Tuesday, September 26, 2017

ମାଥିଉଙ୍କର ମଙ୍ଗଳ ସମାଚାର - ୨୬

ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


କାନଭାସ୍ ଉପରେ ତୈଳଚିତ୍ର - 'ଯୀଶୁ ଖ୍ରୀଷ୍ଟଙ୍କର ୟେରୁଶେଲମ୍ ରେ ପ୍ରବେଶ' (୧୮୯୭)
ଚିତ୍ରକର - ଜ୍ୟାଁ ଲିଅଁ ଜିରମ୍ (୧୮୨୪-୧୯୦୪)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ସେମାନେ ପ୍ରସ୍ଥାନ କଲାଉତ୍ତାରେ ଯୀଶୁ ଲୋକମାନଙ୍କୁ ୟୋହନଙ୍କ ବିଷୟରେ କହିବାକୁ ଲାଗିଲେ, ତୁମ୍ଭେମାନେ ବାହାର ହୋଇ ଅରଣ୍ୟ ମଧ୍ୟରେ କଣ ଦେଖିବାକୁ ଯାଇଥିଲ ? କି ବାୟୁରେ ହଲିଲା ଗୋଟିଏ ନଳ ? ତେବେ କଣ ଦେଖିବାକୁ ଯାଇଥିଲ ? କି ସୁକ୍ଷ୍ମ ବସନ ପରିହିତ କୌଣସି ମନୁଷ୍ୟକୁ  ? ଦେଖ, ଯେଉଁମାନେ ସୂକ୍ଷ୍ମ ବସନ ପିନ୍ଧନ୍ତି, ସେମାନେ ରାଜଗୃହରେ ଥାନ୍ତି । ତେଣୁ କାହିଁକି ବାହାରେ ଯାଇଥିଲ ? କି ଜଣେ ଭବିଷ୍ୟଦ୍-ବକ୍ତାଙ୍କୁ ଦେଖିବାକୁ ? ତାହା ହିଁ ପ୍ରମାଣ ; ପୁଣି ଆମ୍ଭେ ତୁମ୍ଭମାନଙ୍କୁ କହୁ ଯେ, ସେ   ଭବିଷ୍ୟଦ୍-ବକ୍ତାଠାରୁ ବଡ଼ ।  ଯେହେତୁ "ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭର ଅଗ୍ରସର କରି ପଠାଉଁ, ସେ ଆଗ ଯାଇ ତୁମ୍ଭର ପଥ ପ୍ରସ୍ତୁତ କରିବ" ଯାହାଙ୍କ ବିଷୟରେ ଏହି କଥା ଲିଖିତ ଥିଲା, ସେ ଏହି ବ୍ୟକ୍ତି । ଆମ୍ଭେ ତୁମ୍ଭମାନଙ୍କୁ ସତ୍ୟ କହୁଁ, ଯୋହନ ଡୁବକଙ୍କଠାରୁ ମହାନ୍ କେହି ସ୍ତ୍ରୀଲୋକର ଗର୍ଭରୁ ଜାତ ହୋଇ ନାହିଁ ; ତଥାପି ସ୍ୱର୍ଗରାଜ୍ୟ ମଧ୍ୟରେ ଅତି କ୍ଷୁଦ୍ର ଯେଉଁ ବ୍ୟକ୍ତି, ସେ ଯୋହନଙ୍କଠାରୁ ମହାନ । ଆଉ ଯୋହନ ଡୁବକଙ୍କ କାଳାବଧି ଏପର୍ଯ୍ୟନ୍ତ ସ୍ୱର୍ଗରାଜ୍ୟ ବଳାକ୍ରାନ୍ତ ହୋଇ ଆସିଅଛି, ତହିଁରେ ବିକ୍ରମୀ ଲୋକମାନେ ବଳରେ ତାହା ଅଧିକାର କରୁଛନ୍ତି । ଯେହେତୁ ସବୁ ଭବିଷ୍ୟଦ୍-ବକ୍ତା ଓ ବ୍ୟବସ୍ଥା ଯୋହନଙ୍କ ପର୍ଯ୍ୟନ୍ତ ଭବିଷ୍ୟତ୍ କଥା ପ୍ରକାଶ କରିଥିଲେ । ଆଉ ତୁମ୍ଭେମାନେ  ଯେବେ ଏହି କଥା ଗ୍ରହଣ କରିବାକୁ ସମ୍ମତ ହୁଅ, ତେବେ ଯେଉଁ ଏଲିୟଙ୍କର ଆସିବାର ଥିଲା, ସେ ଏହି ବ୍ୟକ୍ତି । ଯାହାର ଶୁଣିବାକୁ କର୍ଣ୍ଣ ଅଛି, ସେ ଶୁଣୁ । 

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।

No comments:

Post a Comment