Monday, September 11, 2017

ମାଥିଉଙ୍କର ମଙ୍ଗଳ ସମାଚାର - ୨୪

ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


କୁଷ୍ଠ ରୋଗୀଙ୍କର ଯତ୍ନ ନେଉଥିବା ଯୀଶୁ
ବଇଜାଣ୍ଟିଅମ୍ ର କଳା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଯେ କେହି ତୁମ୍ଭମାନଙ୍କୁ ଆତିଥ୍ୟ କରେ, ସେ ଆମ୍ଭମାନଙ୍କୁ କରୁଅଛି । ଆଉ ଯେ ଆମ୍ଭଙ୍କୁ ଆତିଥ୍ୟ କରେ, ସେ ଆମ୍ଭର ପ୍ରେରଣାକର୍ତ୍ତାଙ୍କୁ କରୁଅଛି । ଆଉ ଯେଉଁ ଜନ ଆଚାର୍ଯ୍ୟକୁ ଆଚାର୍ଯ୍ୟ ମଣି ଆତିଥ୍ୟ କରେ, ସେ ଆଚାର୍ଯ୍ୟର ଫଳ ପାଇବ; ଯେ କେହି ଧାର୍ମିକକୁ ଧାର୍ମିକ ମଣି ଆତିଥ୍ୟ କରେ, ସେ ଧାର୍ମିକ ମନୁଷ୍ୟର ଫଳ ପାଇବ । ଆଉ ଯେ କେହି ଏହି କ୍ଷୁଦ୍ର ଲୋକଙ୍କ ମଧ୍ୟରୁ କୌଣସି ଏକ ଜଣକୁ ଆମ୍ଭର ଶିଷ୍ୟ ମଣି କେବଳ ଏକ ତାଟିଆ ଶୀତଳ ଜଳ ଦିଏ, ଆମ୍ଭେ ତୁମ୍ଭମାନଙ୍କୁ ସତ୍ୟ କହୁଁ, ସେ କୌଣସି ପ୍ରକାରେ ଫଳରୁ ବଞ୍ଚିତ ହେବ ନାହିଁ ।  

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ । 

No comments:

Post a Comment