ଖାସ୍ତା ଲୁଚି
![]() |
ଲୁଚି ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ସାମଗ୍ରୀ
୨୦୦ ଗ୍ରାମ ଚୋପାଛଡ଼ା ବିରି, ୨୫୦ ଗ୍ରାମ ମଇଦା, ଦୁଇ ଚାହା ଚାମଚ ହେଙ୍ଗୁ ଗୁଣ୍ଡ, ଦୁଇ ଚାହା ଚାମଚ ଜୁଆଣି ଗୁଣ୍ଡ, ସୁଆଦ ଅନୁସାରେ ଲୁଣ, ଛାଣିବା ପାଇଁ ତେଲ ।
ପ୍ରଣାଳୀ
ବିରିକୁ ତିନି ଘଣ୍ଟା ପାଣିରେ ବତୁରାଇଦିଅନ୍ତୁ । ଏହା ପରେ ତାହାକୁ ଚିକ୍କଣ କରି ବାଟି ଦିଅନ୍ତୁ । ବାଟି ସାରି ଦୁଇ ମିନିଟ ଫେଣାଇ, ସେଥିରେ ହେଙ୍ଗୁ ଗୁଣ୍ଡ ଓ ଜୁଆଣି ଗୁଣ୍ଡ ମିଶାଇ ଦିଅନ୍ତୁ । ଅଳ୍ପ ଅଳ୍ପ ମଇଦା ଧିରେ ଧିରେ ପକାଇ, ସବୁ ତର ବିରି ଓ ମଇଦାକୁ ମିଶାଇ ଦିଅନ୍ତୁ । ଏହି ଚକଟା ରୁଟିର ଦଳା ପରି ଟାଣ ହେବା କଥା । ଏଥିରୁ ଗୁଳା କରି ଲୁଚି ବେଲନ୍ତୁ । ତେଲ ଗରମ କରି ଛାଣି, ପରଶନ୍ତୁ ।
No comments:
Post a Comment