Wednesday, September 20, 2017

ସାନ୍ତାଳୀ ଲୋକ କବିତା - 'ଝରଣା କୂଳରେ'

ସଙ୍ଗ୍ରହକ - ବ୍ରହ୍ମାନନ୍ଦ ଦାସ 


ଅଷ୍ଟ୍ରେଲିଆର ହିଦକୋଟ୍ ଜାତୀୟ ଉଦ୍ୟାନରେ ଏକ ଝରଣା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ପାହାଡ଼ ତଳ ଝରଣା କୂଳରେ
ମୋର ପ୍ରେମିକ ଗୀତ ଗାଉଚି ।
ଗୀତ ଗାଉଚି ।

ତା ଗୀତ ମୋର ସବୁଠୁ ପ୍ରିୟ ।

ଘନ ବଣ ଭିତରୁ
ପହଁରି ଆସୁଥିବା ତା କଣ୍ଠସ୍ୱର
ମୁଁ ବେଶ୍ ବାରି ପାରୁଚି 

ଆଃ, କେଡ଼େ ମିଠା
ମୋ ପ୍ରେମିକ ଗୀତ ଗାଉଚି ।

ଉତ୍ସ - ବ୍ରହ୍ମାନନ୍ଦ ଦାସ କୃତ 'ପୃଥିବୀର ଆଦିବାସୀ ଲୋକ କବିତା' । କଟକସ୍ଥ ପାଇନ୍ ବୁକ୍ସ୍ ଦ୍ୱାରା ୧୯୯୪ ମସିହାରେ ପ୍ରକାଶିତ ପ୍ରଥମ ସଂସ୍କରଣ ।

No comments:

Post a Comment