Thursday, August 17, 2017

ନଗରୀ ନାରୀ 

ଗୋଦାବରୀଶ ମହାପାତ୍ର (୧୮୯୮-୧୯୬୫)


ସରଳା ଠକ୍ରାଲ (୧୯୧୪-୨୦୦୮) - ଭାରତର ପ୍ରଥମ ମହିଳା ବିମାନଚାରୀ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଦୁଇଟି ଚପଳ ଆଖି ତହିଁ ଚଷମା ଏକ,
ଗୋଟିଏ ଅଧର ଜବା ତଳେ ମୁକୁଳା ବେକ ।

ଦୁଇଟି ଚରଣ ଖାଲି - ବହେ ରଙ୍ଗିନୀ ଚଟୀ,
ଖଣ୍ଡିଏ ମୁକୁର ସମ ଛୋଟ ଝରଣା ଶାଟୀ ।

ଦୁଇଟି ମୃଣାଳ ବାହୁ ଅଧା ବସନହୀନ,
ଏକଇ ରେଶମୀ ବେଣୀ ହରେ ବାଟୋଇ ମନ ।

ଏସବୁ ମିଶିଲେ ହେବ ଏକ ନଗରୀ ନାରୀ,
ପୀରତି ଆକୁଳ-ସିନ୍ଧୁ ହେବ ସହଜେ ପାରି ।

No comments:

Post a Comment