ଓଡ଼ିଆ ଲୋକଗୀତ - 'ଅରଗଡ଼ ମରଗଡ଼'
ସଙ୍ଗ୍ରାହକ - ଚକ୍ରଧର ମହାପାତ୍ର
![]() |
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଅରଗଡ଼ ମରଗଡ଼
ଝାଇଁ ଝରଗଡ଼
ଝାଇଁକି ଝୁମ୍ପା, ବେଲ ଖୋଡ଼ପା
ବେଲଗଛର ଦାଣ୍ଡି
କୋଚିଲା ଚାଉଳ କାଣ୍ଡି
କୋଚିଲା ଚାଉଳ ପିତା
ପଧାନ ମୁଣ୍ଡରେ ଚିତା ।
ପଧାନ ଯାଇଛି ଧାନବିଲକୁ
ଶଙ୍ଖଚିଲ କଲା ବସା
ପାଇକାଣୀଙ୍କ ଏଡ଼େ ଭରସା
ସମ୍ବଲପୁରିଆ ଖୋଷା ।
ଶବ୍ଦାର୍ଥ
ଖୋଡ଼ପା - ଖୋଳପା
କୋଚିଲା - ଏକ କେନ୍ଦୁଜାତୀୟ ଛୋଟ ଆରଣ୍ୟକ ତରୁ, ଯାହାର ପତ୍ର ଅତ୍ୟନ୍ତ ପିତା ।
କାଣ୍ଡି - ରାଶି, ସ୍ତୁପ ବା ଗଦା
No comments:
Post a Comment