Sunday, September 03, 2017

ମାଥିଉଙ୍କର ମଙ୍ଗଳ ସମାଚାର - ୨୩

ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ଚିତ୍ର - 'ମେଷପାଳକମାନଙ୍କର ଆରାଧନା'
ଚିତ୍ରକର - ଗେରାଡ଼୍ ଭନ୍ ହନ୍ଥ୍ରଷ୍ଟ୍ (୧୫୯୨-୧୬୫୬)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଆମ୍ଭେ ଯେ ପୃଥିବୀରେ ଶାନ୍ତି ଦେବାକୁ ଆସିଅଛୁ ଏହା ମନେ କର ନାହିଁ ; ଶାନ୍ତି ଦେବାକୁ ନୁହେ ମାତ୍ର ଖଣ୍ଡା ଦେବାକୁ ଆସିଅଛୁଁ ; ଯେହେତୁ ପିତା ସହିତ ପୁତ୍ରର ଓ ମାତା ସହିତ କନ୍ୟାର, ପୁଣି ଶାଶୁ ସହିତ ପୁତ୍ରବଧୁର ବିରୋଧ କରାଇବାକୁ ଆସିଅଛୁଁ । ତହିଁରେ ମନୁଷ୍ୟର କୁଟୁମ୍ବମାନେ ତାହାର ଶତୃ ହେବେ । ପୁଣି ଯେ କେହି ପିତା ବା ମାତାକୁ ଆମ୍ଭଠାରୁ ଅଧିକ ସ୍ନେହ କରେ, ସେ ଆମ୍ଭର ଯୋଗ୍ୟ ନୁହେ ; ପୁଣି ଯେ କେହି ଆପଣା ପୁତ୍ର ବା କନ୍ୟାକୁ ଆମ୍ଭଠାରୁ ଅଧିକ ପ୍ରେମ କରେ, ସେ ଆମ୍ଭର ଯୋଗ୍ୟ ନୁହେଁ । ଆଉ ଯେ କେହି ଆପଣ।  କ୍ରୁଶ ନେଇ ଆମ୍ଭର ପଶ୍ଚାଦ୍ଗାମୀ ନ ହୁଏ, ସେ ଆମ୍ଭର ଯୋଗ୍ୟ ନୁହେ । ଯେ କେହି ଆପଣା ପ୍ରାଣ ରକ୍ଷା କରେ, ସେ ତାହା ହରାଇବ ; ଯେ କେହି ଆମ୍ଭ ନିମନ୍ତେ ଆପଣା ପ୍ରାଣ ହରାଏ, ସେ ତାହା ରକ୍ଷା କରିବ ।

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ । 

No comments:

Post a Comment