ଓଡ଼ିଆ ଢ଼ମାଳି - ୩
ସଙ୍ଗ୍ରାହକ - ଚକ୍ରଧର ମହାପାତ୍ର
![]() |
୧୭୮୯ ମସିହାରେ ଯମୁନାର ଦୃଶ୍ୟ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
୭
ଅନା ପତରକୁ ବନା ପତର
ମୂଲ ଲାଗୁଥିଲା ପର କ୍ଷେତର
ପିଠି ଖାଉଥିଲା ଖରା,
ଅଣ୍ଟୁ ତ ନଥିଲା କୁଣ୍ଡା ଚକୁଳି
ରୁଚୁନାହିଁ ଛେନା ବରା ।
୮
ଅନ୍ଧ ଦେଶକୁ ଗଲି ଦର୍ପଣ ବିକି
କନ୍ଧ ହସ୍ତରେ ଦେଲି ଗୋଦାନ ଟେକି
ଜଡ଼଼ା ମଧୁରେ ଖଡ଼ା କଲି ରନ୍ଧନ
କାମୁଡ଼ା ଘୋଡ଼ା ମୁଖେ ଦେଲି ଚୁମ୍ବନ
ହେ ରାଜା କି କଲ
ବିଷ୍ଣୁ ପ୍ରତିମାକୁ ତଳେ ଥୋଇଲ ।
୯
ଚାରି ସଖୀ ଗଲେ ଯମୁନା
ଆଣ୍ଠୁକ ପାଣିରେ ଘଟ ନ ବୁଡ଼ିଲା
ବସି କରୁଥାନ୍ତି ଭାବନା ।
No comments:
Post a Comment