Monday, August 07, 2017

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ତୃତୀୟା ବଲ୍ଲୀ : ମନ୍ତ୍ର ୧୩



କାଞ୍ଚିପୁରମର ରଥର ଚକ: ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଗୁରୁଉପଦେଶ ଲଭି ଏ ତତ୍ତ୍ୱ ନିଶ୍ଚୟ
ଆତ୍ମାର ଅସ୍ତିତ୍ୱେ ଆଦ୍ୟେ କରିବ ପ୍ରତ୍ୟୟ ।

ଧୀର ଭାବେ ଅନୁଭବି ନିଜ ହୃଦଗତି
ଦେଖି ବିଶ୍ୱ ସୃଷ୍ଟି କ୍ରିୟା ସୁସଞ୍ଜତ ମତି ।

"ଅଛନ୍ତି ସେ ପରମାତ୍ମା ନିତ୍ୟ ବିରାଜିତ"
ତତ୍ତ୍ୱଭାବ ହୁଏ ତେବେ ଅନ୍ତରେ ପ୍ରକାଶ 
ଉପାଧି-ରହିତ ବ୍ରହ୍ମେ ଉପୁଜେ ବିଶ୍ୱାସ ।

ଅବ୍ୟୟ ଅକ୍ଷୟ ନିତ୍ୟ ଆତ୍ମତତ୍ତ୍ୱ ଭାବ
ଅନୁକ୍ଷଣ ଅନୁଭବେ ହୁଏ ତା'ର ଲାଭ । (ନ.ଉ. ୨।୩।୩୯)

No comments:

Post a Comment