Sunday, January 31, 2016

ସାଲବେଗ ଭଜନ - କାହିଁକି ଆସିଛୁ ମନ କିସ ନେବା ପାଇଁରେ 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

କାହିଁକି ଆସିଛୁ ମନ କିସ ନେବା ପାଇଁରେ ।
ଆସିଛୁ ଲଙ୍ଗଳା ତୁ ଯିବୁ ଶୂନ୍ୟ ହୋଇରେ । ୧।

ଘାଇଯାକ ମୁକୁଳା ତୁ ବନ୍ଧ କେତେ ବାନ୍ଧୁରେ ।
ଆପେ ମଲେ ଯୁଗଯାଏ ପରଲାଗି କାନ୍ଦୁରେ । ୨।

ତୁ ଯାହାକୁ ବିଭାହେଲୁ ଶାଢ଼ି ଶଙ୍ଖା ଦେଇ ରେ । 
ଖାଉଅଛି ସେହି ତୋତେ କାଳରୂପୀ ହୋଇରେ । ୩।

ମାଟିଘଟ ପଞ୍ଜରିରେ ପାଳୁ ସୁନା ଶୁଆରେ ।
ଅଠାକାଠି ଲଗାଇଛି ଭାବବିନୋଦିଆ ରେ । ୪।

କହେ ସାଲବେଗ ହୀନ ପାଦପଦ୍ମେ ଧ୍ୟାୟିରେ ।
ଶ୍ରୀରଙ୍ଗାଚରଣ ବିନୁ ଅନ୍ୟ ଗତି ନାହିଁରେ । ୫। 

Friday, January 29, 2016

ସାଲବେଗ ଭଜନ - ଆହେ ନୀଳ ଶଇଳ 




ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 








Thursday, January 28, 2016

ସାଲବେଗ ଭଜନ - ଆହେ ନୀଳାଚଳ ବାସୀ 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 
ଆହେ ନୀଳାଚଳବାସୀ
ଶୋକ ଜଳଧିରେ ଗଲି ଭାସି ।।

ବାରଣଭୟକୁ କାରଣ କର ହେ
ଶରଣ ପଞ୍ଜର ବାନା ।
ଆରତନାଶନ ଖଳବିନାଶନ 
ବାରେ ହୁଅ ବଜ୍ରସେହ୍ନା ।।

ଜଗତ ଜାକରେ ଡ଼ିଣ୍ଡିମ ବାଜୁଛି 
ଉଡ଼େ ଅବଧୂତ ବାନା ।
ମୃଗୁଣୀ ଆରତ ଖଣ୍ଡିଲ ହେ ନାଥ 
ପତିତ ଭୟ ଭଞ୍ଜନା ।।

ଧଉର୍ଯ୍ୟରେ ମେରୁ ନାମ କଳ୍ପତରୁ
ଛାୟା ଶୀତ ହେଲା ସିନା ।
ଅରୁଣ ଚରଣ ଆଶ୍ରେ କଲାଠାରେ 
ବୁଡ଼ିଲା ମୋର ଚେତନା ।।

ମୁଁ ଅବା ଅପ୍ରାଧୀ ହେ କୃପାବାରିଧି 
ଥରେ ନୋହିଲା କରୁଣା ।
କହେ ସାଲବେଗ ପ୍ରଭୁପଣକୁ ଏ 
ଦିଶିବ ବହୁତ ଊଣା ।।

ଫଟୋ କ୍ରେଡିଟ୍ - ୱିକିମିଡ଼ିଆ କମନସ୍ 

Wednesday, January 27, 2016

ସମ୍ପୂର୍ଣ୍ଣ ଉପଦେଶ ସାର (ପାରାୟଣ ସହ)


ଶ୍ରୀ ରମଣ ମହର୍ଷି କୃତ ଉପଦେଶ ସାରର ଓଡ଼ିଆ ପଦ୍ୟାନୁବାଦ 


ସଂସ୍କୃତ ପାରାୟଣର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=_JmWFkTZAMc






ଶ୍ଲୋକ -


କର୍ତ୍ତୃରାଜ୍ଞୟା ପ୍ରାପ୍ୟତେ ଫଳମ୍ ।
କର୍ମ କିଂ ପରମ୍ କର୍ମ ତତ୍ ଜଡମ୍ ।୧। 

ପଦ ଚ୍ଛେଦ


କର୍ତ୍ତୃଃ - କର୍ତ୍ତାଙ୍କର (ଅର୍ଥାତ୍ ଇଶ୍ୱରଙ୍କର)
ଆଜ୍ଞୟା - ଆଜ୍ଞା ଦ୍ୱାରା
ପ୍ରାପ୍ୟତେ - ପ୍ରାପ୍ତ ହୁଏ
ଫଳମ୍ - ଫଳ,
କର୍ମ - କର୍ମ,
କିଂ - କି,
ପରମ୍ - ପରମ ବା ଶ୍ରେଷ୍ଠ,
କର୍ମ - କର୍ମ,
ତତ୍ - ସେହି,
ଜଡମ୍ - ଜଡ 


ପଦ୍ୟାନୁବାଦ 


ଇଶ୍ୱରଙ୍କର ଆଜ୍ଞା ବଳେ ।
କର୍ମର ଫଳ ସବୁ ମିଳେ ।।
କର୍ମ କି ଅଟଇ ପରମ ।
ଜଡ ହିଁ ଅଟେ ସେହି କର୍ମ ।।




ଶ୍ଲୋକ -୨


କୃତି ମହୋଦଧୌ ପତନ କାରଣମ୍ ।
ଫଳମଶାଶ୍ୱତମ୍ ଗତି ନିରୋଧକମ୍ ।୨

ପଦ ଚ୍ଛେଦ


କୃତି - କର୍ମ 
ମହୋଦଧୌ - ମହାସାଗରରେ
ପତନ କାରଣମ୍ - ପତନର କାରଣ
ଫଳମ୍ - ଫଳ 
ଅଶାଶ୍ୱତମ୍ - ଅଶାଶ୍ୱତ 
ଗତି - ଗତି 
ନିରୋଧକମ୍ - ନିରୋଧକ 

ପଦ୍ୟାନୁବାଦ


ସଂସାର ମହାସାଗରରେ ।
କର୍ମର ଯୋଗୁଁ ଜୀବ ପଡେ ।।
କର୍ମର ଫଳ ଅଶାଶ୍ୱତ।
ପ୍ରଗତି କରଇ ବାରିତ ।।

ଶ୍ଲୋକ - ୩

ଇଶ୍ୟାରାର୍ପିତଂ ନେଚ୍ଛୟା କୃତମ୍ ।

ଚିତ୍ତଶୋଧକଂ ମୁକ୍ତି ସାଧକମ୍ ।୩

ପଦଚ୍ଛେଦ


ଇଶ୍ୟାରାର୍ପିତଂ - ଇଶ୍ୱରଙ୍କୁ ଅର୍ପିତ ହୋଇଥିବା
ନେଚ୍ଛୟା - ବିନା ଇଚ୍ଛାରେ
କୃତମ୍ - କରାଯାଇଥିବା
ଚିତ୍ତଶୋଧକମ୍ - -ଚିତ୍ତର ଶୋଧକାରାକ
ମୁକ୍ତି ସାଧକମ୍ -  -ମୁକ୍ତିର ସାଧନକାରକ

ପଦ୍ୟାନୁବାଦ


ଆସକ୍ତି ରହିତ ଭାବରେ ।
ଇଶ୍ୱରେ କର୍ମ ଅରପିଲେ ।।
ଚିତ୍ତର କରଇ ଶୋଧନ ।
ମୁକତି ହୁଅଇ ସାଧନ ।।




ଶ୍ଲୋକ - ୪


କାୟବାଙ୍ ମନଃ କାର୍ୟମୁତ୍ତମମ୍ ।
ପୂଜନଂ ଜପଶ୍ଚିନ୍ତନଂ କ୍ରମାତ୍ । ୪


ପଦଚ୍ଛେଦ


କାୟ ଶରୀର
ବାଙ୍ ବାକ୍
ମନଃ ମନ

କାର୍ୟମ୍ କାର୍ଯ୍ୟ

ଉତ୍ତମ ଉତ୍ତମ

ପୂଜନମ୍ ପୂଜା

ଜପଃ ଜପ

ଚିନ୍ତନମ୍ ଚିନ୍ତନ

କ୍ରମାତ୍ କ୍ରମାନ୍ୱୟରେ

 

ପଦ୍ୟାନୁବାଦ


ଶରୀରକୃତ ପୂଜାଠାରୁ

ବାଚିକ ଜପ ଅଟେ ଗୁରୁ ।

ତହିଁରୁ ଚିନ୍ତନ ଉତ୍ତମ

କାୟବାଙ୍ମନ ଏହି କ୍ରମ ।।


ଶ୍ଲୋକ - ୫


ଜଗତ ଇଶଧୀୟୁକ୍ତ ସେବନମ୍ ।
ଅଷ୍ଟ ମୂର୍ତ୍ତିଭୃଦ୍ଦେବ     ପୂଜନମ୍ । ୫


ପଦଚ୍ଛେଦ


ଜଗତ - ଜଗତ ହିଁ
ଇଶଧୀୟୁକ୍ତ - ଇଶ୍ୱରବୁଦ୍ଧିଯୁକ୍ତ ହୋଇ
ସେବନମ୍ - ସେବା କରିବା
ଅଷ୍ଟ ମୂର୍ତ୍ତିଭୃଦେବ - ଅଷ୍ଟମୂର୍ତ୍ତି ଥିବା ଇଶ୍ୱକଙ୍କର
ପୂଜନମ୍ - ପୂଜା ଅଟେ


ପଦ୍ୟାନୁବାଦ


ହୋଇ ଇଶ୍ୱରବୁଦ୍ଧିଯୁକ୍ତ ।
ସେବିଲେ ସମସ୍ତ ଜଗତ ।।
ଅଷ୍ଟମୂରତି ପଂଚାନନ ।
ଲଭନ୍ତି ସକଳ ପୂଜନ  ।।


ଶ୍ଲୋକ - ୬


ଉତ୍ତମସ୍ତବାଦୁଚ୍ଚମନ୍ଦତଃ ।
ଚିତ୍ତଜଂ ଜପ ଧ୍ୟାନମୁତ୍ତମମ୍ ।୬

ପଦ ଚ୍ଛେଦ 


ଉତ୍ତମ - ସର୍ବ ଶ୍ରେଷ୍ଠ 
ସ୍ତବାତ୍ - ସ୍ତୁତି ତୁଳନାରେ 
ଉଚ୍ଚ - ଉଚ୍ଚ ସ୍ୱରରେ 
ମନ୍ଦତଃ - ଧିରସ୍ୱରରେ ଜପଠାରୁ 
ଚିତ୍ତଜଂ - ଚିତ୍ତରେ କୃତ 
ଜପଧ୍ୟାନମ୍ - ଜପଧ୍ୟାନ 
ଉତ୍ତମମ୍ - ଉତ୍ତମ ଅଟେ

ପଦ୍ୟାନୁବାଦ 


ଉଚ୍ଚସ୍ୱରରେ ସ୍ତୁତିଠାରୁ ।
ଉପାଂଶୁ ଜପ ଅଟେ ଗୁରୁ ।।
ଚିତ୍ତଜ ଜପ ତହୁଁ କ୍ରମ ।
ଜପଧ୍ୟାନ ହିଁ ସର୍ବୋତ୍ତମ ।।



 

ଶ୍ଲୋକ - ୭


ଆଜ୍ୟଧାରୟା ସ୍ରୋତସା ସମମ୍ ।
ସରଲ ଚିନ୍ତନମ୍ ବିରଳତଃ ପରମ୍ ।୭


ପଦ ଚ୍ଛେଦ 


ଆଜ୍ୟଧାରୟା - ଘିଅର ଧାର 
ସ୍ରୋତସା ସମମ୍ - ନଈର ସୁଅ ପରି 
ସରଲ - ସରଳ
ଚିନ୍ତନମ୍ - ଚିନ୍ତନ
ବିରଳତଃ - ବିଚ୍ଛିନ୍ନ ଠାରୁ
ପରମ୍ - ଶ୍ରେଷ୍ଠ 


ପଦ୍ୟାନୁବାଦ 


ଘୃତର ଧାର ଅବା ନଇ
ସୁଅର ସମ ଯେବେ ହୋଇ;
ଶ୍ରେଷ୍ଠ ହିଁ ସେହି ଯେ ଚିନ୍ତନ
ବିଚ୍ଛିନ୍ନ ଚିନ୍ତାଠାରୁ ଜାଣ ।

ଶ୍ଲୋକ - ୮


ଭେଦଭାବନାତ୍ ସୋଽହମିତ୍ୟସୌ ।
ଭାବନାଽଭିଦା ପାବନୀ ମତା ।୮।

ପଦ ଚ୍ଛେଦ 


ଭେଦଭାବନାତ୍ - ଭେଦଯୁକ୍ତ ଧ୍ୟାନଠାରୁ
ସଃ - ସେ
ଅହମ୍ - ମୁଁ
ଇତି - ଅଟେ
ଅସୌ - ଅଟେ 
ଭାବନା - ଭାବନା
ଅଭିଦା - ଅଭେଦ
ପାବନୀ - ପବିତ୍ର 
ମତା - ଶ୍ରେଷ୍ଠ  

ପଦ୍ୟାନୁବାଦ 


ଭେଦ ଭାବନା ଯୁକ୍ତ ଧ୍ୟାନ
ତା'ଠାରୁ ଅଟଇ ପାବନ,
'ମୁଁ ହି ସେ' ଏହି ଯେ ବିଚାର;
ନିଶ୍ଚିତ ସବୁଠୁଁ ଅପାର ।



ଶ୍ଲୋକ - ୯


ଭାବଶୂନ୍ୟ ସଦ୍-ଭାବ ସୁ ସ୍ଥିତିଃ ।
ଭାବନା ବଲାତ୍ ଭକ୍ତିରୁତ୍ତମା ।୯।


ପଦ ଚ୍ଛେଦ 


ଭାବଶୂନ୍ୟ - ବୃତ୍ତିଶୂନ୍ୟତା 
ସଦ୍-ଭାବ - ସତ୍ ସ୍ୱରୂପରେ 
ସୁସ୍ଥିତି - ସମ୍ୟକ୍ ସ୍ଥିତି 
ଭାବନା ବଲାତ୍ - ଭାବନାର ବଳରେ
ଭକ୍ତିଃ - ଭକ୍ତି
ଉତ୍ତମା - ସର୍ବଶ୍ରେଷ୍ଠ 

ପଦ୍ୟାନୁବାଦ 


ଅଭେଦ ଭାବନାର ବଳେ,
ଭାବଶୂନ୍ୟତା ହେଳେ ଫଳେ
ଏଥିରୁ ଉତ୍ପତି ସୁସ୍ଥିତି 
ଅଟଇ ପରମ ସେ ଭକ୍ତି ।



ଶ୍ଲୋକ - ୧୦


ହୃତ୍-ସ୍ଥଲେ ମନଃ ସ୍ୱସ୍ଥତାଃ କ୍ରିୟା ।
ଭକ୍ତିୟୋଗବୋଧାଶ୍ଚ ନିଶ୍ଚିତମ୍  ।୧୦।


ପଦ ଚ୍ଛେଦ 


ହୃତ୍-ସ୍ଥଲେ - ହୃଦୟରେ ସ୍ଥିତ ଅର୍ଥାତ୍ ଆତ୍ମ ସ୍ୱରୂୁପରେ 
ମନଃ ସ୍ୱସ୍ଥତା - ମନ ସ୍ଥିର ହେଲେ 
କ୍ରିୟା - କର୍ମ 
ଭକ୍ତି - ଭକ୍ତି 
ୟୋଗ - ୟୋଗ 
ବୋଧାଶ୍ଚ - ତଥା ଜ୍ଞାନ 
ନିଶ୍ଚିତମ୍ - ନିଶ୍ଚିତ ହୁଏ 

ପଦ୍ୟାନୁବାଦ 


ହୃଦୟ କନ୍ଦର ମଧ୍ୟରେ
ମନ ସ୍ୱରୂପେ ସ୍ଥିର ହେଲେ
ଭକ୍ତି  ଜ୍ଞାନ   କର୍ମ ଯୋଗେ
ନିଶ୍ଚିତେ ଲାଭ ହୁଏ ହେଳେ ।



ଶ୍ଲୋକ - ୧୧


ବାୟୁରୋଧନାତ୍ ଲୀୟତେ ମନଃ ।
ଜାଲ ପକ୍ଷୀବତ୍ ରୋଧ ସାଧନାତ୍ । ୧୧।

ପଦ ଚ୍ଛେଦ 


ବାୟୁରୋଧନାତ୍ - ନିଶ୍ୱାସ ପ୍ରଶ୍ୱାସ ରୋଧନ ଦ୍ୱାରା 
ଲୀୟତେ - ଲୀନ ହୁଏ 
ମନଃ - ମନ
ଜାଲପକ୍ଷୀବତ୍ - ଜାଲରେ ପଡିଥିବା ପକ୍ଷୀ ପରି 
ରୋଧସାଧନମ୍ - ନିରୋଧର ସାଧନ

ପଦ୍ୟାନୁବାଦ 


ନିଶ୍ୱାସ ପ୍ରଶ୍ୱାସ ରୋଧନ
ଫଳରେ ମନ ହୁଏ ଲୀନ ।
ଜାଲରେ ଧରା ପକ୍ଷୀ ସମ
ନିରୋଧ ହୁଅଇ ସାଧନ ।।



ଶ୍ଲୋକ - ୧୨


ଚିତ୍ତବାୟବଶ୍ଚିତ୍ କ୍ରିୟାୟୁତାଃ ।
ଶାଖୟୋର୍ଦ୍ୱୟୀ ଶକ୍ତି ମୂଲକା । ୧୨ ।

ପଦଚ୍ଛେଦ


ଚିତ୍ତବାୟବଃ ମନ ଓ ବାୟୁ
ଚିତ୍ ଚୈତନ୍ୟ
କ୍ରିୟା କ୍ରିୟା
ୟୁତାଃ ଯୁକ୍ତ
ଶାଖୟୋଃ ଶାଖା
ଦ୍ୱୟୀ ଦୁଇଟି
ଶକ୍ତି ମୂଳକା ଶକ୍ତିର ମୂଳ 


ପଦ୍ୟାନୁବାଦ


ମନ ଓ ପ୍ରାଣ ଏହି ଦୁଇ
କ୍ରିୟା ଶକତି ବୋଲି କହି
ଚୈତନ୍ୟ ବୋଇଲେ ସେ ଏକା
ଇଶ୍ୱରଶକ୍ତିର ସେ ଶାଖା



ଶ୍ଲୋକ - ୧୩


ଲୟ ବିନାଶନେ ଉଭୟ ରୋଧନେ ।
      ଲୟଗତଂ ପୁନର୍ଭବତି ନୋ ମୃତମ୍ । ୧୩ ।

ପଦଚ୍ଛେଦ


ଲୟ ବିନାଶନେ - ଲୟ ଓ ବିନାଶ
ଉଭୟରୋଧନେ - ଉଭୟଙ୍କର ରୋଧନ ଦ୍ୱାରା
ଲୟଗତଂ - ଲୟ ହୋଇଥିବା
ପୁନଃ - ଆଉଥରେ
ଭବତି - ଫେରେ 
ନୋ - ନାହିଁ
ମୃତମ୍ - ନଷ୍ଟ ହୋଇଥିବା  


ପଦ୍ୟାନୁବାଦ


ପ୍ରାଣ ଓ ମନର ନିରୋଧେ ।
ମନର ଲୟ, ନାଶ ସାଧେ ।।
ଲୟ ହୋଇଲେ ଫେରେ ମନ।
ନାଶରେ ମରଣ ସାଧନ ।।



ଶ୍ଲୋକ - ୧୪


ପ୍ରାଣବନ୍ଧନାତ୍ ଲୀନମାନସମ୍ ।
ଏକ ଚିନ୍ତନାତ୍ ନାଶମେତ୍ୟଦଃ ।୧୪।

ପଦ ଚ୍ଛେଦ


ପ୍ରାଣବନ୍ଧନାତ୍ ପ୍ରାଣର ନିରୋଧ ଦ୍ୱାରା
ଲୀନମାନସମ୍ ଲୟ ହୋଇଯାଇଥିବା ମନ
ଏକ ଚିନ୍ତନାତ୍ ଏକ ଚିନ୍ତନ ଦ୍ୱାରା
ନାଶମ୍ ଏତି ନଷ୍ଟ ପ୍ରାପ୍ତ ହୁଏ
ଅଦଃ ଏହି (ମନ)

ପଦ୍ୟାନୁବାଦ


ପ୍ରାଣର ନିରୋଧନ ବଳେ 
ମନଟି ଲୟ ପ୍ରାପ୍ତ କରେ ।
ଲୟିତ ମନ ନାଶ ହେଳେ ।
ଏକକ ଚିନ୍ତନର ଫଳେ ।



ଶ୍ଲୋକ - ୧୫


ନଷ୍ଟମାନସୋକ୍ତୃଷ୍ଟ ୟୋଗିନଃ ।
କୃତ୍ୟମସ୍ତି କିଂ ସ୍ୱସ୍ଥିତିଂୟତୟଃ । ୧୫।

ପଦ ଚ୍ଛେଦ


ନଷ୍ଟମାନସ ମନ ନଷ୍ଟ ହୋଇଯାଇଥିବା
ଉତ୍କୃଷ୍ଟ ଭଲ
ୟୋଗିନଃ ଯୋଗୀମାନଙ୍କ ପାଇଁ
କୃତ୍ୟମ୍ କର୍ତ୍ତବ୍ୟ
ଅସ୍ତି ଅଛି
କିମ୍ କଣ
ସ୍ୱସ୍ଥିତିଂ ନିଜ ରୂପରେ ସ୍ଥିତି
ୟତଃ ଯେହେତୁ

ପଦ୍ୟାନୁବାଦ


ମନ ନାଶିତ ଯୋଗୀ ପାଇଁ ।
କର୍ତ୍ତବ୍ୟ ବୋଲି କିଛି ନାହି ।।
ଉତ୍ତମ ଅଟେ ସେହି ଯତି ।
ନିଜ ରୂପରେ ତାର ସ୍ଥିତି ।।

ଶ୍ଲୋକ - ୧୬


ଦୃଶ୍ୟବାରିତଂ ଚିତ୍ତମାତ୍ମନଃ ।
ଚିତ୍ତ୍ୱଦର୍ଶନଂ ତତ୍ତ୍ୱଦର୍ଶନମ୍ ।୧୬

ପଦ ଚ୍ଛେଦ


ଦୃଶ୍ୟବାରିତଂ  ଦୃଶ୍ୟ - ବିଷୟ ଚିନ୍ତାରୁ ବାରିତ ବା ନିବୃତ୍ତ
ଚିତ୍ତମ୍ -  ମନ
ଆତ୍ମନଃ -  ନିଜର
ଚିତ୍ତ୍ୱ -  ଚୈତନ୍ୟ ସ୍ୱରୂପ 
ଦର୍ଶନମ୍ -  ଦର୍ଶନ 
ତତ୍ତ୍ୱଦର୍ଶନମ୍ -  ତତ୍ତ୍ୱଦର୍ଶନ 


ପଦ୍ୟାନୁବାଦ


ବିଷୟ ଜଗତରୁ ମନ 
ଯେବେ ସେ ହୁଅଇ ବାରଣ । 
ଚୈତନ୍ୟ ସ୍ୱରୂପ ଦର୍ଶନ 
ତାହା ହିଁ ତତ୍ତ୍ୱ ବୋଲି ଜାଣ । ୧୬


ଶ୍ଲୋକ - ୧୭


 ମାନସଂ ତୁ କିଂ ମାର୍ଗେଣ କୃତେ ।
ନୈବ ମାନସଂ ମାର୍ଗ ଆର୍ଜବାତ୍ । ୧୭

ପଦ ଚ୍ଛେଦ


ମାନସମ୍ - ମନ
ତୁ -  କିନ୍ତୁ
କିମ୍ -  କଅଣ
ମାର୍ଗେଣ -  ମାର୍ଗରେ 
ନୈବ -  ନାହିଁ 
 ମାନସମ୍ -  ମନ
ମାର୍ଗ -  ଏହି ମାର୍ଗରେ 
ଆର୍ଜବାତ୍ -  ସରଳତା

ପଦ୍ୟାନୁବାଦ

ମନଟି କି ଜାତି ପଦାର୍ଥ ।

ଏହି ବିଚାରୁ ଜ୍ଞାନ ଜାତ  ।।
ମନର ସ୍ଥିତି କିଛି ନାହିଁ ।
ସରଳ ମାର୍ଗ ଅଟେ ଏହି । ୧୭



ଶ୍ଲୋକ - ୧୮


ବୃତ୍ତୟସ୍ତ୍ୱହଂ ବୃତ୍ତିମାଶ୍ରିତାଃ ।
ବୃତ୍ତୟୋର୍ମନୋ ବିଦ୍ଧ୍ୟହଂ ମନଃ । ୧୮

ପଦ ଚ୍ଛେଦ


ବୃତ୍ତୟଃ -  ବୃତ୍ତି ବା ଚିନ୍ତା ଗୁଡିକ 
ତୁ -  କିନ୍ତୁ 
ଅହଂ -  ମୁ କାର
ବୃତ୍ତି -  ବୃତ୍ତି 
ବୃତ୍ତୟଃ -  ବୃତ୍ତିଗୁଡିକ 
ମନଃ -  ମନ 
ବିଦ୍ଧି -  ଜାଣ 
ଅହମ୍ -  ମୁଁ କାର 
ମନଃ -  ମନ

ପଦ୍ୟାନୁବାଦ


ମନ ହିଁ ପ୍ରବାହ ଚିନ୍ତାର ।

ମୁଁକାର ଚିନ୍ତାର ଆଧାର ।।
ମୁଁ କାର ମନ ବୋଲି ଜାଣ ।
କହନ୍ତି ମହର୍ଷି ରମଣ । ୧୮।  




ଶ୍ଲୋକ - ୧୯



ଅହମୟଂ କୁତୋ ଭବତି ଚିନ୍ୱତଃ । 
       ଅୟି ପତତ୍ୟହଂ ନିଜ ବିଚାରଣମ୍ । ୧୯।


ପଦ ଚ୍ଛେଦ


ଅହମ୍ - ମୁଁ କାର ବା ଅହକାଂର 
ଅୟମ୍ - ଏହି
କୁତଃ - କେଉଁଠାରୁ 
ଭବତି - ଉତ୍ପନ୍ନ ହୁଏ
ଚିନ୍ୱତଃ - ବିଚାରକର୍ତ୍ତାଙ୍କର 
ଅୟି - ଆରେ
ପତତି - ପଡ଼େ ବା ପତିତ ହୁଏ
ଅହମ୍ - ଅହଂକାର
ନିଜ ବିଚାରଣମ୍ - ନିଜ ବିଷୟରେ (ଆତ୍ମତତ୍ତ୍ୱ ବିଷୟରେ ) ବିଚାର

ପଦ୍ୟାନୁବାଦ 


ମୁଁ-କାର ବୋଲି ଯେଉଁ ବୃତ୍ତି
କେଉଁଠୁ ହୁଅଇ ଉତ୍ପତ୍ତି ।
ଏପରି ବିଚାର କରିଲେ
    ନାଶଇ ଅହଂକାର ହେଳେ । ୧୯।


ଶ୍ଲୋକ - ୨୦


ଅହମି ନାଶଭାଜ୍ୟହମହଂତୟା ।
      ସ୍ଫୁରତି ହୃତ୍ସ୍ୱୟଂ ପରମପୂର୍ଣ୍ଣସତ୍  ୨୦।


ପଦ ଚ୍ଛେଦ


ଅହମି ନାଶ ଭାଜି - ଅହଂକାର ନାଶ ହେଲେ
ଅହଂ ଅହଂ ତୟା - ମୁଁ ମୁଁ ବୋଲି
ସ୍ଫୁରତି - ସ୍ଫୁରଣ ହୁଏ 
ହୃଦ୍ - ଆତ୍ମା 
ସ୍ୱୟଂ - ନିଜେ 
ପରମ ପୂର୍ଣ୍ଣସତ୍ - ପରମ ପୂର୍ଣ୍ଣ ସତ୍ ସ୍ୱରୂପ

ପଦ୍ୟାନୁବାଦ


ଅହଂକାର ବିନାଶ ଫଳେ
ଆତ୍ମା ହୃଦୟର ସ୍ଥଳରେ ;
ମୁଁ ବୋଲି ପ୍ରକଟ ହୁଅଇ ,
          ପରମ ପୂର୍ଣ୍ଣ ସତ୍ୟ କହି ।  ୨୦ ।



ଶ୍ଲୋକ - ୨୧


ଇଦମହଂ ପଦାଭିଖ୍ୟମନ୍ୱହଂ ।
    ଅହମିଲୀନକୋପ୍ୟଲୟ ସତ୍ତୟା ୨୧।

ପଦ ଚ୍ଛେଦ


ଇଦମ୍ - ଏହି
ଅହଂ ପଦାଭିଖ୍ୟମ୍  - ଅହମ୍ ଶବ୍ଦ ଦ୍ୱାରା ନିର୍ଦ୍ଦେଶ କରାଯାଇଥିବା
ଅନୁ - ପରେ
ଅହମ୍ - ମୁଁ (ପରମ)
ଅହମିଲୀନକେ ଅପି - ଜୀବ ପରି ପ୍ରତିତ ହେଉଥିବା ଅହଂ ଲୀନ ହେବା ପରେ 
ଅଲୟ ସତ୍ତୟା - ନାଶବିହୀନ ସତ୍ ସ୍ୱରୂପ ହୋଇଥିବାରୁ

ପଦ୍ୟାନୁବାଦ

ଏହି ପରି ଜୀବ ଇଶ୍ୱରେ 
ଲୀନ ହୋଇବାର ପରେ ।
ଆତ୍ମାର ଘଟଇ ପ୍ରକାଶ
           ସତ୍ୟ ସ୍ୱରୂପ ଅବିନାଶ ।୨୧।  


ଶ୍ଲୋକ - ୨୨


ବିଗ୍ରହେନ୍ଦ୍ରିୟ ପ୍ରାଣଧୀତମଃ ।
ନାହମେକସତ୍ ତଜ୍ଜଡ଼ଂ ହ୍ୟସତ୍ ।୨୨।

ପଦଚ୍ଛେଦ


ବିଗ୍ରହ - ଶରୀର
ଇନ୍ଦ୍ରିୟ - ଇନ୍ଦ୍ରିୟ ଗୁଡ଼ିକ
ପ୍ରାଣଧୀତମଃ - ପ୍ରାଣ, ବୁଦ୍ଧି ଓ ଅଜ୍ଞାନ
ନ - ନୁହନ୍ତି 
ଏକସତ୍ - ଏକ ସତ୍ ସ୍ୱରୂପ 
ତତ୍ - ତାହା
ଜଡ଼ମ୍ - ଜଡ଼
ହି - ନିଶ୍ଚିତ 
ଅସତ୍ - ଅସତ୍ 

ପଦ୍ୟାନୁବାଦ 


ଶରୀର ଇନ୍ଦ୍ରିୟ ଓ ପ୍ରାଣ ।
ନୁହେଁ ମୁଁ ଏହି କିଛି ପୁଣ ।।
ମୁଁହିଟି ଅଟେ ଏକ ସତ୍ୟ ।
ମୋ ବିନା ସମସ୍ତ ଅନିତ୍ୟ ।।


ଶ୍ଲୋକ - ୨୩ 


ସତ୍ତ୍ୱଭାସିକା ଚିତ୍ କ୍ୱବେତରା ।
ସତ୍ତୟା ହି ଚିତ୍ ଚିତ୍ତୟାହ୍ୟହମ୍ ।୨୩।

ପଦଚ୍ଛେଦ


ଭାସିକାସତ୍ତ୍ୱ - ସତ୍ ର ପ୍ରକାଶକ 
ଚିତ୍ - ଚୈତନ୍ୟ 
କ୍ୱ - କେଉଁଠି
ଇତରା - ଅନ୍ୟ 
ସତ୍ତୟା - ସତ୍ ସ୍ୱରୂପ ହୋଇଥିବାରୁ
ହି - ଯେଣୁ
ଚିତ୍ - ଚୈତନ୍ୟ 
ଚିତ୍ତୟା - ଚିଦ୍ ସ୍ୱରୂପ ହୋଇଥିବାରୁ
ହି - ନିଶ୍ଚିତ 
ଅହମ୍ - ମୁଁ

ପଦ୍ୟାନୁବାଦ 


ସତ୍ତ୍ୱର ପ୍ରକାଶକ ନାହିଁ ।
ନିଜକୁ ନିଜେ ପ୍ରକାଶଇ  ।।
ଚେତନା ସତ୍ୟ ଯେ ଅଟଇ ।
ପୁଣି ମୁଁ କାର ବୋଲି କହି ।।



ଶ୍ଲୋକ - ୨୪


ଇଶଜୀବୟୋର୍ବେଷଧୀଭିଦା ।
ସତ୍-ସ୍ୱଭାବତୋ ବସ୍ତୁ କେବଳମ୍ । ୨୪।

ପଦଚ୍ଛେଦ


                                                    ଇଶଜୀବୟୋଃ - ଇଶ୍ୱରଙ୍କ ଓ ଜୀବର ମଧ୍ୟରେ
                                                     ବେଷଧୀଭିଦା - ଶରୀରଗତ ପ୍ରଭେଦ ରହିଛି  
                                                        ସତ୍-ସ୍ୱଭାବତଃ - ସତ୍ ସ୍ୱରୂପ ଦୃଷ୍ଟିରୁ
                                                                 ବସ୍ତୁ - ପରମାର୍ଥ ତତ୍ତ୍ୱ 
                                                           କେବଳମ୍ - କେବଳ ଏକ ଅଟେ 

ପଦ୍ୟାନୁବାଦ 


  ଜୀବ ଇଶ୍ୱର ଏହି ଦୁଇ ।
  ଶରୀର ମାତ୍ର ଭେଦ ଥାଇ ।।
  ସତ୍ତ୍ୱର ସ୍ୱରୂପ ଦୃଷ୍ଟିରେ ।
  ଜୀବ ପରମ ଏକାକାରେ ।। 


ଶ୍ଲୋକ - ୨୫


ବେଷହାନତଃ ସ୍ୱାତ୍ମଦର୍ଶନମ୍ ।
ଇଶଦର୍ଶନଂ ସ୍ୱାତ୍ମରୂପତଃ ।୨୫।


ପଦଚ୍ଛେଦ


ବେଷହାନତଃ - ବେଶ ଗୁଡ଼ିକୁ ତ୍ୟାଗ କରିଥିବା ବ୍ୟକ୍ତିର
ସ୍ୱାତ୍ମଦର୍ଶନମ୍ - ନିଜର ସ୍ୱରୂପ ଦର୍ଶନ 
ଇଶଦର୍ଶନଂ - ଇଶ୍ୱର ଦର୍ଶନ
ସ୍ୱାତ୍ମ ରୂପତଃ - ନିଜର ସ୍ୱରୂପରେ  


ପଦ୍ୟାନୁବାଦ 


ଉପାଧି ଗୁଡ଼ିକୁ ବର୍ଜନ ।
କରିଲେ ହୁଏ ଆତ୍ମଜ୍ଞାନ ।।
ଆତ୍ମାରେ ଇଶ୍ୱର ଦେଖିଲେ ।
ଇଶଦର୍ଶନ ଜାଣ ଭଲେ ।।


ଶ୍ଲୋକ - ୨୬ 


ଆତ୍ମ ସଂସ୍ଥିତିଃ ସ୍ୱାତ୍ମଦର୍ଶନମ୍ ।
ଆତ୍ମ ନିର୍ଦ୍ୱୟାଦାତ୍ମନିଷ୍ଠତା ।୨୬।

ପଦଚ୍ଛେଦ


ଆତ୍ମ ସଂସ୍ଥିତିଃ - ସ୍ୱାତ୍ମସ୍ୱରୂପରେ ସମ୍ୟକ୍ ସ୍ଥିତି 
ସ୍ୱାତ୍ମଦର୍ଶନମ୍ - ସ୍ୱରୂପ ଦର୍ଶନ  
ଆତ୍ମ ନିର୍ଦ୍ୱୟାତ୍ - ଆତ୍ମା ଏକ ହୋଇଥିବା କାରଣରୁ 
ଆତ୍ମନିଷ୍ଠତା - ଆତ୍ମନିଷ୍ଠତା

ପଦ୍ୟାନୁବାଦ 


ଏକ ଅଦ୍ୱୟ ଆତ୍ମା ଅଟେ।
ଦର୍ଶନ କଲେ ନିଜ ଘଟେ ।।
ତାହାହିଁ ସ୍ୱରୂପ ଦର୍ଶନ ।
ଆତ୍ମନିଷ୍ଠତା ବୋଲି ଜାଣ ।।



ଶ୍ଲୋକ - ୨୭


ଜ୍ଞାନ ବର୍ଜିତାଽଜ୍ଞାନହୀନ ଚିତ୍ ।
ଜ୍ଞାନମସ୍ତି କିଂ ଜ୍ଞାତୁମନ୍ତରମ୍ । ୨୭।


ପଦଚ୍ଛେଦ


                                                         ଜ୍ଞାନ ବର୍ଜିତା - ବିଷୟ ଜ୍ଞାନ ରହିତ
ଅଜ୍ଞାନହୀନ - ଅଜ୍ଞାନରହିତ
ଚିତ୍  - ଚୈତନ୍ୟ
ଜ୍ଞାନମ୍ - ଜ୍ଞାନ
ଅସ୍ତି - ଅଛି
କିମ୍ - କଅଣ
ଜ୍ଞାତୁମ୍ - ଜାଣିବା ପାଇଁ
ଅନ୍ତରମ୍ - ପରେ

ପଦ୍ୟାନୁବାଦ 


 ଜ୍ଞାନ ଅଜ୍ଞାନ ଅତିକ୍ରମି ।
ଚୈତନ୍ୟ ଶୁଦ୍ଧ ଜ୍ଞାନ ଜାଣି ।।
ଏହାର ପରେ ଆର ପୁଣ ।
ଜ୍ଞାତବ୍ୟ କିଛି ନାହିଁ ଜାଣ ।  



ଶ୍ଲୋକ - ୨୮


କି‌ଂ ସ୍ୱରୂପମିତ୍ୟାତ୍ମଦର୍ଶନେ ।
ଅବ୍ୟୟାଭବାପୂର୍ଣ୍ଣ ଚିତ୍ ସୁଖମ୍ ।୨୮।

ପଦଚ୍ଛେଦ


କିଂ ସ୍ୱରୂପମ୍ ଇତି - ମୋର ସ୍ୱରୂପ କଅଣ
ଆତ୍ମ ଦର୍ଶନେ -  ଆତ୍ମଦର୍ଶନ ଦ୍ୱାରା 
ଅବ୍ୟୟ - ଅବ୍ୟୟ 
ଅଭବ - ଜନ୍ମ ରହିତ 
 ଆପୂର୍ଣ୍ଣ ଚିତ୍ ସୁଖମ୍ - ପରିପୂର୍ଣ୍ଣ ଚିତ୍ ସୁଖ  

ପଦ୍ୟାନୁବାଦ 


 କିପରି ସ୍ୱରୂପ ମୋହର
କରିଲେ ଏପରି ବିଚାର ।।
ଚୈତନ୍ୟ ଅଜନ୍ମା ଅବ୍ୟୟ ।
ଆତ୍ମାର ହୁଏ ପରିଚୟ।।
ସୁଖରୂପୀ ଆନନ୍ଦ ପୂର୍ଣ୍ଣ । 
ଆତ୍ମାର ଏପରି ଦର୍ଶନ ।। 


ଶ୍ଲୋକ - ୨୯ 


ବନ୍ଧମୁକ୍ତ୍ୟତୀତଂ ପରଂ ସୁଖମ୍  ।
ବୀନ୍ଦତୀହ ଜୀବସ୍ତୁ ଦୈବିକଃ ।୨୯।

ପଦଚ୍ଛେଦ


ବନ୍ଧମୁକ୍ତ୍ୟତୀତଂ - ବନ୍ଧ ଓ ମୋକ୍ଷରୁ ଉର୍ଦ୍ଧ୍ୱରେ  
ପରମ୍ - ସର୍ବଶ୍ରେଷ୍ଠ   
 ସୁଖମ୍ - ସୁଖ
ବୀନ୍ଦତି - ପାଏ
ଇହ - ଏହିଠାରେ 
ଜୀବଃ - ଜୀବ
ତୁ - ବିରଳତାର ସୂଚକ ଶବ୍ଦ 
ଦୈବିକଃ - ଦୈବୀଗୁଣଯୁକ୍ତ 

ପଦ୍ୟାନୁବାଦ   


ଏ ସଂସାରେ ବିରଳ ନର 
ଦୈବିକ ଗୁଣେ ବଳିଆର 
ହୋଇ ଲଭନ୍ତି ଶ୍ରେଷ୍ଠ ସୁଖ 
         ବନ୍ଧନ ମୋକ୍ଷରୁ ଅତୀତ । ୨୯।



ଶ୍ଲୋକ ୩୦


 ଅହମପେତକଂ ନିଜବିଭାନକମ୍ ।
 ମହଦିଦଂ ତପୋ ରମଣ ବାଗିୟମ୍ । ୩୦।

ପଦଚ୍ଛେଦ


                                                             ଅହମ ପେତକମ୍ - ଅହଂକାର ରହିତ 
ନିଜ ବିଭାନକମ୍ - ସ୍ୱପ୍ରକାଶ ରୂପ 
ମହତ୍ - ଶ୍ରେଷ୍ଠ 
ଇଦମ୍ - ଏହି
ତପଃ - ତପସ୍ୟା 
ରମଣବାକ୍ - ରମଣଙ୍କର ବାଣୀ
ଇୟମ୍ 


ପଦ୍ୟାନୁବାଦ 


ଅହଂକାରକୁ ଦୂର କରି ।
ମହତ ତପ ଯେ ଆଚରି ।।
ସ୍ୱପ୍ରକାଶରେ ପ୍ରକଟଇ ।
ରମଣ ମହାୠଷି କହି ।।