ସରି ଯିବଣିଟି
କବି - ଲକ୍ଷ୍ମୀକାନ୍ତ ମହାପାତ୍ର
![]() |
ଲକ୍ଷ୍ମୀକାନ୍ତ ମହାପାତ୍ର (ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍) (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) |
ସରି ଯିବଣିଟି ଜୀବନୁ କିଶୋରୀ ହେ ବଂଶୀଧାରୀ ।
ବିରହରେ ସଖି ହୋଇଛି କାତର
କଳେ ଯାକିଅଛି ସେ ଧୂଆଁପତର
ଦେଖିଲି ସଖିର ଅଣ୍ଟିରେ ମାତର ଜୀବନକୁ ଅଛି ଧରି ହେ ।
ନାସାଗ୍ରତେ ତୂଳା ଦେଲେ ତତପର
ସିଙ୍ଘାଣି ବହିଲା ନାକୁ ସରସର
ହତାଶେ ଫେରିଲା ଯହୁଁ ଡାକତର ସବୁ ଆଶା ଗଲା ସରି ହେ ।
ଲାଗୁ ନ ଥିଲା ମୋ କରକୁ ନାଟିକା
ମୁହଁ କରିଥିଲା କି ମାଲ ଆଟିକା
ମାନ ମାରି ଖାଲି ଆଖିରେ ମିଟିକା ଲାଳ ପଡ଼ୁଥିଲା ଝରି ହେ ।
ତୁମ୍ଭ ଭଳି ଯେବେ ନୋହିଲା ପାତର
କାହିଁକି ଛୁଇଁଲ ସଖିର ଗାତର
ଏବେ ପରା ଭାରି ମାରୁଛ ଚାତର କାମଟା ଯିବାରୁ ସରି ହେ ।
ତୁମ୍ଭେ ଥାଉଁ ସଖି ଯେବେଟି ମରିବ
ପୁଲିସ ନିଶ୍ଚୟେ ଗିରଫ କରିବ
ଗରିବ କଥାକୁ ସେକାଳେ ସ୍ମରିବ ଡାଲି ଭାତ ଖାଇ କରି ହେ ।
No comments:
Post a Comment