Monday, August 14, 2017

ଓଡ଼ିଆ ଢ଼ମାଳି - ୨


ସଙ୍ଗ୍ରାହକ - ଚକ୍ରଧର ମହାପାତ୍ର



କାଠମାଣ୍ଡୁର ଏକ ମନ୍ଦିରର ମଧ୍ୟଯୁଗୀୟ ତାଲା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଚନ୍ଦ୍ରମାକୁ କିଆଁ ବଢ଼ାଉ ହସ୍ତ
କବାଟ ପଡ଼ିଛି ସାତ ପରସ୍ତ
ଅନାମ ଦେଶର କଞ୍ଚି, ଫିରିଙ୍ଗି ଦେଶର ତାଲା
ଜୁଳୁକି ଲାଗିଛି ଖିଡ଼ିକି ପଡ଼ିଛି 
ଫିଟେଇପାରିଲେ ହେଲା ।

ଘିଅ ଆଣିଥିଲି ଅଢ଼େଇଏ
ଗୁଡ଼ ଆଣିଥିଲି ଷଢ଼େଇଏ
ଚାଉଳ କୁଟିଲି ମାଣେ
ଛ' କୋଡ଼ି କଲି, ନ' କୋଡ଼ି କଲି
କୁଲା ପୋଛିକରି ଦି' କୋଡ଼ି କଲି
ଭାଇ ବେହେରାଙ୍କୁ ଯୋଡ଼ି ପିଠା ଦେଲି ।

ମୁଁ ଭାଇଖାଇ ରଙ୍କୁଣୀ ନୁୁହେଁ
ଯେ ମାଗେ ତାକୁ ହତାଏ ଦିଏ ।

ଅମନି ମାଇପ ମନ କରିଛି
ମନର ମାଇପ ଶେଜ ପାରିଛି
ବ୍ୟାହି ମାଇପର ପାଳି
ପୋଇଲିମାଇପ ବନ୍ଦାପନା ଦିନ
ପୁରୁଷ ବସିଛି ଭାଳି ।

No comments:

Post a Comment