Friday, August 11, 2017

ମାଣ୍ଡିଆ ଜାଉ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ସାମଗ୍ରୀ


ବାସି ତୋରାଣି ବା ସାଦା ପାଣି, ୨୦୦ ଗ୍ରାମ ମାଣ୍ଡିଆ ଚୁନା, ସ୍ୱାଦ ଅନୁସାରେ ଲୁଣ, ୧୦୦ ଗ୍ରାମ ଦହି । 

ପ୍ରଣାଳୀ 


ଲୁଣ ପାଣି ବା ତୋରାଣିରେ ଲୁଣ ଦେଇ କଡ଼େଇ ନିଆଁରେ ବସାନ୍ତୁ । ପାଣି ବା ତୋରାଣି ଯେପରି ଗବଗବ ଫୁଟିବ । ମାଣ୍ଡିଆ ଚୁନାକୁ ଥଣ୍ଡା ପାଣିରେ ଚିକ୍କଣ କରି ଗୋଳାନ୍ତୁ । ଏହି ମାଣ୍ଡିଆ ପାଣିକୁ ଧିରେଧିରେ କଡ଼େଇରେ ପକାନ୍ତୁ । ଏହାକୁ ଅଳପ ନିଆଁରେ ୩-୫ ମିନିଟ ଫୁଟାନ୍ତୁ । ଫୁଟିଫୁଟି ବହଳିଆ ହୋଇଗଲେ ଏହାକୁ ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ । ଥଣ୍ଡା କରନ୍ତୁ । ଥଣ୍ଡା ହୋଇସାରିଲା ପରେ ଦହି ଏଥିରେ ଗୋଳାଇ ଦେଇ ପରିବେଷଣ କରନ୍ତୁ । 

No comments:

Post a Comment