Wednesday, August 16, 2017

କୋଳଥ ଜାଉ


କୋଳଥ ଡାଲି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ସାମଗ୍ରୀ


ଅରୁଆ ଚାଉଳ ଖୁଦ ୧୫୦ ଗ୍ରାମ, ଅଟା ଭଳି ପେଷାଯାଇଥିବା  ଭଜା କୋଳଥ ଗୁଣ୍ଡ ୨୦୦ ଗ୍ରାମ, ପାଞ୍ଚଟି ତେଜ ପତ୍ର, ଆବଶ୍ୟକ ଅନୁସାରେ ଲୁଣ ।  

ପ୍ରଣାଳୀ


ଅରୁଆ ଚାଉଳ ଖୁଦକୁ ଭଲ କରି ଧୋଇ ଦିଅନ୍ତୁ । ଗୋଡ଼ି ଭଲକରି ବାଛି ଦିଅନ୍ତୁ । ହାଣ୍ଡିରେ ପାଣି ଗରମ କରନ୍ତୁ । ପାଣି ଫୁଟି ଗଲେ ଏହି ଖୁଦକୁ ହାଣ୍ଡିରେ ପକାଇ ଭାତ ରାନ୍ଧନ୍ତୁ । ଖୁଦ ସିଝି ଗଲେ ସେଥିରେ ଲୁଣ ଓ ତେଜପତ୍ର ପକାନ୍ତୁ । କୋଳଥ ଚୁନାକୁ ଥଣ୍ଡା ପାଣିରେ ମିଶାଇ ଚକୁଳି ଆଣ ପରି କରନ୍ତୁ । ଭାତର ଆଞ୍ଚକୁ କମ କରିଦିଅନ୍ତୁ । କୋଳଥ ଆଣକୁ ଫୁଟନ୍ତା ଅରୁଆ ଚାଉଳରେ ପକାଇ ଧିରେ ଧିରେ ଘାଣ୍ଟନ୍ତୁ । ଏପରି ପକାଇ ୮-୧୦ ମିନିଟ ଧିରେ ଧିରେ ଘାଣ୍ଟନ୍ତୁ । ପୁରା ବହଳ ହୋଇ ଆସିଲେ ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ । ଥାଳିରେ କାଢ଼ି ଶୀତଳାଇ ଦିଅନ୍ତୁ । ଏହାକୁ ଆଳୁ ଭରତା ଓ ରାଗ ଆଚାର ଲଗାଇ ଖାଇଲେ ବଢ଼ିଆ ଲାଗେ । 

No comments:

Post a Comment