ସୁକିନ୍ଦା କ୍ରୋମାଇଟ୍ ଖଣି ଅଞ୍ଚଳରେ ଶ୍ରମିକ ଓ ମାନବ ଅଧିକାର ହନନ ବିରୁଦ୍ଧରେ ପ୍ରେସ୍ ବିଜ୍ଞପ୍ତି
ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ
![]() |
କାନାଡ଼ାର ୟୁକନ୍ ପ୍ରଦେଶରେ ସମ୍ଭାବ୍ୟ କ୍ରୋମାଇଟ ଖଣି ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଯାଜପୁର
ଜିଲ୍ଲା ସୁକିନ୍ଦା କ୍ରୋମାଇଟ
ଖଣି ଅଞ୍ଚଳର ଦୁଇ ଶ୍ରମିକ ରବି
ମୁର୍ମୁ ଓ ଅଭିମନ୍ୟୁ ମହାନ୍ତଙ୍କୁ
ନିଜର କାର୍ଯ୍ୟରୁ ନିଲମ୍ବନ
ବିରୁଦ୍ଧରେ ତଥା ଶ୍ରମିକମାନଙ୍କ
ସ୍ଵାର୍ଥର ସୁରକ୍ଷା ପାଇଁ ଖଣି
ମ୍ୟାନେଜମେଣ୍ଟ ସମୁଖରେ ସଙ୍ଗଠିତ
ଭାବରେ ଦାବି ରଖିବା ଓ ନିଜ ସଙ୍ଘର
ନେତୃବୃନ୍ଦକୁ ଶ୍ରମିକ ବିରୋଧୀ
କାର୍ଯ୍ୟର ଜବାବ ମାଗିବା ହେତୁ, ଉଭୟଙ୍କୁ “ରାଷ୍ଟ୍ର ବିରୁଦ୍ଧରେ
ଯୁଦ୍ଧ ଘୋଷଣା”,
“ଦେଶ
ଦ୍ରୋହ”,
“ଦଙ୍ଗା”
ତଥା ଅନ୍ଲଫୁଲ୍ ଆକ୍ଟିଭିଟିଜ୍ ପ୍ରିଭେନ୍ସ୍ନ୍ ଆକ୍ଟ୍ (ଇଉ.ଏ.ପି.ଏ.) ଅଧିନରେ 'ମାଓବାଦୀ'
ମିଥ୍ୟା
ଆରୋପରେ ଗିରଫଦାରିକୁ “ଗଣତାନ୍ତ୍ରିକ
ଅଧିକାର ସୁରକ୍ଷା ସଙ୍ଗଠନ,
ଓଡ଼ିଶା”
ନିନ୍ଦା କରୁଛି ।
"ଗଣତାନ୍ତ୍ରିକ
ଅଧିକାର ସୁରକ୍ଷା ସଙ୍ଗଠନ,
ଓଡ଼ିଶା"ର
ଏକ ଚାରିଜଣିଆ ତଥ୍ୟାନୁସନ୍ଧାନକାରୀ
ଦଳ କମର୍ଦ୍ଦା ଖଣି ଅଞ୍ଚଳକୁ ଯିବା
ସହିତ "ଅଭିଯୁକ୍ତ"
ରବି
ମୁର୍ମୁଙ୍କ ପରିବାର ସଦସ୍ୟ,
ସାଥି
ଖଣି ଶ୍ରମିକ,
ଶ୍ରମିକ
ନେତୃବୃନ୍ଦ,
ଓକିଲ ତଥା ସାମ୍ବାଦିକ
ମାନଙ୍କୁ ଭେଟିବା ସହିତ ଯାଜପୁର
ଉପ-କାରାଗର
ଗସ୍ତ କରିଥିଲେ । ସମସ୍ତ ତଥ୍ୟର ଆଧାରରେ ଘଟଣା ସମ୍ପର୍କରେ ଉଲ୍ଲେଖ
କରିବାକୁ ଚାହୁଁଛୁ ଯେ, ଯାଜପୁର
ଜିଲ୍ଲା କାଲିଆପାଣି ଥାନା ଅନ୍ତର୍ଗତ
ବାଲିପଡ଼ା ଗ୍ରାମର ଆଦିବାସୀ ଯୁବକ
ରବି ମୁର୍ମୁ ଜଣେ ଶ୍ରମିକ ସୁପରଭାଇଜର
ଭାବରେ "ଓଡ଼ିଶା
ଖଣି ନିଗମ"
ଅଧିନସ୍ଥ
ବି.ସି.
ମହାନ୍ତି
ଆଣ୍ଡ ସନ୍ସ୍ ପ୍ରାଇଭେଟ ଲିମିଟେଡ୍ ଅଧୀନରେ କାମ କରୁଥିଲେ । କାଲିଆପାଣି
ଥାନା ଚିଙ୍ଗୁଡ଼ିପାଳ ପଞ୍ଚାୟତ
ଅନ୍ତର୍ଗତ ରାଗଦା ଗ୍ରାମର ଅଭିମନ୍ୟୁ
ମହାନ୍ତ, ଜଣେ ଲୋଡିଙ୍ଗ୍ ଖାତାଦାର
ଭାବରେ "ଓଡ଼ିଶା
ଖଣି ନିଗମ"
ଅଧିନରେ
ଥିବା ଦକ୍ଷିଣ କାଳିଆପାଣି କ୍ରୋମାଇଟ୍ ଖଣିରେ ଦୀର୍ଘ ବର୍ଷ ଧରି
କାର୍ଯ୍ୟ କରିଆସୁଥିଲେ ।
ଉଭୟ
ରବି ମୁର୍ମୁ ଓ ଅଭିମନ୍ୟୁ ମହାନ୍ତ
ଶାସକ ବିଜୁ ଜନତା ଦଳ ସମର୍ଥିତ (ତଥା ନିର୍ବାଚିତ ବିଧାନସଭା ସଦସ୍ୟ
ଶ୍ରୀ ପ୍ରୀତିରଞ୍ଜନ ଘଡ଼େଇଙ୍କ
ସଭାପତିତ୍ଵରେ ପରିଚାଳିତ) "ସୁକିନ୍ଦା
ଅଞ୍ଚଳ କ୍ରୋମାଇଟ ଖାଦାନ ମଜଦୁର
ସଙ୍ଘ"ର
ସଦସ୍ୟ ମଧ୍ୟ ଥିଲେ । ମାତ୍ର ଖଣି
କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ
ଓ ନିଜ ମଜଦୁର ସଙ୍ଘର ଉଦ୍ଦେଶ୍ୟ
ମୂଳକ ନୀରବତା ବିରୁଦ୍ଧରେ ପ୍ରତିବାଦ
କରିବା ଓ ସାଥି ଶ୍ରମିକମାନଙ୍କୁ
ସ୍ଵତନ୍ତ୍ର ଭାବରେ ସଙ୍ଗଠିତ କରିବା ହେତୁ, ଉଭୟ ଏବେ ଭାରତୀୟ
ପିଙ୍ଗଳ କୋର୍ଡର ଧାରା ୧୨୧ (ରାଷ୍ଟ୍ର
ବିରୁଦ୍ଧରେ ଯୁଦ୍ଧ ଘୋଷଣା), ୧୨୪କ (ଦେଶ
ଦ୍ରୋହ), ୧୪୭ (ଦଙ୍ଗା), ୧୪୮ (ମାରଣାସ୍ତ୍ର
ଧରି ଆକ୍ରମଣ)
ତଥା ଅନ୍ଲଫୁଲ୍ ଆକ୍ଟିଭିଟିଜ୍ ପ୍ରିଭେନ୍ସ୍ନ୍ ଆକ୍ଟ୍ (ଯାହାକୁ
'ମାଓବାଦୀ'
ଧାରା
କୁହାଯାଉଛି)ର
ଧାରା ୧୮ ଓ ୨୦ ତଥା
ଆର୍ମସ ଆକ୍ଟ ୨୫ ଓ ୨୭ ଅପରାଧରେ
ଗଲା ଜୁନ ୧୨, ତାରିଖରୁ
ଯାଜପୁର ଉପ-କାରାଗରରେ ବନ୍ଦୀ
ଜୀବନ କାଟୁଛନ୍ତି ।
"ଓଡ଼ିଶା
ଖଣି
ନିଗମ"
ଠାରୁ
ଲିଜ୍ ନେଇ
କାମକରୁଥିବା
ଠିକାଦାରମାନେ
ଶ୍ରମିକମାନଙ୍କୁ
ଠିକ
ସମୟରେ
ମଜୁରୀ
ନଦେବା
ଓ
ମାସ
ମାସ
ଧରି
ମଜୁରି
ବାକିଆ
ରଖିବା,
ଆନୁଷଙ୍ଗିକ
ସୁବିଧା
ଯୋଗାଇ ନଦେବା
ଓ
ସମସ୍ତ
ଯୋଗ୍ୟତା
ସତ୍ଵେ
ଅଣକୁଶଳୀ
ଶ୍ରମିକ
ଭାବରେ
ଦୀର୍ଘ
ଦିନ
ଧରି
ଖଟାଇବା,
ବି-ରେଜିଷ୍ଟ୍ରେଶନ
ପାଇଁ
ପୁଲିସ
ଅନୁମତି
ଜରୁରୀ
କରେଇବା,
ଶ୍ରମିକର
ସ୍ୱାସ୍ଥ୍ୟ
ଦିଗରେ
କୌଣସି
ଧ୍ୟାନ
ନଦେବା,
ପରିବେଶ
ପ୍ରଦୁଷଣଜନିତ
କ୍ଷୟକ୍ଷତି
ଦିଗରେ
ଆଦୌ
ଧ୍ୟାନ
ନଦେବା, ଶ୍ରମିକ
ଅଶାନ୍ତି
ଦେଖିଲେ
"ଓଡ଼ିଶା
ଖଣି
ନିଗମ"
ଠିକାଦାରକୁ
ବଦଳେଇଦେବା, ତଥା
ପୁରୁଣା
ଠିକାଦାର
ଶ୍ରମିକଙ୍କ
ବାକିଆ
ପାଉଣା
ନଦେଇ
ପଳେଇବା
-
ଏ
ସମସ୍ତ
ଅଭିଯୋଗ
ସତ୍ଵେ
"ସୁକିନ୍ଦା
ଅଞ୍ଚଳ
କ୍ରୋମାଇଟ
ଖାଦାନ
ମଜଦୁର
ସଙ୍ଘ"
ନୀରବ
ରହିବାର
ଅଭିଯୋଗ
ହୋଇଆସୁଥିଲା
।
ନିଜ
ମଜଦୁର ସଙ୍ଘର ନୀରବତାରେ ଅତିଷ୍ଠ
ରବି ମୁର୍ମୁ ଓ ଅଭିମନ୍ୟୁ ମହାନ୍ତ
ଶ୍ରମିକମାନଙ୍କୁ ନେଇ ପ୍ରତିବାଦ
କରିବା ହେତୁ, ରବି ମୁର୍ମୁଙ୍କର ଚାକିରି
ବି.ସି.
ମହାନ୍ତି
ଆଣ୍ଡ ସନ୍ସ ପ୍ରାଇଭେଟ କମ୍ପାନୀ
ଦ୍ଵାରା ନିଯୁକ୍ତ ନୂଆ ଠିକାଦାର
‘କରନେସନ’
କମ୍ପାନୀ ଆସିବା ପରେ ମଧ୍ୟ ନବୀକରଣ
କରିନଥିଲା ।
ଏହା
ମୂଳ କମ୍ପାନୀ ଓ ଶାସକ ଦଳର ମଜଦୁର
ସଙ୍ଘର ପ୍ରରୋଚନାରେ କରାଯାଇଥିବା
ଅଭିଯୋଗ ହୁଏ ।
ନିଜର
ବି-ରେଜିଷ୍ଟ୍ରେଶନ
ପାଇଁ ରବି ମୁର୍ମୁଙ୍କୁ ବାରମ୍ବାର
କାଲିଆପାଣି ପୁଲିସ ଥାନା ଅଧିକାରୀଙ୍କ
ଦ୍ଵାରସ୍ଥ ହେବାକୁ ପଡ଼ିଛି ।
ପ୍ରତ୍ୟେକ
ଯାଜପୁର ବାସିନ୍ଦାଙ୍କ ପାଇଁ ବି-ରେଜିଷ୍ଟ୍ରେଶନ
ସମୟରେ ପୁଲିସ ଅନୁମତି ବାଧ୍ୟତାମୂଳକ
କରାଯିବା ଅଗଣତାନ୍ତ୍ରିକ ।
କାଲିଆପାଣି
ପୁଲିସ ଥାନା ଅଧିକାରୀ ରବି ମୁର୍ମୁକୁ
ପୁଲିସ ଅନୁମତି ନଦେଇ ସମୟ ଗଡ଼େଇ
ଚାଲିବା ଅଭିଯୋଗ ହୋଇଥିଲା ଓ
ସେଥିପାଇଁ ରବି ଖଣିରେ କାମ ପାଇନଥିଲା
।
ଯାଜପୁର ଜିଲ୍ଲା
ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ିପାଳ
ଅନ୍ତର୍ଗତ ରାଗଦା ଗ୍ରାମର ଅଭିମନ୍ୟୁ
ମହାନ୍ତ ‘ଓଡିଶା ଖଣି ନିଗମ’
ଅଧିନସ୍ଥ କମର୍ଦ୍ଦା କ୍ରୋମାଇଟ
ଖଣିରେ ଜଣେ ଲୋଡିଙ୍ଗ୍ ଖାତାଦର
ଭାବରେ ୨୦୦୯ ମସିହାରୁ
କାର୍ଯ୍ୟରତ । ତାଙ୍କୁ ଦିଆଯାଇଥିବା
ପରିଚୟ ପତ୍ର ଅନୁସାରେ, ସେ ଜଣେ
ଅଣ-କୁଶଳୀ
ଅସ୍ଥାୟୀ ଶ୍ରମିକ ଭାବରେ "ଓଡିଶା
ଖଣି ନିଗମ"
ଅଧିନସ୍ଥ ଦକ୍ଷିଣ କାଲିଆପାଣି କ୍ରୋମାଇଟ ଖଣିରେ କାମ କରୁଥିଲେ । ତାଙ୍କର
ବି-ରେଜିଷ୍ଟ୍ରେଶନ
କ୍ରମିକ ନମ୍ବର ହେଲା ଓ.ଏମ୍.ସି./ଏଲ୍./ଜି.ସି.ଏମ୍./୫୭୬ ।
ତାଙ୍କର
ପରିଚୟ ପତ୍ର ପ୍ରତିବର୍ଷ ନବୀକରଣ
ହେଉଛି ଓ ଗଲା ବର୍ଷ ଏହା ୦୭/୧୦/୨୦୧୫ ରୁ ୩୦/୦୯/୨୦୧୬ ପର୍ଯ୍ୟନ୍ତ
ନବୀକୃତ ହୋଇଥିଲା ।
ପୁଣି
ତାହା ନବୀକୃତ ହୋଇ ୦୧/୧୦/୨୦୧୬ ରୁ ୩୦/୦୯/୨୦୧୭ ପର୍ଯ୍ୟନ୍ତ
ଖଣି ମଧ୍ୟରେ ପ୍ରବେଶ କରିବା ଓ
କାମ କରିବା ପାଇଁ ଅନୁମତି ଦିଆ
ଯାଇଥିଲା । ତାଙ୍କର ଭବିଷ୍ୟନିଧି
କୋର୍ଡ ନମ୍ବର ଓ.ଆର./୧୭୫୯ ଅଟେ
। ମାତ୍ର ହଠାତ ତାଙ୍କୁ କୌଣସି
କାରଣ ନଦର୍ଶାଇ ଖଣି କର୍ତ୍ତୁପକ୍ଷ
ଗଲା ୧୯/୦୫/୨୦୧୭ ତାରିଖରୁ,
ତାଙ୍କର
ଅନୁମତି ସେପ୍ଟେମ୍ବର ୨୦୧୭ ପର୍ଯ୍ୟନ୍ତ
ଥାଇ ମଧ୍ୟ,
ଖଣି
ମଧ୍ୟକୁ ଯିବା ଓ କାମ କରିବା ବନ୍ଦ
କରିଦେଲେ । ଏହାର ବିପକ୍ଷରେ ସେ
ଆଇନର ଆଶ୍ରୟ ନେବା ପାଇଁ ଗଲା ଜୁନ ୦୨, ୨୦୧୭ ତାରିଖରେ
ଖଣି କର୍ତ୍ତୁପକ୍ଷଙ୍କୁ କାରଣ
ଦର୍ଶାଇବା ପାଇଁ ଚିଠି ଲେଖିଥିଲେ
।
ଉଭୟ
ଶ୍ରମିକ ରବି ମୁର୍ମୁ ଓ ଅଭିମନ୍ୟୁ
ମହାନ୍ତ କମର୍ଦ୍ଦା କ୍ରୋମାଇଟ
ଖଣି ସାମ୍ନାରେ ଅନ୍ୟ ଶ୍ରମିକ
ମାନଙ୍କୁ ସଂଗଠିତ କରି ସ୍ଵତନ୍ତ୍ର
ଭାବରେ କମ୍ପାନୀକୁ ଦାବୀ ପତ୍ର
ଦେବା ଉଦ୍ଦେଶ୍ୟରେ ଏକାଠି ହୋଇଥିଲା
ବେଳେ ଗଲା ଜୁନ ୧୨, ୨୦୧୭ ତାରିଖରେ
ପୁଲିସ ଦ୍ଵାରା "ରାଷ୍ଟ୍ର
ବିରୁଦ୍ଧରେ ଯୁଦ୍ଧ ଘୋଷଣା",
“ଦେଶଦ୍ରୋହ”
ଓ "ଇଉଏପିଏ"
କେସରେ
ଗିରଫ ହୋଇଛନ୍ତି । ଉଭୟ ରବି ଓ
ଅଭିମନ୍ୟୁ କମର୍ଦ୍ଦା ଖଣିର
ଜୋରଜବରଦସ୍ତି ଆଦିବାସୀ ଜମି
ଅକ୍ତିଆରକୁ ମଧ୍ୟ ବିରୋଧ କରୁଥିଲେ
। କାଲିଆପାଣି ଥାନା ଅନ୍ତର୍ଗତ
ମାସେସାହି ଗ୍ରାମର ଆଦିବାସୀମାନଙ୍କୁ
କୌଣସି କ୍ଷତିପୂରଣ ନଦେଇ ଏପରିକି
ସେମାନଙ୍କ କୌଣସି ଜୀବିକାର
ସୁରକ୍ଷା ନକରି ‘ଓଡିଶା ଖଣି ନିଗମ’
କର୍ତ୍ତୁପକ୍ଷ ଜମି ନେଇଯାଉଥିବାକୁ
ଉଭୟ ବିରୋଧ କରିବା ସେମାନଙ୍କ
ପାଇଁ ବିପଦ ଆଣିଦେଲା ।
ପୁଲିସ
ଦ୍ଵାରା ଗିରଫ ହୋଇଥିବା କେନ୍ଦୁଝର
ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ
କୁଞ୍ଜବାହଲ ଗ୍ରାମର ରମେଶ ମାଝି
ଆଦୌ ସୁକିନ୍ଦା ଅଞ୍ଚଳର ନୁହଁନ୍ତି
ଓ ସେ ସେଠାକାର ଶ୍ରମିକ ମଧ୍ୟ ନୁହଁନ୍ତି
। ସେ ରବି ମୁର୍ମୁର ସମ୍ପର୍କୀୟ । ଘଟଣା ଦିନ କମର୍ଦ୍ଦା ଖଣି
ସାମ୍ନାରେ ଧାରଣାରତ ଥିବା ସମୟରେ
ରବି ମୁର୍ମୁ,
ଅଭିମନ୍ୟୁ
ସାମନ୍ତଙ୍କ ସହିତ ପୁଲିସ ରମେଶଙ୍କୁ
ମଧ୍ୟ ଗିରଫ କରିଛି ବୋଲି ସ୍ଥାନୀୟ
ଗ୍ରାମବାସୀ ଓ ରବିଙ୍କ ପରିବାର
ସଦସ୍ୟ କୁହନ୍ତି । ପୁଲିସ ଦେଇଥିବା
ଏଫ.ଆଇ.ଆର. ଅନୁସାରେ,
“ପରେଶ
ମହାନ୍ତ ଓ ଅନ୍ୟ ମାନେ” ଘଟଣା ଦିନ
“ଖସିଯାଇଥିଲେ” । ପରେଶ ମହାନ୍ତ
ସମେତ ଅନ୍ୟ କାହାରି କୌଣସି
ନିର୍ଦ୍ଦିଷ୍ଟ ଠିକଣା ନଦେଇ ଆଗାମୀ ଦିନରେ ଅଧିକ ଲୋକଙ୍କୁ
ଗିରଫ କରିବା ପୁଲିସର ଉଦ୍ଦେଶ୍ୟ ଥାଇପାରେ ବୋଲି ଜନମତରୁ ପ୍ରକାଶ ।
ଖଣି
ମନ୍ତ୍ରଣାଳୟ ତଥ୍ୟ ଅନୁସାରେ,
ଭାରତର ୯୯%
କ୍ରୋମାଇଟ୍ କେବଳ ଓଡିଶାରେ ଅଛି । ସେଥିମଧ୍ୟରୁ
କେବଳ ସୁକିନ୍ଦା ଅଞ୍ଚଳରେ ୯୦%
କ୍ରୋମାଇଟ
ରହିଛି । ଇଷ୍ପାତ ଉତ୍ପାଦନ ପାଇଁ
କ୍ରୋମାଇଟ ଏକ ଜରୁରୀ ଖଣିଜ ଦ୍ରବ୍ୟ
।
ଏବେ
ସୁକିନ୍ଦା ଅଞ୍ଚଳରେ ୧୨ଟି
ବୃହତ କମ୍ପାନିର ୧୩ କ୍ରୋମାଇଟ
ଖଣି ସକ୍ରିୟ ଅଛି । ସେହି ସବୁ
କମ୍ପାନିଗୁଡିକ ହେଲେ ଫାକର୍ ଟାଟା,
ଜିନ୍ଦଲ
କ୍ରୋମାଇଟ୍,
ବିର୍ଲା ଗୋଷ୍ଠୀର କମ୍ପାନି ବାଲେଶ୍ଵର ଆଲୟେଜ୍ ଲିମିଟେଡ,
ଇମ୍ଫା,
ରାଜ୍ୟ
ସରକାରଙ୍କ ନିଜସ୍ଵ ଉଦ୍ୟୋଗ ଓଏମସିର
ସୁକିନ୍ଦା ମାଇନ୍ସ୍,
ଓ
ବି.ସି. ମହାନ୍ତି ଆଣ୍ଡ୍ ସନ୍ସ୍ କ୍ରୋମାଇଟ୍ ମାଇନ୍ସ୍ ।
ଯାଜପୁର
ଜିଲ୍ଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ
ପଞ୍ଚାୟତର ହରିଚନ୍ଦନପୁର ତେଲକୋଇ
ସରଂକ୍ଷିତ ଜଙ୍ଗଲ ମଧ୍ୟରେ ଅବସ୍ଥିତ
ନଗଡ଼ା ଗ୍ରାମମାନଙ୍କରେ ଅପପୁଷ୍ଟି
ହେତୁ ଗଲା ଜୁଲାଇ ୨୦୧୬ ମାସରୁ
ଶିଶୁମୃତ୍ୟୁ ହୋଇଚାଲିବା ଜାତୀୟ
ଗଣମାଧ୍ୟମରେ ମଧ୍ୟ ବେଶ କିଛି
ଦିନ ଚର୍ଚ୍ଚିତ ବିଷୟ ହୋଇସାରିଥିଲା
। ସେଥିରୁ ଏହି ସବୁ କମ୍ପାନୀ
କେବେ ବି ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ
କିଛି କରି ନଥିବା ପ୍ରମାଣିତ
ହେଉଥିଲା ବେଳେ, ଏବେ ସମାନ ଅଞ୍ଚଳରେ
ଶ୍ରମିକ ଶୋଷଣ ଓ ଦାବୀ ହାସଲ ପାଇଁ
ଧାରଣା ଦେଉଥିବା ସ୍ଥାନୀୟ
ଆଦିବାସୀ ଓ ଠିକା ଶ୍ରମିକଙ୍କୁ
ମିଥ୍ୟା ଆରୋପ ଲଗାଇ ଗିରଫ କରିବାର ଦେଖାଯାଉଛି ।
‘ଗଣତାନ୍ତ୍ରିକ
ଅଧିକାର ସୁରକ୍ଷା ସଙ୍ଗଠନ’,
ଓଡିଶାର
ଏକ ଛ’ ଜଣିଆ ତଥ୍ୟ ଅନୁସନ୍ଧାନକାରୀ
ଦଳ ଗଲା ଫେବୃଆରୀ ୦୪, ୨୦୧୭ ତାରିଖ
ଦିନ ଚିଙ୍ଗୁଡିପାଳ ପଞ୍ଚାୟତର
ଉପର ନଗଡ଼ା,
ମଝି
ନଗଡ଼ା ଓ ତଳ ନଗଡ଼ା ଗ୍ରାମକୁ ଯାଇ
ସରକାରୀ ଅବହେଳାର ପ୍ରତ୍ୟକ୍ଷ
ବିବରଣୀ ପ୍ରକାଶ କରିଥିଲେ
।
ଆଜି ସେହି ପାଖାପାଖି ଅଞ୍ଚଳରେ
ଶ୍ରମିକମାନେ ମିଥ୍ୟା “ରାଷ୍ଟ୍ର
ବିରୁଦ୍ଧରେ ଯୁଦ୍ଧ ଘୋଷଣା”,
“ଦେଶଦ୍ରୋହ”
ଓ “ଇଉ.ଏ.ପି.ଏ.” କେସରେ ଗିରଫ ହୋଇଛନ୍ତି
। ଏହି ଅନ୍ଲଫୁଲ୍ ଆକ୍ଟିଭିଟିଜ୍ ପ୍ରିଭେନ୍ସ୍ନ୍ ଆକ୍ଟ୍ ଯେ
କିଭଳି ଦୁରୂପୋଯୋଗ ହେଉଛି ତାହାର
ଏହା ପ୍ରମାଣ ଦିଏ ।
ଏଠାରେ
ଆମ୍ଭେମାନେ ଦାବୀ କରୁ କି, ଅନ୍ଲଫୁଲ୍ ଆକ୍ଟିଭିଟିଜ୍ ପ୍ରିଭେନ୍ସ୍ନ୍ ଆକ୍ଟ୍ ବା
'ମାଓବାଦୀ'
ଆଇନକୁ
ପ୍ରତ୍ୟାହାର କରାଯାଉ ।
ରବି ମୁର୍ମୁ,
ଅଭିମନ୍ୟୁ
ସାମନ୍ତ ଓ ରମେଶ ମାଝୀଙ୍କ ବିରୁଦ୍ଧରେ
ଲାଗିଥିବା “ଦେଶଦ୍ରୋହ” ଓ “ରାଷ୍ଟ୍ର
ବିରୁଦ୍ଧରେ ଯୁଦ୍ଧ ଘୋଷଣା” ଦଫାଗୁଡ଼ିକୁ
ପ୍ରତ୍ୟାହାର କରାଯାଉ ଓ ସେମାନଙ୍କୁ
ଖଲାସ କରାଯାଉ।
ସମସ୍ତ
ଶ୍ରମିକଙ୍କ ପ୍ରାପ୍ୟ ଆଇନ ଅନୁସାରେ ପ୍ରଦାନ କରିବା ସହିତ ସେମାନଙ୍କ ଯୋଗ୍ୟତା ଭିତ୍ତିରେ ସେମାନଙ୍କୁ
ଅଣ-କୁଶଳୀ
ଶ୍ରମିକରୁ କୁଶଳୀ ଶ୍ରମିକ ରୂପେ
ପଦୋନ୍ନତି ଦିଆଯାଉ ।
ପରିବେଶର ସୁରକ୍ଷା ଦିଗରେ ପଦକ୍ଷେପ ନିଆଯାଉ ।
ଡକ୍ଟର ଗୋଲାକ ବିହାରୀ ନାଥ, ସଭାପତି,
ତଥା କାର୍ତ୍ତିକ ଚନ୍ଦ୍ର ସାହୁ, ଆବାହକ, ଯାଜପୁର ଶାଖା,
ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ, ଓଡ଼ିଶା
ତାରିଖ : ୭ ଅଗଷ୍ଟ ୨୦୧୭
ପରିବେଶର ସୁରକ୍ଷା ଦିଗରେ ପଦକ୍ଷେପ ନିଆଯାଉ ।
ଡକ୍ଟର ଗୋଲାକ ବିହାରୀ ନାଥ, ସଭାପତି,
ତଥା କାର୍ତ୍ତିକ ଚନ୍ଦ୍ର ସାହୁ, ଆବାହକ, ଯାଜପୁର ଶାଖା,
ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ, ଓଡ଼ିଶା
ତାରିଖ : ୭ ଅଗଷ୍ଟ ୨୦୧୭
No comments:
Post a Comment