Saturday, September 02, 2017

ସାରୁ ଚଟଣି


ସରୋଜିନୀ ଚୌଧୁରୀ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ପ୍ରଣାଳୀ -   ସାରୁକୁ ଭଲ ରୂପେ ଘସି ଧୋଇ ପରିଷ୍କାର କନା ଖଣ୍ଡେ ଧୋଇ, ତହିଁରେ ଟିକେ ଢ଼ିଲାକରି ବାନ୍ଧି ଭାତରେ ପକାଇ ସିଝାନ୍ତୁ ।ସିଝିଗଲେ ବାହାର କରି ଆଣି ଛଡ଼ାନ୍ତୁ ଏବଂ ଚକଟି କଞ୍ଚାମରିଚ, ତେଲ ଓ ଲୁଣ ଦେଇ ଖାଇବାକୁ ଦିଅନ୍ତୁ ।

ଗୁଣାଗୁଣ - ସାରୁ ମଧୁର, କଟୁ ରସ, ପିଚ୍ଛିଳ, ଗୁରୁପାକ, ମଳଭେଦକ, ଏବଂ ବାୟୁ ପିତ୍ତ ଓ ଆମଦୋଷର ବୃଦ୍ଧିକାରକ ।

ବି.ଦ୍ର. - ସାରୁ ଚଟଣି ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା ।

No comments:

Post a Comment