Sunday, September 17, 2017

ମାଥିଉଙ୍କର ମଙ୍ଗଳ ସମାଚାର - ୨୫

ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ଚିତ୍ର - ଦି ଲାଷ୍ଟ୍ ସପର୍ (୧୫୬୨ ମସିହା)
ଚିତ୍ରକର - ଭିନସେଣ୍ଟ୍ ୟୋହାନ୍ ମାସିପ୍ (୧୫୦୭-୧୫୭୯)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଏହି ରୂପେ ଯୀଶୁ ଆପଣା ବାର ଜଣ ଶିଷ୍ୟଙ୍କୁ ଆଜ୍ଞା ଦେବାର ସମାପ୍ତ କରି ନଗରେ ନଗରେ ଉପଦେଶ ଦେବାକୁ ଓ ମଙ୍ଗଳସମାଚାର ଘୋଷଣା କରିବାକୁ ସେହି ସ୍ଥାନକୁ ପ୍ରସ୍ଥାନ କଲେ । ଏଥି ଉତ୍ତାରୁ ଯୋହନ ବନ୍ଦିଘରେ ଥାଇ ଖ୍ରୀଷ୍ଟଙ୍କ କର୍ମର ସମାଚାର ଶୁଣି ଆପଣାର ଶିଷ୍ୟମାନଙ୍କ ଦ୍ୱାରା ତାହାଙ୍କୁ ପଚାରି ପଠାଇଲେ, ଯାହାଙ୍କର ଆଗମନ ହେବ ସେହି ବ୍ୟକ୍ତି କି ଆପଣ ?  ଅବା ଆମ୍ଭେମାନେ ଅନ୍ୟ କାହାରି ଅପେକ୍ଷାରେ ରହିବୁଁ ? ଯୀଶୁ ଉତ୍ତର କଲେ, ତୁମ୍ଭେମାନେ ଯ।ଇ ଯାହା ଯାହା ଶୁଣୁଅଛ ଓ ଦେଖୁଅଛ, ତହିଁର ସମାଚାର ଯୋହନଙ୍କୁ ଦିଅ ; ଅନ୍ଧମାନେ ଚକ୍ଷୁ ପାନ୍ତି ; ଛୋଟାମାନେ ଗମନାଗମନ କରନ୍ତି ; କୁଷ୍ଠିମାନେ ପରିଷ୍କୃତ ହୁଅନ୍ତି ; ବଧିରମାନେ ଶୁଣନ୍ତି । ମୃତ ଲୋକମାନେ ସଜୀବ ହୋଇ ଉଠନ୍ତି ; ଦରିଦ୍ରମାନଙ୍କଠାରେ ମଙ୍ଗଳସମାଚାର ପ୍ରଚାରିତ ହେଉଅଛି । ପୁଣି ଆମ୍ଭେ ଯାହାର ଝୁଣ୍ଟିବାର କାରଣ ନୋହୁଁ, ସେ ଧନ୍ୟ । 

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ । 

No comments:

Post a Comment