Wednesday, September 06, 2017

ମହିମା ଭକ୍ତି କବିତା - 'ଜଗତ ଭକତ ଜନ'

ଭକ୍ତ କବି ଭୀମ ଭୋଇ


ତିବ୍ବତୀୟ ଭାବଚକ୍ର  : ଫଟୋ କ୍ରେଡ଼ିଟ ୱିକିମିଡ଼ିଆ କମନ୍ସ୍

ଜଗତ ଭକତ ଜନ
ଆସ ଲୋଡିବା ପ୍ରଭୁଙ୍କୁ । ଘୋଷା ।

ଶ୍ରୀପୁରୁଷୋତ୍ତମେ ଜାଣ
ଥିଲେ ଯେଉଁ ନାରାୟଣ
ସେ ପ୍ରଭୁ କାହିଁ ରହିଲେ ତେଜି‌ଣ ତିନି ଦାରୁକୁ ।୧।

ମହିମା ଗୋସାଇଁ ଗୁରୁ
ସେହି ଅବା ମହାପ୍ରଭୁ
ତାଙ୍କୁ କରୁଥିଲୁଁ ଆଶ ଶୂନ୍ୟ ହେଲେ ଦେଖୁ ଦେଖୁ ।୨।

ଚାରିଦିଗେ ଚାରିଧାମ
ଚାରିକର୍ମ ଚାରିନାମ
ଏଥେ ଅବା ପ୍ରଭୁ ଥିବେ ପୁଚ୍ଛ ପଣ୍ଡିତ ଜନଙ୍କୁ ।୩।

ସାଧୁ ସନ୍ଥ ସୁଜ୍ଞ ଜନ
ଯେ ଅଛ ଜଗତେ ଜାଣ
ହାକିମ ହୁକୁମା ଯେହୁ କହୁଅଛି ସମସ୍ତଙ୍କୁ ।୪।

ଏତେ କଥା ହୋଇଲାଣି
କେହି ନ ପାରୁଛ ଜାଣି
ବିପତ୍ତି ଆଗମ ଅଛି ଏ ସଂସାର ସାଗରକୁ ।୫।

ଭଣେ ଭୀମସେନ କନ୍ଧ
କଥାକୁ ନ ବୁଝ ମନ୍ଦ
ବ୍ରହ୍ମାଣ୍ଡ ରହିବ ବୋଲି ପରତେ ନାହିଁ ମନକୁ ।୬।

No comments:

Post a Comment