Thursday, September 14, 2017

ଭାବ

ଜନ୍‌ ଲେନନ୍‌

ଗୀତଟିର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=DVg2EJvvlF8


ଚିତ୍ର ଓ ଫଟୋ କ୍ରେଡ଼ିଟ - ଗୋର୍ବାଚୋଭ୍  

ଭାବ ଥରେ କି ସ୍ୱର୍ଗ ବୋଲି କିଛି ନାହିଁ
ଚେଷ୍ଟା କଲେ ଏହା ଭାବିବା ବେଶ୍‌ ସହଜ ଯେ
ନର୍କ ବୋଲି ମଧ୍ୟ ତଳେ କିଛି ନାହିଁ
ଆମ ଉପରେ କେବଳ ଦିଗନ୍ତ ବିସ୍ତାରୀ ଆକାଶ

ଭାବି ଦେଖ କି ସମସ୍ତେ କେବଳ ଆଜି ପାଇଁ ଜୀଇଁଛନ୍ତି ।

ଭାବ ଥରେ କି କୌଣସି ଦେଶ ବୋଲି କିଛି ନାହିଁ
ଏହା ଭାବିବା କଦାପି କଷ୍ଟ ନୁହେଁ ଯେ
ମାରିବା ବା ମରିବା ପାଇଁ କିଛି ନାହିଁ
ଏମିତି କି କୌଣସି ଧର୍ମ ନାହିଁ
ଭାବି ଦେଖ ଯେ ସମସ୍ତେ ଶାନ୍ତିରେ ଜୀବନ ବିତାଉଛନ୍ତି ।


ତୁମେ କହିପାର ଯେ ମୁଁ ଗୋଟିଏ ସ୍ୱପ୍ନ ଦେଖାଳୀ
କିନ୍ତୁ ମୁଁ କେବଳ ଏକୁଟିଆ ନୁହେଁ
ମୁଁ ଆଶା ରଖେ ଯେ
ଦିନେ ନା ଦିନେ ତୁମେ ଆମ ସହ ସାମିଲ ହେବ
ଆଉ ସାରା ଦୁନିଆ ଏକ ହୋଇଯିବ ।


ଭାବି ଦେଖ ଯେ କୌଣସି ଅଧିକୃତ ସମ୍ପତ୍ତି ନାହିଁ
ମୁଁ ଚକିତ ହେବି ଯଦି ତୁମେ ଏହା କରିପାର
କୌଣସି ପ୍ରକାର ଲୋଭ ବା ଭୋକ ରହିବନି
ଭାବ ଥରେ ସବୁ ମଣିଷ ଏକ ଭାଇଚାରାରେ
ସାରା ଦୁନିଆରେ ମିଳିମିଶି ରହିବେ ।


ତୁମେ କହିପାର ଯେ ମୁଁ ଗୋଟିଏ ସ୍ୱପ୍ନ ଦେଖାଳୀ
କିନ୍ତୁ ମୁଁ କେବଳ ଏକୁଟିଆ ନୁହେଁ
ମୁଁ ଆଶା ରଖେ ଯେ
ଦିନେ ନା ଦିନେ ତୁମେ ଆମ ସହ ସାମିଲ ହେବ
ଆଉ ସାରା ଦୁନିଆ ଏକ ହୋଇଯିବ ।।


No comments:

Post a Comment