ନଈବଢ଼ି ଗୀତ
ସଙ୍ଗ୍ରାହକ - ଚକ୍ରଧର ମହାପାତ୍ର
![]() |
ଚିତ୍ର - 'ଜବଦ୍ୱୀପରେ ବନ୍ୟା' (୧୮୬୫-୧୮୭୫) ଚିତ୍ରକର - ରାଦେଲ ସାଲେ ସିଜାରିଫ ବୋଏସ୍ମାନ (୧୮୧୧-୧୮୮୦) ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଆହେ ଚକାଡୋଳା ଜଗତନାଥ ହେ ମହାପ୍ରଭୁୂ
ତୁମେ ଥାଉଁ ଆମେ ହେଲୁ ଅନାଥ ହେ ମହାପ୍ରଭୁ ।
ତେନ୍ତୁଳି ପତର ସପନ ହେଲା ହେ ମହାପ୍ରଭୁ
କିଏ ବା ପାଣିରେ ବୁଡ଼ିମରିଲା ହେ ମହାପ୍ରଭୁ ।
ପେଟ ପିଲାକୁ ତା ମାଆ ଛାଡ଼ିଲା ହେ ମହାପ୍ରଭୁ
ବାଛୁରି ଛାଡ଼ି ତ ଗାଈ ଭାସିଲା ହେ ମହାପ୍ରଭୁ ।
ଘରବୁଡ଼ି ପାଣି ଆଣ୍ଠୁଏ ହେଲା ହେ ମହାପ୍ରଭୁ
କଲବଲେ କେହୁ ଗଛେ ଚଢ଼ିଲା ହେ ମହାପ୍ରଭୁ ।
କେହି ଅବା ସୁଏ ଭାସିଣ ଗଲା ହେ ମହାପ୍ରଭୁ
ଘରଦ୍ୱାର ସବୁ ଭାଙ୍ଗି ପଇଲା ହେ ମହାପ୍ରଭୁ
No comments:
Post a Comment