ଓଡ଼ିଆ ଢ଼ମାଳି - ୧
ସଙ୍ଗ୍ରାହକ - ଚକ୍ରଧର ମହାପାତ୍ର
![]() |
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
୧
କଷି ସଜନା, ଦେହକୁ ଅନା
କଳା ବାଇଗଣକଷି
କାହିଁକି ନାଗରୀ ଅନାଉଁନାଉଁ ଲୋ
ବଇସ ଯାଇଛି ଖସି ।
୨
କି କହିବି କରମକୁ
ମରିଯାଉଥାଏ ସରମକୁ
ମରମ ଭିତରେ ଯାହା ହେଉଥାଏ
ସାକ୍ଷୀ ଦେଉଥାଏ ଧରମକୁ
୩
କେନ୍ଦୁ କାଠ
ଚାହାଣି ଛଟକ ବଡ଼ମଠ
ଠାବ କରିଥିବୁ ଗାଈଗୋଠ
ଅମିନ ପୋଖରୀ ପାଣି
କେତେ ଅନୋଉଚ ମୋହନ ନାଗର
ପରଘର ଭୁଆସୁଣୀ ।
ଏ ସବୁର ଅର୍ଥ ବି ଯଦି ଲେଖି ପାରନ୍ତେ ଭାରି ଭଲ ହୁଅନ୍ତା ।
ReplyDeleteଧନ୍ୟବାଦ ।
ପ୍ରିତିରଞ୍ଜନ ତ୍ରିପାଠୀ
pritiranjant@gmail.com