ଚାଟଶାଳୀର ଗଣେଷ ବନ୍ଦନା
![]() |
ବାଶୋଲି ମିନିଏଚର (୧୭୩୦) ଜାତୀୟ ସଙ୍ଗ୍ରହାଳୟ, ନୂଆ ଦିଲ୍ଲୀ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
କରୀ ମସ୍ତକେ କପୋଳୋ ଶୋହେ ଚିତା
ଖଡ଼ଗ ଡମ୍ବରୁ ଶୋହେ ବ୍ରହ୍ମବେତ୍ତା
ଗ୍ୟାନ ଗୁରୁ ବୋଲି ଦେବେ ଦେଲେ ବର
ନମୋ ନମୋ ଗଣନାଥ ବିଦ୍ୟାବର ।
ଚତୁରପଣେ ଅମୃତ ଲଡ଼ୁକର
ନମୋ ନମୋ ଗଣନାଥ ବିଦ୍ୟାବର
ଛତ୍ରୀବୀରପଣେ ବାନାଉଡ଼େ ନେତ
ଜଟା କଉପୀନ ବେଶ ଚଣ୍ଡୀସୁତ ।
ଡାକି ଡମ୍ବରୁ ବଜାନ୍ତି ଗଣେଶ୍ୱର
ଢଳି ଢଳି ନୃତ୍ୟକର ବିଦ୍ୟାବର ।
ବି.ଦ୍ର. - ଶିକ୍ଷାସନ୍ଧାନ ୨୦୧୧ ମସିହାରେ ଛାପିଥିବା ବିଷ୍ଣୁଚରଣ ମହାନ୍ତିଙ୍କର ଆତ୍ମଜୀବନୀ 'ଆମ ପାଠପଢ଼ା ସମୟ'ରୁ ସଙ୍ଗୃହିତ
No comments:
Post a Comment