ଓଡ଼ିଆ ଢ଼ମାଳି - ୪
ସଙ୍ଗ୍ରାହକ - ଚକ୍ରଧର ମହାପାତ୍ର
![]() |
ଚିତ୍ର - 'ଦି ଉଣ୍ଡେଡ଼୍ ହେରନ୍' ବା 'କ୍ଷତାକ୍ତ ବକ' (ଇଂଲଣ୍ଡ, ୧୮୩୭) ଚିତ୍ରକର - ଜର୍ଜ ଫ୍ରେଡ଼୍ରିକ ୱାଟ୍ସ୍ (୧୮୧୭-୧୯୦୪) ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
୧୦
ଦାସ ଗଲେ ଫାଣ୍ଡିକି
ଗୋଜ ଆଣିଲେ ଗାଣ୍ଡିକି
୧୧
ଦଶା ଅନୁକ୍ରମେ ବସା ମିଳିଅଛି
ଚଷାସାହି ମଶାବଣିରେ ।
୧୨
ପ୍ରଥମେ ଦେଖିଲି ଜଟାଧାରୀ ନା
ବଗ ମାଉଁସ ଖାଉଛି ପୋଡ଼ିକରି ।
ଦ୍ୱିତୀୟେ ଦେଖିଲି ରାଜନାରୀ ନା
ଘୋଡ଼ା ସଇସ ମାରୁଛି ଚୁଟିଧରି ।
ତୃତୀୟେ ଦେଖିଲି ନିଜ ନାରୀ ନା
ଗୋଇଠା ମାରୁଛି ଗୋଟା ଚାରି ।
No comments:
Post a Comment