ମହିମା ଭକ୍ତି କବିତା - 'ଗୁରୁ ପାଦ ତଳେ'
ଭକ୍ତ କବି ଭୀମ ଭୋଇ
![]() |
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଗୁରୁ
ପାଦ ତଳେ ଗତି ମୁକତି ଗୋ
ଆଉ
କଥାମାନ ଫଳ ସୁରତି ଗୋ । ଘୋଷା ।
ଅତିଥିକୁ ଦେଖି ମାନ୍ୟ ଆତ୍ମା ଚିହ୍ନି ଅନ୍ନଦାନ
ଯେ
ଅବା ଦିଅନ୍ତି ଗୋ,
ଧର୍ମକୁ
ଲଭନ୍ତି
ବୋଲାନ୍ତି
ପ୍ରଭୁ ଭକତ ଦାନୀପଣେ ସାମରଥ
ପଣ୍ଡିତ
ସୁଜ୍ଞାନୀ ସେହୁ ଅଟନ୍ତି ଗୋ ।୧।
ପୁଣ୍ୟ ଯେବେ କରିଥିବ ଧର୍ମ ତାକୁ ସାହା ହେବ
ବ୍ରହ୍ନକୁ
ଚିହ୍ନନ୍ତି ଗୋ,
ବୈକୁଣ୍ଠେ
ବସନ୍ତି
ଅଟନ୍ତି
ସେ ମହାଜନ ଅଭୟ ବ୍ରହ୍ମରେ ଲୀନ
କଟିତ
ହୁଅଇ କାଳ ବିପତ୍ତି ଗୋ ।୨।
ବ୍ରହ୍ମଙ୍କୁ ଚିହ୍ନିଲା ଲୋକ ସକଳଠାରୁ ଅଧିକ
ପାଦକୁ ସେବନ୍ତି ଗୋ, ଭେଦକୁ ଜାଣନ୍ତି
ପ୍ରସନ୍ନ
ହୋଇଲେ ବ୍ରହ୍ମ ତୁଟିଯାଇ ମାୟା
ଭ୍ରମ
ଅନଳ
ପରାଏ ଅଙ୍ଗ ମୂରତି ଗୋ ।୩।
ଅଲେଖ ପୁରୁଷ ଯେହୁ ଲେଖାରେ ନ ବସେ ସେହୁ
ଅଶ୍ରୁତି
ଅମୂର୍ତ୍ତି ଗୋ,
ନାହିଁ
ରୂପକାନ୍ତି
ମହା
ଶୂନ୍ୟ ଶୂନ୍ୟ ଦେହୀ ନିଶବ୍ଦରେ
ଛନ୍ତି ରହି
ଛପନା
କୋଟି ଜୀବର ସମ୍ପତ୍ତି ଗୋ ।୪।
ନିଗମ ଭୂବନ ସେହି ମହା ଦୁର୍ଗମ ଅଟଇ
ଗଲେ
ନ ଆସନ୍ତି ଗୋ,
ପେଲି
ନ ପଶନ୍ତି
ତହିଁକି
ଦୃଷ୍ଟି ଲଗାଇ ଯେ ପାରିଲେ ଧର ଯାଇ
ଭକତ
ପଣକୁ ଯେହୁ ଶକତି ଗୋ ।୫।
ଭାବକୁ ଆସନ୍ତି ଚାଲି ପୁଣି ପଛେ ଦ୍ୟନ୍ତି ଛଳି
ସତ୍ୟ
ଥିଲେ ଥା’ନ୍ତି ଗୋ,
ଅସତ୍ୟେ
ନ ଥା’ନ୍ତି
ଭଣେ
ଭୀମ ଅରକ୍ଷିତ ଧ୍ୟାୟି ଗୁରୁ ପାଦଗତ
ନିଷ୍କାମ
ନିର୍ଗୁଣେ ଧରା ଦିଅନ୍ତି ଗୋ ।୬।
No comments:
Post a Comment