Monday, May 27, 2019

ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୭ - ଭୁସୁକୁ

ଅନୁସୃଜନ - ଜ୍ୟୋତି ନନ୍ଦ


ଚିତ୍ରକର - ସୁଜୁକି ହାରୁନୋବୁ (୧୭୨୫-୧୭୭୦)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଏବେ କାହାକୁ ଧରି କାହାକୁ ଦେବି ଛାଡ଼ି
ମୋ ଚାରିପଟେ ପଡ଼ଇ ହାକା ହାକା ରଡ଼ି ।

ମାଉଁସ ପାଇଁ ସିଏ ହେଲା ନିଜ ବଇରି
ମିରିଗକୁ ଛାଡ଼ିଦେବ କେଉଁଠି ଶିକାରୀ ।

ହରିଣ ଯେ, ଖାଏନା ଘାସ ପିଏନା ପାଣି,
ଜାଣେନା କେଉଁଠି ଅଛି ତା' ହରିଣ ରାଣୀ ।

ଏ ବଣ ଛାଡ଼ି ଚାଲି ଯା' ଦୂର ଦୂରାନ୍ତରେ
ଭ୍ରାନ୍ତ ତୁହି ଦେଖିବୁନି କେବେ କେଉଁଠାରେ ।

ଛୁଟନ୍ତ ସେଇ ହରିଣ ଯିବ ନାହିଁ ଦେଖା,
ଭୁସୁକୁର ଏ ପାଠ ନ ବୁଝେ ମୂଢ଼ ସଖା ।

Saturday, May 25, 2019

କଟକ କଲେଜରେ କାଳିନ୍ଦୀଚରଣ


ରେଭେନ୍‌ସା ବିଶ୍ୱବିଦ୍ୟାଳୟର ଆଲୋକଟିତ୍ର (ୱିକିମିଡିଆ କମନ୍ସ୍)


ବିଂଶ ଶତାବ୍ଦୀ କିଶୋର ଅବସ୍ଥା ପାର ହୋଇ ଗଜା ଟୋକା ହେଲା ବେଳକୁ, ପୁରୀ ଜିଲ୍ଲା ଇସ୍କୁଲୁରେ ବିଦ୍ୟାଳୟ ଶିକ୍ଷା ସାରି, କାଳିନ୍ଦୀ କଟକ ଆସନ୍ତି ଉଚ୍ଚ ଶିକ୍ଷା ପାଇଁ ସେତେବେଳେ କଲେଜେ କହିଲେ ସାରା ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ବୁଝାଉଥିଲା ଗୋଟିଏ ଜେଗାକୁ - କଟକସ୍ଥ ରେଭେନ୍ସା ମହାବିଦ୍ୟାଳୟ ସେବେକୁ କଲେଜ ଉଠି ଆସିଥାଏ ଚାଉଳିଆଗଞ୍ଜର ନୂଆ କୋଠାକୁ ପ୍ରକାଣ୍ଡ ନାଲିରଙ୍ଗର ଜମିଦାରିଆ କୋଠି ଅତିକାୟ ଅଟ୍ଟାଳିକାଟିର ଗୋଟାଏ ପାଳ ଥିଲା ପୂର୍ବ ଛାତ୍ରାବାସ ମୁହାଁମୁହିଁ ଆରପଟେ ପଶ୍ଚିମ ଛାତ୍ରାବାସ ସାମ୍ନା ଦୁଇ ମହଲାରେ ଥାଏ କଳା ବିଭାଗର ଶ୍ରେଣୀଗୁଡ଼ିକ ତାହା ପଛର ଘାସବହୁଳ ପ୍ରାନ୍ତରଟି ପାରି ହେଲେ ସୁଦୃଶ୍ୟ କନିକା ପାଠାଗାର ଗ୍ରନ୍ଥାଗାରଟିର ଦୁଇ ପଟେ ବିଜ୍ଞାନ ପାଇଁ ଶ୍ରେଣୀ କକ୍ଷ ତଥା ପରୀକ୍ଷାଗାର ଗରୀବ ରାଜ୍ୟରେ ଉଚ୍ଚଶିକ୍ଷା ପାଇଁ ଏମିତି ସାଆନ୍ତିଆ ଆୟୋଜନକୁ ବିରୋଧ କରି ଥାଆନ୍ତି ଗୋପବନ୍ଧୁ

ସ୍କୁଲ ପାଠ ପଢ଼ା ସରିବା ଆଗରୁ କାଳିନ୍ଦୀଙ୍କ ବାହାଘର ସରିଥାଏ ଆଇ.. ପରୀକ୍ଷା ପରେ ତାଙ୍କର ଦୁର୍ବାକ୍ଷତ ଆଶୀର୍ବାଦ କର୍ମ ଅନୁଷ୍ଠିତ ହୁଏ ଡାକ ବିଭାଗର ଆନୁକୁଲ୍ୟରେ ପ୍ରେମପତ୍ରର ଆଦାନପ୍ରଦାନ ଚାଲିଥାଏ ନିଜର ଧର୍ମପତ୍ନୀଙ୍କ ସହ କେବଳ କାଳିନ୍ଦୀ ନୁହନ୍ତି, ତାଙ୍କର ଅନେକ ସହପାଠୀମାନେ ବହମାନ ଥାଆନ୍ତି, ସେହି ଗୋଟିଏ ତରୀରେ ଅନେକଙ୍କର ପତ୍ନୀମାନେ ଥାଆନ୍ତି ଶ୍ରୀଅକ୍ଷର ବିବର୍ଜିତା ଏଣୁ ପ୍ରେମପତ୍ର ଲେଖା ପାଲଟେ ଗୋଟେ ନିର୍ଘାତ୍ ଏକତରଫା ନିଷ୍କାମ କର୍ମରେ ଏହି ପରି ନାନାଦି କାମରେ ବ୍ୟସ୍ତ ରହି କାଳିନ୍ଦୀଙ୍କର ପାଠଶାଠ କିଛି ବେଶୀ ଭଲ ହୁଏନା ସେ ଆଇ.. ପାସ୍ କରନ୍ତି ତୃତୀୟ ଶ୍ରେଣୀରେ ବି.. ବୈତରଣୀରେ ଇଂରାଜୀ ଅନର୍ସଟି ରହିଯାଏ ପରୀକ୍ଷା ପ୍ରବାହର ଅନ୍ୟ କୂଳରେ- ଖାଲି ପାସ୍ ଡିଗ୍ରୀଟୀଏ ଯାହା ମିଳେ

କାଳିନ୍ଦୀଙ୍କ ପରି ପୁରୀଆ ପିଲେ ରହୁ ଥାଆନ୍ତି ପୂର୍ବ ଛାତ୍ରାବାସର ଉପର ମହଲାରେ କଲେଜର ମେସ୍ଗୁଡ଼ିକ ଥାଏ ଜିଲ୍ଲା ବା ରାଜ୍ୟ ୱାରି - ମୟୁରଭଞ୍ଜ ମେସ, ଗଞ୍ଜାମ ମେସ, ସମ୍ବଲପୁର ମେସ, ବାଲେଶ୍ୱର ମେସ ଆଦି ଚାଲିଚଳନ, ଖାଦ୍ୟପେୟ, ବୋଲି ଆଦି ସବୁଥିରେ ପିଲାମାନଙ୍କ ଭିତରେ ଅନେକ ଫାଙ୍କ୍ - ହେଲେ ତାଙ୍କ ଭିତରେ ଥାଏ ସୌହାର୍ଦ୍ଦ୍ୟ କାଳିନ୍ଦୀଙ୍କ ସହପାଠୀମାନଙ୍କ ଭିତରେ ଥାଆନ୍ତି ଅନ୍ନଦାଶଙ୍କର ବୈକୁଣ୍ଠନା ଆଦି; ସେମାନେ ଦିବାଧ୍ୟାୟୀ, ହେଲେ କଲେଜ ଛୁଟି ହେବା ପରେ ବି ତାଙ୍କର ହଷ୍ଟେଲକୁ ଯିବାଆସିବା ଚାଲିଥାଏ ଏଇ ସାଙ୍ଗମାନଙ୍କ ସହିତ ମିଳି ଆରମ୍ଭ ହୁଏ ସାହିତ୍ୟିକ ଗୋଷ୍ଠୀନନସେନ୍ସ କ୍ଲବଅର୍ଥାତ୍, ‘ଅନର୍ଥ ଆଡ଼ଡ଼ା ଏହି କ୍ଲବ ତରଫରୁ ଗୋଟିଏ ତ୍ରିଭାଷୀ (ଓଡ଼ିଆ, ବଙ୍ଗଳା ଇଂରାଜୀ) ପତ୍ରିକା ପ୍ରକାଶ ପାଏ, ଯାହାର ନାଁ ଥାଏନନସେନ୍ସ କ୍ଲବ ମାଗାଜିନ ଏହାର ସମ୍ପାଦନାର ଦାୟିତ୍ୱ କାଳିନ୍ଦୀଙ୍କ ଉପରେ ଆସି ପଡ଼େ ପରେ ଏହାର ନାଁ ବଦଳେ - ପ୍ରଥମେଅବକାଶ ତାପରେଶକ୍ତିସାଧନା ଏହିଠାରେ ପ୍ରଥମ ଲେଖା ଛପାଇଥିବା ଅନେକ ଲେଖକ ପରେ ଲକ୍ଷ୍ମୀନାରାୟଣ ସାହୁଙ୍କ ସମ୍ପାଦିତସହକାରଉତ୍କଳ ସାହିତ୍ୟଆଦି ପ୍ରତିଷ୍ଠିତ ପତ୍ରିକାରେ ନିୟମିତ ଲେଖାଲେଖି କରନ୍ତି

କଲେଜରେ କାଳିନ୍ଦୀଙ୍କର ପାଠ ପଢ଼ା ଥାଏ କମ୍ ସାହିତ୍ୟ ଚର୍ଚ୍ଚା ସୃଜନକର୍ମ ଥାଏ ବେଶୀ ରେଭେନ୍ସା କଲେଜରେ ପଢ଼ୁଥିବା ବେଳେ ହିଁ ସେ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ନିର୍ଦ୍ଦେଶରେମଥୁରା ମଙ୍ଗଳ ସମାଲୋଚନା ଖଣ୍ଡିଏ ଲେଖିଉତ୍କଳ ସାହିତ୍ୟ ସମାଜଠାରୁ ଏକ ଚାଳିଶ ଟଙ୍କିଆ ପୁରସ୍କାର ଲାଭ କରନ୍ତି ହଷ୍ଟେଲରେ ରହୁଥିବା ସମୟରୁ ବିଶ୍ୱନାଥ କରଙ୍କ ସମ୍ପାଦିତଉତ୍କଳ ସାହିତ୍ୟପତ୍ରିକାର ସେ ଥାଆନ୍ତି ନିୟମିତ ରାଖ । ସମୟକ୍ରମେ ଛାତ୍ରାବସ୍ଥାରେ ହିଁ ସେ ସେଠାରେ, ନୀଳକଣ୍ଠ ଦାସଙ୍କ ଦ୍ୱାରା ସମ୍ପାଦିତ ‘ନବଭାରତ’ରେ ଓ ଅନ୍ୟାନ୍ୟ ସାହିତ୍ୟ ପତ୍ରିକାରେ ନିୟମିତ ନିଜର ଲେଖା ପ୍ରକାଶିତ କରି ଚାଲନ୍ତି ।

ବି.ଦ୍ର. - ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପା ଯାଇଥିଲା । ପ୍ରବନ୍ଧଟିର ଉପାଦାନ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କର ଆତ୍ମଜୀବନୀ ଅଙ୍ଗେ ଯାହା ନିଭାଇଛି ରୁ ସଙ୍ଗୃହିତ । ବହିଚି କଟକସ୍ଥ ପ୍ରକାଶନ ସଂସ୍ଥା କଟକ ଷ୍ଟୁଡ଼େଣ୍ଟସ୍ ଷ୍ଟୋର ଛପାଇଥିଲେ । ଦ୍ୱିତୀୟ ସଂସ୍କରଣ ୨୦୦୬ ମସିହାରେ ପ୍ରକାଶିତ । ବହିଟିରେ ପ୍ରଥମ ସଂସ୍କରଣର ତାରିଖ ଦିଆ ଯାଇ ନାହିଁ ।