶ୍ୟାମାମଣୀ ଦେବୀ – ମୋ ଛୁଆ ବେଳେ ତ କିଛି ନ ଥିଲା । ମାନେ ଆଜି ଆପଣମାନେ ଯେମିତି ବିଭନ୍ନ ମିଡିଆ ମାଧ୍ୟମରେ ବିଭିନ୍ନ କଥା ଦେଖିବାକୁ ପାଉଛନ୍ତି, ଶୁଣିବାକୁ ପାଉଛନ୍ତି, ଆମ ବେଳେ ତ ରେଡ଼ିଓ ବି ନ ଥିଲା । ତେଣୁ କୌଣସି ପ୍ରକାରର କିଛି ଶୁଣିବା ବା ଦେଖିବା ତ ସ୍ୱପ୍ନ । ସେ ସବୁ ଜିନିଷ ନ ଥିଲା । କିନ୍ତୁ ଗାଁର ଯେଉଁ ପରମ୍ପରା, ଗାଁର ପାରମ୍ପରିକ ଚଳଣି ଭିତରେ ଯାହା ସବୁ ଚଳୁଥିଲା, ସେଗୁଡ଼଼ିକ ଭିତରେ ମୁଁ ସଙ୍ଗୀତକୁ ଭଲ ପାଇ ବସିଥିଲି । ଆମ ଘରେ ପ୍ରତ୍ୟେକ ଦିନ କୀର୍ତ୍ତନ ହୁଏ । କାରଣ ମୋର ବାପା ସ୍ୱର୍ଗତ ରାଜେନ୍ଦ୍ରମୋହନ ପଟ୍ଟନାୟକ, ସିଏ ରାଧାରମଣ ଦେବଙ୍କର ଭକ୍ତ ଥିଲେ । ମୋର ଭାଇ ଭଉଣୀ ପାଞ୍ଚ ଜଣ ମରିଗଲା ପରେ, ଗୋଟେ ପରେ ଗୋଟେ ଭାଇ ଭଉଣୀ ଚାରି ବର୍ଷ ପାଞ୍ଚ ବର୍ଷ ହୋଇ ଚାଲିଗଲା ପରେ, ତା ପରେ ବାପାଙ୍କର କଅଣ ଗୋଟେ ଚିନ୍ତା ପଶିଲା, ସେ ଦିକ୍ଷିତ ହେଲେ ।  ତେଣୁ  ଆମ ଘରେ କୀର୍ତ୍ତନ ହୁଏ, ଚବିଶି ପ୍ରହରୀ ହୁଏ, ଅଷ୍ଟ ପ୍ରହରୀ ହୁଏ । ସେ ଗୋଟେ ମୋର ମାଧ୍ୟମ । ଯେଉଁ କୀର୍ତ୍ତନ ଘରେ ହୁଏ ସେଇଟାକୁ ମୁଁ ଶୁଣେ । ଆଉ ଗୋଟିଏ ଜିନିଷ ହେଉଛି ଗାଁରେ ସେତେବେଳେ ଆପଣ ଦେଖିବେ ଦାସକାଠିଆ ହେଉଥିଲା, ପାଲା ହେଉଥିଲା, ସନ୍ଧ୍ୟାବେଳେ ଭାଗବତ ଟୁଙ୍ଗୀରେ ଖଞ୍ଜଣି ଗୀତ ହେଉଥିଲା ସେଇସବୁକୁ ଶୁଣିକରି ପାରମ୍ପରିକ ସଙ୍ଗୀତକୁ ମୁଁ ମୋର ଛୋଟଦିନରୁ ଭଲ ପାଇ ବସିଛି ।

କାରଣ ଘରେ ଆମର ଯେମିତି କୀର୍ତ୍ତନ ହୁଏ – ଗଉର୍ ରାଧେ ଶ୍ୟାମ୍ / ଜପୋ, ହରେ କୃଷ୍ଣ ହରେ ରାମ୍[ ଗାଇକରି ଶୁଣାନ୍ତି ] । ବୋଉ ବି ଗାଉଥି୍ଲେ । ବାପା ବି ଗାଉଥିଲେ । ତେଣୁ ମୁଁ ବି ସେତେବେଳେ ତାଙ୍କ ସହ ନିଶ୍ଚୟ ଗାଉଥିବି । ବା ଶୁଣୁଥିବି । ଏମିତି କିଛି ଗୋଟେ ଥିବ । ତେଣୁ ସତ କହିବାକୁ ଗଲେ ଆମ ପରିବାରରେ ଗୋଟେ ସାଙ୍ଗିତିକ ପରିବେଶ । ତିନି ପ୍ରହର କୀର୍ତ୍ତନ ହେବ । ସକାଳେ ଗୋଟେ କୀର୍ତ୍ତନ ହେବ । ଦି ପହରେ ହବ । ରାତିରେ ହବ । ସନ୍ଧ୍ୟାବେଳେ ଆଳତି ହବ । ଗୋଟେ ଆଧ୍ୟାତ୍ମିକ ପରିବେଶ । ଗୋଟେ ସାଙ୍ଗିତିକ ପରିବେଶ । ଦିଇଟା ଭିତରେ ଛୋଟବେଳଠୁ ମୋର ପିଲାବେଳଟା ବଢ଼ିଆସିଲା । ଆଉ ତାପରେ ଗୀତ ଯାହା ଶିଖିଲି – ସତ କହିବାକୁ ଗଲେ ସିଧାସଳଖ ଭାବରେ ପ୍ରଥମରୁ ମୁଁ କାହାଠାରୁ ଗୀତ ଶିଖିନି । ଏମିତି କହିବାକୁ ଗଲେ ବାପା ମୋର ମୂଳ ଗୁରୁ । କିନ୍ତୁ ମୁଁ ଶିଖିଲା ଭଳିଆ ପ୍ରଥମରୁ ପିଲାବେଳଠୁଁ କାହାପାଖରେ ଶିଖିନି ।

କୀର୍ତ୍ତନ ଶୁଣେ, ମୋତେ ଭଲ ଲାଗେ । ତା ପରେ ପାଲା ଯଦି ହୁଏ, ବୋଧେହୁଏ ଗାଁରେ ଶ୍ରୋତା ମାନଙ୍କ ଭିତରେ ମୁଁ ପ୍ରଥମ ଛୁଆ ଯିଏ କି ଯାଇକିରି ଖଣ୍ଡେ ଚଟେଇ ପାରିକରି ପିଣ୍ଡାରେ ବସି ପଡ଼େ, ପାଲା ଦେଖିବି ବୋଲି । ପାଲା ଦେଖିବାରେ ମୋର ଆଗ୍ରହ ନଥାଏ । ପାଲାବାଲା କଅଣ ପିନ୍ଧିଛନ୍ତି, କଅଣ ଲଗେଇଛନ୍ତି, କଅଣ ହାସ୍ୟ କରୁଛନ୍ତି ସେଥିରେ ମୋର କିଛି ଆଗ୍ରହ ନଥାଏ । ମୁଁ ଦେଖେ ସେମାନେ କଅଣ ଗାଉଛନ୍ତି । ଖୁବ୍ ଛୋଟ ଦିନୁ, ପାଞ୍ଚ, ଛଅ, ସାତ ବର୍ଷ ବୟସରୁ ରାତିସାରା ବସିକରି ପାଲା ଦେଖେ । ପାଲା ଭିତରୁ ମୁଁ ପ୍ରଥମେ ସଙ୍ଗୀତକୁ ଅନୁଭବ କରିଛି । ଯେମିତି ବିଭୁଷଣ ପୁଷ୍ପେ ଯା କାନ୍ତି ଜାଣ ଆପଣ କୁହନ୍ତୁ । ବୈଦେହୀଶ ବିଳାସ ଆପଣ କୁହନ୍ତୁ । ବିତଳକୁ ଆଲିଙ୍ଗନ କୁହନ୍ତୁ । ଚମ୍ପୁ – କ୍ଷମାନୁକମ୍ପାଧର । ଏସବୁ ମୁଁ ପାଲା ଗାୟକଙ୍କଠାରୁ ପ୍ରଥମ ଶୁଣିଛି । ସେମାନେ ହିଁ ବୋଧେହୁଏ ସଙ୍ଗୀତରେ ମୋର ପ୍ରଥମ ଗୁରୁ । ପୂଜ୍ୟ ପାଲାଗାୟକ ମାନେ ।

ତାପରେ ସେଇଠି ଶିଖିଲା ପରେ ମୋର ବହୁତ ଆଗ୍ରହ ହେଇଥିଲା ଯେ ଆମ ଘରେ ଗୋଟେ ବଡ଼ ହାର୍ମୋନିଅମ୍  ଥିଲା ସେ ହାର୍ମୋମିଅମ୍ ଟା ପାରିସ୍ ରିଡ୍ସ୍ ର ଥିଲା ଭଲ ହାର୍ମୋନିଆମ୍ ଟେ । ବାପା ସେଇଟାକୁ ମୋତେ ଛୁଇଁବାକୁ ଦିଅନ୍ତିନି । କାହାକୁ ବି ଛୁଇଁବାକୁ ଦିଅନ୍ତିନି । କାଳେ କିଏ ରିଡ୍ସ୍ କଅଣ ଖରାପ କରିବ । ସେତେବେଳେ ଯାହାବି ଦରକାର ହେବ କଟକ ଆସିବାକୁ ପଡ଼ିବ । ସେତେବେଳେ ଆମ ଘରଠୁ, ଆମ ଗାଁରୁ ସେମିତି କୌଣସି କିଛି କମୁନିକେଶନ୍ ନ ଥିଲା । ଆଇଦର୍ ଡ଼ଙ୍ଗାରେ ଆସିବୁ ନଏନେ ପୁଣି ସେପଟେ ଶଗଡ଼ଗାଡ଼ିରେ ଯାଇକିରି ବହୁତ ପ୍ରବ୍ଲେମ୍ ।  ବାପା ତ ଦିଅନ୍ତିନି । ମୁଁ କଅଣ କରିଛି ଦିନେ – ବାପା ମୋତେ ଗୋଟେ ଗୀତ ଶିଖେଇଥିଲେ – ନିରତେ ଡାକି ଡାକି / ନ ଶୁଣ ଚକା ଆଖି’ – [ ଗାଇକି ଶୁଣାନ୍ତି ] ଏ ଗୋଟେ ଗୀତ ଶିଖେଇଥିଲେ । ମୁଁ ସେ ମଉକା ଦେଖି କରି, କୋଠା ଉପରକୁ ଯାଇକିରି, ଉପରେ ହାର୍ମୋନିଆଟା ଖୋଲା ଥିଲା – ମୋର ହାତ ପାଉନି -  ହାମୁଡ଼େଇ ପଡ଼ିକରି ସେଇଟା - ନି କୋଉଠି ଲାଗୁଛି ରେ କୋଉଠି ଲାଗୁଛି - ଏମିତି ଅକ୍ଷରକୁ ଗୋଟେ ଗୋଟେ ସୁର ଭିତରେ ମିଶେଇ ମିଶେଇ ମିଶେଇ ମିଶେଇ ମୁଁ ଲାଇନ୍ ଟା ବଜେଇ ଦେଇଚି । ଅଜାଣତରେ ମୁଁ ବଜେଇ ଦେଇଚି । ମୁଁ ଯେ କିଛି ଶିଖିନି, ଜାଣିନି । ଏଭଳିଆ ଅବସ୍ଥାରେ ମୋର କାଇଁ ଇଚ୍ଛା ହେଲା ହାର୍ମୋନିଆ ବଜେଇବା ପାଇଁ । ତ ମୁଁ ବଜେଇ ଦେଲି । ବାପା ତଳେ ଥିଲେ । ବାପା ବ୍ୟସ୍ତ ହେଇକି, କଅଣ ହାର୍ମୋନିଆଟା କିଏ ବଜଉଛି ବୋଲି ଉପରକୁ ଯାଇଁକି, ଦେଖିଲାବେଳକୁ ମୁଁ ଏମିତି ହାମୁଡେଇପଡ଼ି ହାର୍ମୋନିଅମ୍ ରେ ସେ ଗୀତଟାକୁ ବଜଉଚି । ତା ପରେ ସେଇଦିନରୁ ବାପାଙ୍କର ଗୋଟେ ମନରେ ଆସିଲା ବୋଧେ ଏ ଛୁଆଟାର ଆଗ୍ରହ ଅଛି, ଏ ଗାଇବ । ତେବେ ସେଇ ଛୋଟଦିନରୁ ମୁଁ ବାପାଙ୍କଠାରୁ ସଙ୍ଗୀତ ପ୍ରତି ଆଉ କୌଣସି ଆପତ୍ତି ପାଇନାହିଁ  ବା ଅଭିଯୋଗ ପାଇନି । ବା ମତେ କେବେ ବିରକ୍ତ ବି ହେଇ ନାହାନ୍ତି । ବରଂ ପ୍ରେରଣା ଦେଇଛନ୍ତି ।


ସେତେବେଳେ ତ ଗୋଟେ ଆଳୁମିତିଆ ଯେଉଁ ପମ୍ପ୍ ଏମିତିଆ ହେଇକରି ଗ୍ରାମଫୋନ୍ ଥାଏ । ସେଥିରେ ଡି.ଭି. ପଲୁଶକର୍ ଙ୍କର, ଲତାଜୀଙ୍କର ରେକଡ଼୍, କେ.ଏଲ୍. ସେହଗଲ୍ ଙ୍କର, ସେ କାଳର ସବୁ ଏମିତି ବିଭିନ୍ନ ପ୍ରକାରର ରେକଡ୍ – ରାଜ୍ କୁମାରୀଜୀଙ୍କର ଆଦି ସବୁ ରେକଡ୍ ଥାଏ । ବାପା ସକାଳୁ ଉଠି ବଜାନ୍ତି । ମୁଁ ତା ପାଖରେ ଆଣ୍ଠୋଇକି ବସିକରି ଭାବୁଥାଏ । ଏଇ ଗୋଟିଏ ଲାଖ, ଏଇଟା କଳା ରଙ୍ଗଟା । ୟା ଭିତରୁ ଏମିତି ଗୀତ ବାହାରୁଛି । ବିଭିନ୍ନ ପ୍ରକାରର ମନ ଭିତରର ଗୋଟେ ଭାବନା  । ସେତେବେଳେ ବି, ସେଇ ବୟସରେ ବି, ମୋର ଗୋଟେ ଚିନ୍ତା ହେଇଥିଲା, ମନ ଭିତରେ ଯେ ମୁଁ ବି ଏମିତି କେମିତି ଗୋଟେ ଗାଆନ୍ତି କି । ମୋର ଏମିତି କେମିତି ଗୋଟେ ରେକଡ୍ ହୁଅନ୍ତା କି । ମୋ ରେକଡ୍ ଟାକୁ ଏମିତି କିଏ ବଜାନ୍ତା କି । ମୋ ମନ ଭିତରେ ସେବେଠୁ ଏମିତି ଗୋଟେ ଆଗ୍ରହ ଥିଲା ।  ତାପରେ ସେତେବେଳେ ସେଇ ଗୀତ ଭିତରେ ମୁଁ ବହୁତ ଥର ଶୁଣିଲି - ‘ଆଜ ଗମତ ମନ ମୋରା ଝୁମକେ । ଏ ଗୀତଟା ମୁଁ ବାରମ୍ବାର ଶୁଣିଛି । ସେଇ ଭିତରେ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ବି ମୁଁ ବୋଧେ ଆକର୍ଷିତ ହେଇଚି । ଧୀରେ ଧୀରେ ଧୀରେ ଧୀରେ ସ୍କୁଲ୍ କୁ ଗଲା ବେଳକୁ – ସ୍କୁଲ୍ ରେ ଯଦି ଆହେ ଦୟାମୟ ବିଶ୍ୱବିହାରୀ ଯଦି ହେଲା ତାହେଲେ ମୁଁ ଲିଡ୍ କଲି । ଅନ୍ୟମାନେ ପାଳି ଧରିଲେ । ଏମିତି ଧୀରେ ଧୀରେ ଧୀରେ ଧୀରେ ତାପରେ ସ୍କୁଲ୍ କୁ କିଏ ଯଦି ଆସନ୍ତି ଇନ୍ସପେକ୍ଟର୍ କି ଆଉ କିଏ ଯଦି ଆସନ୍ତି ତେବେ ତାଙ୍କମାନଙ୍କ ଆଗରେ ଗୀତ ଗାଇବାକୁ ପଡେ । ମୁଁ ତାଙ୍କ ଆଗରେ ଗୀତ ଗାଏ । ତା ପରେ ସ୍ଟେପ୍ ବାଏ ସ୍ଟେପ୍ , ଟିକେ ଟିକେ ଟିକେ ଟିକେ – ମୋର ମାନେ ଯେମିତି, ଅଧା ଅଧା ପାହାଚ ହେଉ ପଛେ ମୁଁ ଉଠିବାକୁ ଚେଷ୍ଟା କଲି । 

Tuesday, February 09, 2016

ଶ୍ରୀମନ୍ଦିରର ଖାଦ୍ୟ ସଂସ୍କୃତି : ଏକ ଅଭିଧାନ - ୪


ଉତ୍ସ - ଶ୍ରୀ ସୁରେନ୍ଦ୍ର ନାଥ ଦାସ କୃତ 'ଶ୍ରୀମନ୍ଦିର ଶବ୍ଦକୋଶ' 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ଅମାଲୁ ସୁଆର - ଶ୍ରୀମନ୍ଦିରର ରୋଷଶାଳାରୁ ଅମାଲୁ ପିଠା ଆଣି ପନ୍ତିରେ, ସାତପୁରୀ ଅମାବାସ୍ୟାରେ ଓ ପ୍ରତ୍ୟେହ ସନ୍ଧ୍ୟା ଧୂପରେ ରଖିବା ।

ଅମିନମହାସୁଆର - ପୁରୀ ମନ୍ଦିରର ରୋଷଘରେ ଠାକୁରଙ୍କ ନିମନ୍ତେ ପାକ କରାଯାଉଥିବା ଖାଦ୍ୟଦ୍ରବ୍ୟ ତଦାରଖ କରିବା ସେବକ । ଶ୍ରୀମନ୍ଦିରରେ କେତେକ ସେବକଙ୍କୁ ସମୟ କ୍ରମେ ଅମିନ କୁହାଯାଇଛି ଯଥା - ରୋଷ ଅମିନ, ତଦାରଖ ଅମିନ ।

ଅମୃତ କଦଳୀ - ନାଲି  ଚୋପା ବିଶିଷ୍ଟ ପାଚିଲା କଦଳୀ । ଏହା ଶ୍ରୀମନ୍ଦିରରେ ଭୋଗଲାଗି ଥାଏ । ଏହି କଦଳୀର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି । 

ଅମୃତକୁଣ୍ଡ - ଦୁଧ, ଖଣ୍ଡ, ବା ଚିନି, କଦଳୀ ଆଦି ମିଶ୍ରିତ ଏକ ସ୍ୱାଦିଷ୍ଟ ପ୍ରସ୍ତୁତି । ଶ୍ରୀମନ୍ଦିରରେ ଏହା ଏକ ସ୍ୱାଦିଷ୍ଟ ଭୋଗ, ଯାହାକି ଛପନଭୋଗ ତାଲିକାରେ ଅନ୍ତର୍ଭୁକ୍ତ । 

ଅଳାଇଚ - ସୁଗନ୍ଧ ମସଲା ମଞ୍ଜି ବିଶେଷ । ଶ୍ରୀମନ୍ଦିରରେ ବ୍ୟବହୃତ ମସଲା । ଶ୍ରୀମନ୍ଦିରରେ ପ୍ରତ୍ୟେକ ଧୂପରେ, ଦଶାଙ୍ଗ ଧୂପରେ, ଏତଦ୍ ବ୍ୟତୀତ ଅଧରପଣାରେ ଓ ଖିଲିପାନରେ ମଧ୍ୟ ବ୍ୟବହାରକରାଯାଏ । 

ଅସିଦ୍ଧ - ଅସମ୍ପାଦିତ, ଅସିଝା, ଅସମ୍ପୂର୍ଣ୍ଣ, ଅପକ୍ୱ, ସିଦ୍ଧରହିତ, ଅପ୍ରମାଣିକ । ଯେଉଁ ଦ୍ରବ୍ୟ ଭୋଗ ପାଇଁ ଉପଯୁକ୍ତ  ନୁହେଁ । 

ଅହିଆ - ରୋଷଶାଳାରେ ଡାଲି ଓ ତରକାରୀ ପ୍ରସ୍ତୁତ ଲାଗି ଉଦ୍ଦିଷ୍ଟ ସ୍ଥାନ, ଯେଉଁଠାରେ ଚୁଲିରୁ ବାହାରୁଥିବା ଜଳନ୍ତା ଅଙ୍ଗାର ରଖି ରନ୍ଧାଯାଏ । 


Monday, February 08, 2016

ଚରକ ଓ ଆୟୁର୍ବେଦ ବିଜ୍ଞାନ


ଉତ୍ସ - ଜୀବନର ଜୀବନୀ

ଲେଖକ -  ଡା. ରବିନାରାୟଣ ରଥ


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଭାରତବର୍ଷ ବହୁ ପ୍ରାଚୀନ କାଳରୁ ମାନବ ସଭ୍ୟତା ଓ ସଂସ୍କୃତିର ପ୍ରାଣକେନ୍ଦ୍ର ଥିଲା । ଖ୍ରୀଷ୍ଟ ଜନ୍ମର ଅନେକ ବର୍ଷ ପୂର୍ବରୁ, ଧର୍ମ, ଦର୍ଶନ, କଳା, ସଂସ୍କୃତି, ବିଜ୍ଞାନ ଆଦି ପ୍ରତ୍ୟେକ କ୍ଷେତ୍ରରେ ଆମ ଦେଶ ଉତ୍କର୍ଷତାର ଚରମ ସୀମା ସ୍ପର୍ଷ କରିଥିଲା । ବେଦ, ଉପନିଷଦ, ରାମାୟଣ, ମହାଭାରତ, ତଥା ଗୀତା ଆଦି ପୁରାତନ ଗ୍ରନ୍ଥମାନେ ଏହାର ମୁକସାକ୍ଷୀ ରୂପେ ଏବେ ବି ବିଦ୍ୟମାନ । କିନ୍ତୁ ଉପଯୁକ୍ତ ପୃଷ୍ଠପୋଷକତାର ଅଭାବ ଯୋଗୁଁ ତଥା ବିଦେଶୀ ଶାସକ ମାନଙ୍କର ବାରମ୍ବାର ଆକ୍ରମଣ ଫଳରେ ଏ ଦେଶର ସଂସ୍କୃତି ଧୀରେ ଧୀରେ ଲୁପ୍ତ ହୋଇଯାଇଛି ।

ଭାରତୀୟ ଚିକିତ୍ସା ଶାସ୍ତ୍ର ବା ଆୟୁର୍ବେଦ ବିଜ୍ଞାନର ଇତିହାସ ମଧ୍ୟ ଏତେ ପ୍ରାଚୀନ ଓ ଏତେ ମହାନ ଯେ, ବର୍ତ୍ତମାନ ତାହାର ଦୟନୀୟ ଅବସ୍ଥା ଦେଖିଲେ ଦୁଃଖିତ ତଥା ଲଜ୍ଜିତ ହେବାକୁ ପଡ଼େ । ଆଜକୁ ପ୍ରାୟ ତିନିହଜାର ବର୍ଷରୁ ଅଧିକ ସମୟ ପୂର୍ବରୁ ଆମଦେଶରେ ଏହି ବିଦ୍ୟାର ପ୍ରଚଳନ ଆରମ୍ଭ ହୋଇଛି । ଅତୀତରେ ଯେଉଁ ମହାନ ଆୟୁର୍ବେଦ ବିଜ୍ଞାନୀଗଣ ସେମାନଙ୍କ ଅଲୌକିକ ପ୍ରତିଭା ବଳରେ ଭାରତୀୟ ଚିକିତ୍ସା ବିଜ୍ଞାନର ଉତ୍କର୍ଷତା ସାଧନ କରି ପାରିଥିଲେ ସେମାନଙ୍କ ମଧ୍ୟରେ ଆତ୍ରେୟ, ଚରକ, ଶୁଶୃତ, ବାଗଭଟ୍ଟ ଆଦି ୠଷିମାନେ ଅନ୍ୟତମ ।

କଥିତ ଅଛି ଯେ ସୃଷ୍ଟିକର୍ତ୍ତା ବ୍ରହ୍ମା ଚିକିତ୍ସା ବିଷୟ ଦକ୍ଷ-ପ୍ରଜାପତିଙ୍କୁ ବର୍ଣ୍ଣନା କରିଥିଲେ । ମର୍ତ୍ତ୍ୟମଣ୍ଡଳରେ ଯେତେବେଳେ ମାନବଗଣ ବିଭିନ୍ନ ରୋଗ କବଳରେ ପଡ଼ି ଅସହ୍ୟ ଯନ୍ତ୍ରଣା ଭୋଗକଲେ, ସେମାନେ ହିମାଳୟରେ ତପସ୍ୟା କରୁଥିବା ଭରଦ୍ୱାଜ ୠଷିଙ୍କ ନିକଟରେ ଶରଣ ପଶିଲେ । ଧ୍ୟାନ ବଳରେ ଭରଜ୍ୱାଜ ଜାଣିପାରିଲେ ଯେ, ଦେବରାଜ ଇନ୍ଦ୍ରଙ୍କ ଦରବାରରେ ହିଁ ଦକ୍ଷ ପ୍ରଜାପତିଙ୍କ ଠାରୁ ଏହି ଚିକିତ୍ସା ଶାସ୍ତ୍ର ଶିକ୍ଷା କରିପାରିଲେ ମହୀମଣ୍ଡଳର ଉପକାର ସାଧିତ ହେବ । ତେଣୁ ସେ ତାଙ୍କ ସ୍ଥୂଳ ଶରୀର ତ୍ୟାଗକରି ସ୍ୱର୍ଗକୁ ଯାଇ ସେଠାରେ ଏହି ଶାସ୍ତ୍ର ଅଧ୍ୟୟନ କଲେ । ସେଠାରୁ ପ୍ରତ୍ୟାବର୍ତ୍ତନ କରି ସେ ଆତ୍ରେୟ ୠଷିଙ୍କୁ ଏହି ଶାସ୍ତ୍ରଜ୍ଞାନ ଦେଲେ । ଖ୍ରୀଷ୍ଟ ଜନ୍ମର ପ୍ରାୟ ଏକ ହଜାର ବର୍ଷ ପୂର୍ବେ ଆତ୍ରେୟ ୠଷି ପ୍ରଥମେ ଆୟୁର୍ବେଦ ଶାସ୍ତ୍ର ରଚନା କଲେ । ଏହା ଆତ୍ରେୟ ସଂହିତା ନାମରେ ପ୍ରଖ୍ୟାତ । ଆତ୍ରେୟ ଯେଉଁମାନଙ୍କୁ ଏହି ଶିକ୍ଷାଦାନ କରିଥିଲେ ସେମାନଙ୍କ ମଧ୍ୟରେ ଚରକ ୠଷି ଅନ୍ୟତମ । ଆୟୁର୍ବେଦ ଶାସ୍ତ୍ର ଚରକଙ୍କ ଦ୍ୱାରା ପୁନର୍ଲିଖିତ ହେଲା । ତେଣୁ ଚରକଙ୍କୁ ପ୍ରକୃତ ଆୟୁର୍ବେଦ ବିଜ୍ଞାନର ଜନ୍ମଦାତା ବୋଲି କୁହାଯାଏ ।

     © ଶ୍ରୀମତି ଝରଣା ରଥ 

Sunday, February 07, 2016

ପୁସ୍ତକ ସମୀକ୍ଷା - ଉତ୍କଳର କୁଟୀର ଶିଳ୍ପ 


ସମୀକ୍ଷକ - ଶ୍ରୀ ଗୋପାଳଚନ୍ଦ୍ର ପ୍ରହରାଜ 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ଡାକ୍ତର ଶ୍ରୀ ରାଧାଚରଣ ପଣ୍ଡାଙ୍କ ରଚିତ । ଏହା ସନ ୧୯୩୨ ରେ ଉତ୍କଳ ସାହିତ୍ୟ ସମାଜର ପୁକସ୍କାର ପ୍ରାପ୍ତ ପ୍ରବନ୍ଧ । ପ୍ରଣେତା ଏହାର ପ୍ରକାଶକ । ଏହା ଡବଲ୍ ଫୁଲ୍-ସ୍କାପ୍ ଆଠପେଜି ୧୨୭ ପୃଷ୍ଠା, ମୂଲ୍ୟ ଆଠ ଅଣା ; କଟକ ସାରସ୍ୱତ ପ୍ରେସ୍ ରେ ମୁଦ୍ରିତ । 

ଉତ୍କଳର ଯେଉଁ ହଜାର ହଜାର ଶିକ୍ଷିତ, ଅଶିକ୍ଷିତ, ଧନୀ, ନିର୍ଧନ, ଯୁବକ ଯୁବତୀ ଦାରିଦ୍ର୍ୟ ପଞ୍ଚାକ୍ଷର ମନ୍ତ୍ର (କଅଣ କରିବି) ଜପ କରି  ଅକର୍ମା ହୋଇ ନିଜର ଜୀବନ ଓ ସମୟ ବିତାଉଛନ୍ତି, ସେମାନଙ୍କଦ୍ୱାରା  ପୁସ୍ତକବର୍ଣ୍ଣିତ ଶିଳ୍ପକାର୍ଯ୍ୟ ଅବଲମ୍ବିତ ହେବା ଆଶାରେ ଗ୍ରନ୍ଥକାର ଏ ପୁସ୍ତକ ପ୍ରକାଶ କରିଥିବା କଥା ଗ୍ରନ୍ଥର ପ୍ରାରମ୍ଭରେ ଲେଖିଅଛନ୍ତି । ଆଧୁନିକ 'କଳଯୁଗ'ରେ ଦେଶର ଲକ୍ଷ ଲକ୍ଷ ଲୋକେ ପୋଷି ହୋଇପାରୁନାହାନ୍ତି । ସେମାନଙ୍କ ଅବଲମ୍ବନୀୟ ସ୍ୱ ସ୍ୱ ହସ୍ତପରିଶ୍ରମ-ସାଧ୍ୟ ଗୁଡ଼ିଏ ଅର୍ଥକର, କୁଟୀରଶିଳ୍ପ ବିଷୟ ଏ ପୁସ୍ତକରେ ଚର୍ଚ୍ଚା କରାଯାଇଛି । 

ଏଥିରେ ଗ୍ରନ୍ଥକାର କୁଟୀରଶିଳ୍ପ କାହାକୁ ବୋଲାଯାଏ, ପ୍ରାଚୀଲ ଉତ୍କଳର ଶିଳ୍ପବିଭବ, ଉତ୍କଳରେ କୁଟୀରଶିଳ୍ପର ଆବଶ୍ୟକତା, ଉତ୍କଳରେ କୁଟୀରଶିଳ୍ପର ସୁବିଧା, ବିଭିନ୍ନ ପ୍ରକାର କୁଟୀରଶିଳ୍ପ, ଉତ୍କଳର କେଉଁ କେଉଁ ସ୍ଥାନରେ କୁଟୀରଶିଳ୍ପର ଉପାଦାନ କଅଣ କଅଣ ମିଳେ  ଓ ସେମାନେ କିପରି ଅର୍ଥକାରୀ ହୋଇପାରେ, ଗୋ ମେଷ ଶୂକର କୁକ୍କୁଟାଦି ପାଳନ, କୃଷି ସଙ୍ଗେ କୁଟୀରଶିଳ୍ପର ସମ୍ବନ୍ଧ, ଉତ୍କଳରେ କୁଟୀର ଶିଳ୍ପର ପ୍ରତିବନ୍ଧକ, ଉତ୍କଳର ପାଟକକୁଳ (ଶିଳ୍ପଜୀବୀଜାତି)ଙ୍କ ଦୁରବସ୍ଥା ଓ ତହିଁର ପ୍ରତିକାର, ଶିଳ୍ପଶିକ୍ଷା ପାଇଁ ବିଦ୍ୟାଳୟମାନଙ୍କରୱ ପ୍ରତିଷ୍ଠାନର ବ୍ୟବସ୍ଥା, ଏହି ସବୁ ବିଷୟରେ ତାଙ୍କର ବହୁ ଅନୁସନ୍ଧାନ, ଗବେଷଣା ଓ ଅଧ୍ୟୟନର ଫଳ ପ୍ରକାଶ କରି ଅଛନ୍ତି । ଏହିଗୁଡ଼ିକ ପ୍ରତି କିପରି ଦେଶବାସୀଙ୍କ ଦୃଷ୍ଟି ଯିବ, ଏହା ଉତ୍କଳର ଶିକ୍ଷିତ, ପଦସ୍ଥ ଓ ଧନିମାନଙ୍କର ସର୍ବଥା ବିଚାର୍ଯ୍ୟ । ଡାକ୍ତର ରାଧାଚରଣଙ୍କର ପ୍ରାୟ ସବୁ ଲେଖାରେ ଆମ୍ଭେମାନେ ତାଙ୍କର ଗବେଷଣା ଓ ଦେଶବାସୀଙ୍କର ମଙ୍ଗଳକାମନାର ନିଦର୍ଶନ ପାଇଥାଉଁ । ଏ ପୁସ୍ତକରେ ମଧ୍ୟ ତାହା ଦେଖିଲୁଁ । ସେ ଏଗୁଡ଼ିକ ଲେଖ୍ ତାଙ୍କର କର୍ତ୍ତବ୍ୟ କରିଅଛନ୍ତି । କିନ୍ତୁ ତାଙ୍କ ପରିଶ୍ରମ ଫଳ ଦେଶବାସୀ କିପରି ଭୋଗ କରିବେ, ଏହା ଦେଶର ନେତୃଗଣଙ୍କୁ ଚିନ୍ତା କରିବାକୁ ଆମ୍ଭେମାନେ ଆହ୍ୱାନ କରୁଅଛ ୁଁ । 

Saturday, February 06, 2016

ସ୍ମାର୍ଟ୍ ସହରରେ ମାଗଣା ୱାଇଫାଇ 


ଫଟୋ - ଶ୍ରୀ ଗୁରୁଦତ୍ତ ଖୁଣ୍ଟିଆ 























Friday, February 05, 2016

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ (ଦ୍ୱିତୀୟ ଅଧ୍ୟାୟ : ଶ୍ଲୋକ ୫୯ - ୬୫)



ଅନୁବାଦକ - ଉତ୍କଳ ବ୍ୟାସ ଶ୍ରୀ ଫକୀର ମୋହନ ସେନାପତି




ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଶ୍ରୀଭଗବାନଉବାଚ


ବିଷୟା ବିନିବର୍ତ୍ତନ୍ତେ ନିରାହାରସ୍ୟ ଦେହିନଃ ।
 ରସୋଽପ୍ୟସ୍ୟ ପରଂ ଦୃଷ୍ଟ୍ୱା ନିବର୍ତ୍ତତେ ।୫୯।

ଇନ୍ଦ୍ରିୟମାନଙ୍କ ଯୋଗେ ବିଷୟ ଗ୍ରହଣ । କରି ନ ପାରଇ ସହଜରେ ଯେଉଁଜନ ।।
ସେହି ଦେହ ଅଭିମାନୀ ଅଜ୍ଞ ସ୍ୱଭାବରେ । କଦାଚ ବିଷୟ ବୋଧ କରି ଯେ ନପାରେ ।।
ସେମାନଙ୍କ ଅଭିଳାଷ ନୁହଇ ନିବୃତ୍ତ । ସ୍ଥିତପ୍ରଜ୍ଞ ସହଜରେ ହୁଅଇ ମୁକତ ।୫୯।

ୟତହୋ ହ୍ୟପି କୌନ୍ତେୟ ପୁରୁଷସ୍ୟ ବିପଶ୍ଚିତଃ ।
ଇନ୍ଦ୍ରିୟାଣି ପ୍ରମାଥୀନି ହରନ୍ତି ପ୍ରସଭଂ ମନଃ । ୬୦।

ଆହେ ପାର୍ଥ କ୍ଷୋଭଦାୟୀ ଇନ୍ଦ୍ରିୟ ସକଳ । ମୋକ୍ଷାର୍ଥି ମାନଙ୍କ ଚିତ୍ତ କରଇ ଆକୁଳ ।।
ତହୁଁ ସାବଧାନ ହୋଇଥିବ ଯେ ବିବେକ । ସେମାନେ ସ୍ୱଭାବେ ଯେଣୁ ବିକ୍ଷେପ କାରକ । ୬୦।

ତାନି ସର୍ବାଣି ସଂୟମ୍ୟ ୟୁକ୍ତ ଆସିତ ମତ୍ପରଃ ।
ବଶେ ହି ୟସ୍ୟେନ୍ଦ୍ରିୟାଣି  ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା । ୬୧।

ଇନ୍ଦ୍ରିୟବଶ ଯେ ଲୋକର । ନିଶ୍ଚଳା ପ୍ରଜ୍ଞା ଯେ ତାହାର ।
ନିଶ୍ଚୟ ଜାଣିବ ଅର୍ଜୁନ । ସ୍ଥିତପ୍ରଜ୍ଞ ଯେ ସେହି ଜନ । ୬୧।

ଧ୍ୟାୟତେ ବିଷୟାନ୍ ପୁଂସଃ ସଙ୍ଗସ୍ତେଷୂପଜାୟତେ । 
ସଙ୍ଗାତ୍ ସଞ୍ଜାୟତେ କାମଃ କାମାତ୍ କ୍ରୋଧାଽଭିଜାୟତେ । ୬୨।

ବିଷୟୀ ପୁରୁଷର ମତି । ବିଷୟେ ଜନ୍ମଇ ଆସକ୍ତି ।।
ଆସକ୍ତି ଠାରୁ ଅଭିଳାଷ । ତହିଁରୁ କ୍ରୋଧ ଯେ ବିଶେଷ । ୬୨।

କ୍ରୋଧାତ୍ ଭବତି ସମ୍ମୋହଃ ସମ୍ମୋହାତ୍ ସ୍ମୃତିବିଭ୍ରମଃ ।
ସ୍ମୃତିଭ୍ରଂଶାଦ୍ ବୁଦ୍ଧିନାଶୋ ବୁଦ୍ଧିନାଶାତ୍ ପ୍ରଣଶ୍ୟତି । ୬୩।

କ୍ରୋଧରୁ ହୁଏ ମୋହ ଜାତ । ମୋହରୁ ହୁଏ ସ୍ମୃତି ଭ୍ରାନ୍ତ ।।
ସ୍ମୃତି ବିଭ୍ରମୁ ବୁଦ୍ଧିନାଶ । ବୁଦ୍ଧିନାଶରୁ ସର୍ବ ଧ୍ୱଂଶ ।୬୩।

ରାଗଦ୍ୱେଷବିମୁକ୍ତୈସ୍ତୁ ବିଷୟାନିନ୍ଦ୍ରିୟୈଶ୍ଚରନ୍ ।
ଆତ୍ମବଶୈର୍ବିଧେୟାତ୍ମା ପ୍ରସାଦମଧିଗଚ୍ଛତି । ୬୪।

ଆତ୍ମା ବଶୀଭୂତକାରୀ ଲୋକ ସହଜରେ । ରାଗଦ୍ୱେଷ ଶୂନ୍ୟ ବଶୀଭୂତ ଇନ୍ଦ୍ରିୟରେ ।।
ବିଷୟକୁ ଉପଭୋଗ କରି ମଧ୍ୟ ସେହି । ଅତି ସହଜରେ ଆତ୍ମ ପ୍ରସାଦ ଲଭଇ । ୬୪।

ପ୍ରସାଦେ ସର୍ବଦୁଃଖାନାଂ ହାନିରସ୍ୟୋପଜାୟତେ । 
ପ୍ରସନ୍ନଚେତସୋହ୍ୟାଶୁ ବୁଦ୍ଧିଃ ପର୍ୟ୍ୟବତିଷ୍ଠତେ । ୬୫।

ହେଲେ ଶାନ୍ତି ପ୍ରାପ୍ତ ସର୍ବ ଦୁଃଖ ହୁଏ ନାଶ । ଯେଣୁ ତାହା ବୁଦ୍ଧି ହୁଏ ଆତ୍ମାରେ ନିବେଶ । ୬୫।   

Thursday, February 04, 2016

ଭଜନ - ବୃନ୍ଦାବନେ ବଂଶୀ କେ ବଜାଇଲା 


କବି - ସାଲବେଗ 


ଗାୟକ - ସିକନ୍ଦର ଆଲମ୍ 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 





Wednesday, February 03, 2016

ଭଜନ - ଜଗବନ୍ଧୁ ହେ ଗୋସାଇଁ 


କବି - ସାଲବେଗ 


ଗାୟକ - ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ 


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=i8pMTbJzBNs


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 







Tuesday, February 02, 2016

ଭଜନ - ଚାଲ ସଖି ଆମ୍ଭେ ଦର୍ଶନ କରିବା 


କବି - ସାଲବେଗ 


ଗାୟକ - ସିକନ୍ଦର ଆଲମ୍ 


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=0bgNFKncgks

ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 





Monday, February 01, 2016

ଭଜନ - କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ 


କବି - ସାଲବେଗ 


ଗାୟକ - ଅକ୍ଷୟ ମହାନ୍ତି

ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=NlatVl8IOfo


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
ଆମ୍ଭେ ଦ୍ରଶନ କରିବୁ କାହାଙ୍କୁ ।

ଖୁଣ୍ଟିଆ ଡାକ ଦେଲେ ପହଣ୍ଡି ବିଜେ କଲେ 
ବିଜୟ କର ପ୍ରଭୁ ଚାପକୁ । ୧।

କୂଳ ବଧୁଙ୍କର ରଡ଼ି ପଣ୍ଡାଏ ଗଡ଼ାଗଡ଼ି
ବିଧାତା ବାମ ହେଲା ଓଡ଼ିଶାକୁ ।୨।

ବଡ଼ ଦେଉଳୁ ବାହାରି ଶଗଡିରେ ବିଜେ କରି
ରେଣୁ ଯେ ପଡ଼ୁଥିବ ଶ୍ରୀମୁଖକୁ ।୩।

କହଇ ସାଲବେଗ ନିର୍ମାଲ୍ୟ କାହୁଁ ହେବ 
ଧିକ ଧିକ ଆମ୍ଭ ଜୀବନକୁ । ୪।

ଭଜନ - ଆହେ ନୀଳଗିରି 


କବି - ସାଲବେଗ 


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=tYyQkofm_5A


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍