Thursday, August 03, 2017

ସ୍ତ୍ରୀଲୋକ ମାନଙ୍କୁ ଷୋଡଶୋପଦେଶ


ଆଲେଖ୍ୟ - ଜ୍ୟୋତି ନନ୍ଦ 


ପ୍ରସିଦ୍ଧ ଆତ୍ମଜୀବନୀ 'ଆଇ ନୋ ହ୍ୱାଏ ଦ କେଜେଡ଼୍ ବାର୍ଡ଼ ସିଙ୍ଗ୍ସ୍'ର ମଲାଟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଜଣେ ନାରୀ ପାଖରେ ନିଜ ନିୟନ୍ତ୍ରଣରେ ପର୍ଯ୍ୟାପ୍ତ ପଇସା ରହିବା ଦରକାର । ଯାହା ଦ୍ୱାରା ସେ ବାହାରକୁ ଯିବା ବେଳେ ବା ନିଜ ପାଇଁ ଯେମିତି ଗୋଟିଏ ଘର ଭଡାରେ ନେଇ ରହିପାରିବ, ଯଦିଓ ସେ ଏହା କରିବାକୁ ଚାହୁଁ ନାହିଁ ବା ସେମିତି କରିବାର ଆବଶ୍ୟକତା ତାହା ପାଇଁ ନାହିଁ।

୨ 
ସ୍ତ୍ରୀ ଲୋକଟି ପାଖରେ ସେମିତି ମଜାଦାର ସାମଗ୍ରୀ ମହଜୁଦ ରହିବା ଦରକାର ଯାହାକୁ ସେ ପଛରେ ଛାଡି ଆସିଛି । ଆଉ ସେଇ ସବୁ କଥାକୁ ସେ ନିଜର ବୃଦ୍ଧାବସ୍ଥାରେ ଖୁବ୍ ଆନନ୍ଦର ସହ ଅନ୍ୟକୁ ଶୁଣାଇ ପାରିବ।

ସବୁ ସ୍ତ୍ରୀ ଲୋକଙ୍କ ପାଖରେ ପେଚକସ୍ ସେଟ୍, ତାର ରହିତ ଡ୍ରିଲ୍ ଆଉ ଗୋଟିଏ କଳା ଫିତାବାଲା ବ୍ରା ରହିବା ଦରକାର ।


ନାରୀ ପାଖରେ ଏପରି ଏକ ବନ୍ଧୁ ରହିବା ଦରକାର, ଯିଏ ସବୁବେଳେ ତାହାକୁ ହସାଉଥିବ, ଆଉ ଯିଏ ତାହାକୁ କାନ୍ଦିବାରେ ସାହାଯ୍ୟ କରୁଥିବ।

ଜଣେ ସ୍ତ୍ରୀ ପାଖରେ ଗୋଟିଏ ଏମିତି ଖଣ୍ଡିଏ ବଢିଆ ଆସବାସ ପତ୍ର ରହିବା ଦରକାର, ଯେଉଁ ଭଳି ତାହାର ପରିବାରର ଆଉ କେହି ପ୍ରଥମେ କିଣିନଥିବେ।

ଜଣେ ସ୍ତ୍ରୀ ଲୋକ ପାଖରେ ନିଜ ଭାଗ୍ୟ ଉପରେ ନିୟନ୍ତ୍ରଣର ଭାବନା ରହିବା ଆବଶ୍ୟକ ।

ଜଣେ ସ୍ତ୍ରୀଲୋକ ପାଖରେ ଅନ୍ତତଃ ଆଠଟି ଥାଳିର ଏକ ସେଟ୍, ଧରିବାରେ ସୁବିଧା ହେଉଥିବା ପାଇଁ ଲମ୍ବା ୱାଇନ୍ ଗିଲାସ ଆଉ ଖାଇବା ପାଇଁ ସୁନ୍ଦର "ରେସିପି" ରହିଥିବା ଦରକାର । ଯାହା ଦ୍ୱାରା ସେ ନିମନ୍ତ୍ରିତ ଅତିଥି ମାନଙ୍କ ଗହଣରେ ମର୍ଯ୍ୟାଦାବନ୍ତ ଦିଶିବ ।

ଜଣେ ସ୍ତ୍ରୀ ଲୋକର ଏଇ ସବୁ ଜାଣିବା ଦରକାର, କେଉଁ ପରି ଗୋଟିଏ ଚାକିରୀକୁ ଛାଡିଦେଇ ହେବ,ପ୍ରେମିକ ସହ ସମ୍ପର୍କ କେଉଁ ପରି ବିଚ୍ଛିନ୍ନ କରିହେବ,ଆଉ ବନ୍ଧୁତା କୁ ବରବାଦ ନ କରି କେଉଁ ପରି ଜଣେ ବନ୍ଧୁର ସାମ୍ନା କରାଯାଇ ପାରିବ ।

ସବୁ ସ୍ତ୍ରୀ ଲୋକର ସଜ୍ଞାନରେ ରହିବା ଆବଶ୍ୟକ ଯେ, କେତେବେଳେ ତାହାକୁ କୌଣସି କଠିନ ପ୍ରୟାସ କରିବାକୁ ହେବ, ଆଉ କେତେବେଳେ ଏଥିରୁ ପୁରାପୁରି ବିରତ ରହିବାକୁ ହେବ ।

୧୦
ଜଣେ ସ୍ତ୍ରୀ ଲୋକର ଜାଣିବା ଦରକାର ଯେ ଲମ୍ବାରେ ଗୋଟିଏ ବାଛୁରୀ ,ନିଜ କଟୀଦେଶର ଚଉଡା ବା ନିଜ ବାପା ମାଆଙ୍କ ପ୍ରକୃତିକୁ ବଦଳାଯାଇ ପାରିବ ନାହିଁ ।

୧୧
ସବୁ ସ୍ତ୍ରୀ ଲୋକର ବୁଝିବା ଦରକାର ଯେ, ତାହାର ପିଲାଦିନ ସେମିତି କିଛି ନଥିଲା । ତାହା ଛଡା ଏବେ ତ ଆଉ ପିଲାଦିନ ନାହିଁ ।

୧୨
ସବୁ ସ୍ତ୍ରୀ ଲୋକଙ୍କୁ ଜାଣିବା ଉଚିତ ଯେ, ତାହାକୁ ନିଜର ପ୍ରେମ ପାଇଁ କ'ଣ କରିବା ଦରକାର ଆଉ ଏଥି ପାଇଁ ସେ ନିଜେ କ'ଣ କରି ପାରିବ ।

୧୩
ଜଣେ ସ୍ତ୍ରୀ ଲୋକ ନିଜେ ଏକେଲା ରହିବାକୁ ପସନ୍ଦ ନ କରୁଥିଲେ ବି ଜାଣିବା ଦରକାର ଯେ, କିଭଳି ଏକେଲା ରହି ହେବ ।

୧୪
ସ୍ତ୍ରୀ ଲୋକଟିକୁ ଜାଣି ରଖିବା ଦରକାର, କାହା ଉପରେ ଭରସା କରାଯାଇ ପାରେ, ଆଉ କାହା ଉପରେ କାହିଁକି ନୁହଁ ? ଆଉ ଏଇ କଥାକୁ ବ୍ୟକ୍ତିଗତ ରୂପରେ ନେବା ଉଚିତ ନୁହଁ ।

୧୫
ସ୍ତ୍ରୀ ଲୋକଟିର ଜାଣିବା ଦରକାର, ତାହାକୁ କେଉଁଠିକୁ ଯିବା ଉଚିତ । ନିଜର ପ୍ରିୟ ବନ୍ଧୁର ରୋଷେଇ ଘର । ବା ଯେଉଁଠି ତାହାର ଆତ୍ମାକୁ ଆନନ୍ଦ ମିଳେ, ସେଇଠିକୁ।

୧୬
ଜଣେ ସ୍ତ୍ରୀ ଲୋକକୁ ନିଜ ଜୀବନରେ 'କାହିଁକି ଆଉ କାହିଁକି ନୁହଁ'ର ଫର୍ମୁଲା ଜାଣିବାକୁ ହେବ । ଆଉ, ଏଇ ଫର୍ମୁଲା କୁ ଗୋଟିଏ ଦିନ ହେଉ, କି ମାସେ ହେଉ, କି ବର୍ଷେ ହେଉ, ତାହା ଭିତରେ ସିଦ୍ଧ କରି ଦେଖାଇବାକୁ ହେବ।


ଜେମ୍ସ୍ ବାଲଡ଼୍ୱିନ୍ ଙ୍କ ସହ ମାୟା ଆଞ୍ଜେଲୁ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ନିଜକଥା


ଏବେଏବେ ଗୋଟିଏ ସନ୍ଧ୍ୟାରେ ନାରୀ ମାନଙ୍କର ଅତ୍ୟାଚାର ବିରୁଦ୍ଧରେ ସାମାଜିକ ପ୍ରତିବାଦ କଲେ । ଏଥି ପାଏଁ ଆମର ଆଦରର ଶକ୍ତିବାହିନୀମାନେ ସାମାଜିକ ଗଣମାଧ୍ୟମରେ ନିଜକୁ ଘଣ୍ଟାଏ ପାଇଁ ଅଦୃଶ୍ୟ ରଖିଲେ । ପ୍ରତୀକାତ୍ମକ ଆକାରରେ ପ୍ରତିବାଦ କରିବା ପାଇଁ ନିଜର ପ୍ରତିକୃତି ଗୁଡିକ ସ୍ଥାନରେ ପୂରା କଳା ରଙ୍ଗ ବୋଳିଲେ । ଅର୍ଥାତ୍, ଆଗରୁ ଯେଉଁଠି ସେମାନଙ୍କର ସୁନ୍ଦର ଛବିଟିମାନ ଦେଖାଯାଉଥିଲା, ସେଇଠି ରହିଥିଲା ଖଣ୍ଡିଏ ଖଣ୍ଡିଏ ଚାରିକୋଣିଆ କଳା ରଙ୍ଗ । କଳା ରଙ୍ଗ ପ୍ରତିବାଦର ରଙ୍ଗ । ସେ ବିଷୟରେ ବିସ୍ତାରରେ ପରେ, ଆଉ କେବେ ।

ଆଜି ଏଇ ପ୍ରତିବାଦ ପରିପ୍ରେକ୍ଷୀରେ ଏଇ ଘଟଣାକୁ ମନେ ରଖିବା ପାଇଁ ମୋର କିଛି ଲେଖିବାକୁ ଇଛା ହେଲା । ତେଣୁ ଏଇ ଷୋଡଶୋପଦେଶ । କିଛି ଗୁରୁତ୍ୱପୂର୍ଣ୍ଣ କଥା ଏଇଠି କୁହାଯାଇଛି ।

ସବୁଠୁ ବଡ କଥା ହେଲା ଯେ, ଏହି ଷୋଡଶୋପଦେଶର ରଚୟିତା ଏଇ ନରାଧାମ ନୁହଁ । ଏହାର ରଚୟିତା ବିଶିଷ୍ଟ ଆମେରିକୀୟ କୃଷ୍ଣାଙ୍ଗୀ କବି ଓ ମାନବ ଅଧିକାର କର୍ମୀ ମାୟା ଆଞ୍ଜେଲୋ। ମାୟା ଆଞ୍ଜେଲୋଙ୍କ ଦ୍ୱାରା ଲିଖିତ ଗୋଟିଏ ସ୍ମୃତିକଥାର ଶୀର୍ଷକ ହେଉଛି, "ଆଇ ନୋ ହ୍ୱାଇ ଦି କେଜଡ୍ ବାର୍ଡ ସିଙ୍ଗସ୍"। ମାୟା ଆଞ୍ଜେଲୋ ନିଶ୍ଚିତ ଭାବରେ ଜାଣନ୍ତି, ପୃଥିବୀର ସବୁ ପଞ୍ଜୁରୀବଦ୍ଧ ପକ୍ଷୀମାନଙ୍କର ସଙ୍ଗୀତ । ତାଙ୍କର ସେଇ ପ୍ରସିଦ୍ଧ ସ୍ମୃତି କଥାର ଆରମ୍ଭଟି ଗୋଟିଏ କବିତାଂଶରୁ । ତାହା ହେଉଛି:

"ତମେ କ'ଣ ଦେଖୁଛ ମୋ ଭିତରେ ?
ମୁଁ ଆସି ନଥିଲି ଏଇଠି ରହିବାକୁ....."

1 comment: