Sunday, August 20, 2017

ବିରି ଜାଉ


ବିରି ଜାଇ (ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍)


ସାମଗ୍ରୀ


୨୦୦ ଗ୍ରାମ  ବିରି, ଅଧ ଲିଟର ଖିର, ୧୫୦ ଗ୍ରାମ ଗୁଡ଼, ସ୍ୱାଦ ଅନୁସାରେ ଲୁଣ ।

ପ୍ରଣାଳୀ


ଚୋପା ଛଡ଼ା ବିରିକୁ କରେଇରେ ଧୀମା ଆଞ୍ଚରେ ଭାଜନ୍ତୁ । ବେଶୀ କଡ଼ା କରି ଭାଜିବେ ନାହିଁ । ଏହି ଭଜା ବିରି ଡ଼ାଲିକୁ ଗୁଣ୍ଡ କରନ୍ତୁ । ଡେକଚିରେ ଗୋଟିଏ ଗିଲାସ ପାଣି ପକାଇ ଗରମ କରନ୍ତୁ । ସେଥିରେ ଲୁଣ ଓ ଗୁଡ଼ ପକାନ୍ତୁ ପକାନ୍ତୁ । ବିରି ଚୁନାକୁ ଗିନାରେ ରଖି ସେଥିରେ ଅଳପ ଅଳପ ପାଣି ପକାଇ ଚକୁଳି ଆଣ ଭଳି କରନ୍ତୁ । ଫୁଟୁଥିବା ପାଣିରେ ବିରି ଆଣକୁ ଧିରେଧିରେ ପକାଇ ୮-୧୦ ମିନିଟ ପୁଟାନ୍ତୁ । ଖିରକୁ ଏହି ମିଶ୍ରଣରେ ପକାଇ ଦିଅନ୍ତୁ । ଖିର ବିରି ଜନ୍ତାଳ ସହ ଭଲ କରି ମିଶିଯାଇସାରିବାର ପାଞ୍ଚ ମିନିଟ ପରେ ଓହ୍ଲାଇ ଗରମଗରମ ଖାଆନ୍ତୁ । 

No comments:

Post a Comment