ମିଳନ
କୁନ୍ତଳା କୁମାରୀ ସାବତ (୧୯୦୧-୧୯୩୮)
![]() |
କୁନ୍ତଳା କୁମାରୀ ସାବତ |
କର ଦୂର କର ଦୂର ସରମର ଆବରଣ,
ଅଙ୍ଗେ ଅଙ୍ଗେ ମୋର କର ଆଲିଙ୍ଗନ,
ହିଆରେ ଥୁଅ ଶ୍ରୀଚରଣ ।
ଗୋଟା ତନୁ ମୋର ଚିର ତୃଷାତୁର,
ସହିବ କେତେ ସେ ବସନର ଭାର,
ନିତି ଲାଜେ ଲାଜେ କେତେ ମରୁଥିବି,
ପାଇବାର ଆଶା ନ ପାଇ ଝୁରିବି;
ଲୋକ ଲୋକାନ୍ତରେ କେତେ ଭ୍ରମୁଥିବି
ସହିବି ଜନମ ମରଣ ।
କିମ୍ପା ଏ ସାଧନା, କିମ୍ପା ଏ ବେଦନା,
କହିବି କହିବି ନ ଫିଟେ ରସନା,
କେତେ ଦୂରେ ଦୂରେ ରହିଥିବି ଆଉ,
ସହିବି ବିଚ୍ଛେଦ କଷଣର ଦାଉ,
(ଏବେ) ନଦୀ ସିନ୍ଧୁ ସମ ମିଶ ମୋ ମାନସେ,
ମର ହେଉ ନାରାୟଣ ।
ଆପଣଙ୍କ ପ୍ରଚେଷ୍ଟା ପାଇଁ ଧନ୍ଯବାଦ।
ReplyDelete