ଏକ ପ୍ରାର୍ଥନା
ସଚ୍ଚିଦାନନ୍ଦ ରାଉତରାୟ (୧୯୧୬-୨୦୦୪)
![]() |
୯୭୦ ମସିହାର ଚୀନ ଦେଶର ଚିତ୍ରକଳା ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ମୋତେ କର ପ୍ରଜାପତି,
ତୁମ ବଗିଚାରେ
ହେ କୁସୁମାକର,
ଦିଅ ମୋତେ କ୍ଷୁଧା ମାଇଲିଏ,
ଦିଅ ମୋତେ କ୍ଷୁଧା ମାଇଲିଏ,
ମହୁର ସୋରେଇ ଆଉ
ପଞ୍ଚମ ସ୍ୱରର
ନୀଳ ନୀଳ ଶତାବ୍ଦୀ ଟିଏ ।।
ଦିଅ ମୋତେ ସୌରଭର ଗୋଟିଏ
ପ୍ରଗଣା
ହେ ସମ୍ରାଟ !
ଦିଅ ମୋତେ ଖଣ୍ଡେ ଖାଲି ଗ୍ରାମ ।
ଏଇ ଛୋଟ ନଈଟିର
ଉଳୁ ଉଳୁ ଧ୍ୱନି
ଶୁଣାଯିବ ନାହିଁ ଅବିରାମ ।।
ସବୁ ଫୁଲ, ସବୁ ତାରା
ସବୁ ପ୍ରେମ ମେଳେ
ଦିଅ ମୋତେ ଏକ ଧୃବତାରା,
ସେ ହେଉ ପ୍ରତିମା ଅବା ରୂପକ,
ମୂର୍ଚ୍ଛନା,
ହେଉ କିନ୍ତୁ ଗୋଟିଏ ଡାକରା
ପ୍ରେମର ନିଭୃତ କୁଞ୍ଜବନୁ ।
ୠତୁରାଜ !
ଦିଅ ମୋତେ ତୁମ ପୁଷ୍ପଧନୁ ।।
No comments:
Post a Comment