Saturday, September 02, 2017

ସାନ୍ତାଳୀ ଲୋକ କବିତା - 'ମହୁଲ ଫୁଲ'


ସଙ୍ଗ୍ରହକ - ବ୍ରହ୍ମାନନ୍ଦ ଦାସ 


ମହୁଲ ଫୁଲ : ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ପୋଖରୀ ଧାରରେ
ମହୁଲ ଗଛରୁ
ଝରିପଡ଼େ ମହୁଲ ଫୁଲ ।

ଘୋଡ଼ା କିଛି ଖାଇଯାଏ
ମୁଁ କିଛି ଅଣ୍ଟିରେ ପୁରାଏ ।

ମହୁଲ ଫୁଲ
ତଥାପି ଝରେ
ସରିଯାଏନା, ଝରେ ।

ଉତ୍ସ - ବ୍ରହ୍ମାନନ୍ଦ ଦାସ କୃତ 'ପୃଥିବୀର ଆଦିବାସୀ ଲୋକ କବିତା' । କଟକସ୍ଥ ପାଇନ୍ ବୁକ୍ସ୍ ଦ୍ୱାରା ୧୯୯୪ ମସିହାରେ ପ୍ରକାଶିତ ପ୍ରଥମ ସଂସ୍କରଣ ।

No comments:

Post a Comment