Sunday, August 06, 2017

ଓଡ଼ିଆ ଲୋକଗୀତ - 'ଡାମରା କାଉ'


ସଙ୍ଗ୍ରାହକ - ଚକ୍ରଧର ମହାପାତ୍ର 



ଜାପାନର ଏକ ମନ୍ଦିର ଆଗରେ ଥୁଆ ହୋଇଥିବା ଛତା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଡାମରା କାଉରେ ଡାମର। କାଉ
ଉଞ୍ଚ ପରବତେ ବୋବାଉଥାଉ ।୧।

ଉଞ୍ଚ ପରବତ ଗୁଞ୍ଜୁଖୁିଞ୍ଜିଆ
ତହିଁରେ ଅଛନ୍ତି ସାତ ଭେଣ୍ଡିଆ ।୨।

ସାତ ସାତ ପଣ ଚଉଦ ପଣ 
ଭାଉଜକୁ ବୋଲେ କଉଡ଼ି ଗଣ ।୩।

କଉଡ଼ି ଗଣୁଗଣୁ ପାହିଲା ରାତି 
ଚୋର ନେଇଗଲା କଜଳପାତି ।୪।

ଆସ ଗୋ ମରୁଆ ଗାଧୋଇ ଯିବା 
କଇଁଶି କାକୁଡ଼ି ତୋଳି ଆଣିବା ।୫।

କଇଁଶି କାକୁଡ଼ି ମୁଣ୍ଡିଟି ପିତା
ଛଅ ଭାଇଙ୍କର ଛଅ ମୁକୁତା ।୬।

ମଝିଆଁ ଭାଇର ଆମ୍ବିଳି ଯାଊ 
ତା' ଖାଇଗଲା ଓଲେଇ ବୋହୁ ।୭।

ଓଲେଇ ଯାଇଛି ବାପଘକୁ
ଯାହା ଆଣିଥିବ ମୋ' ଘରକୁ ।୮।

ମୋ' ଘରଟା ଢୋଲା ପୋଲା
ଷାଠିଏ ଟଙ୍କାର ବଳଦ ମଲା ।୯।

କୁଣ୍ଡା ପାଣି ହୋଇ ଦି' ହାଣ୍ଡି ଗଲା ।

ଶବ୍ଦାର୍ଥ


କଇଁଶି କାକୁଡ଼ି - ଏକ ପ୍ରକାରର ବନ୍ୟଲତା ଯାହାର ଫଳ ପାଚିଲେ କାଇଁଚ ପରି ଲାଲ ହୁଏ । କଇଁଚିକାକୁଡ଼ି ଶବ୍ଦଟି ମଧ୍ୟ ଏଥିପାଇଁ ବ୍ୟବହାର କରାଯାଏ । ମାଇଲତାର ନାଁ କଇଁଶିକାକୁଡ଼ି ଓ ପୁରୁଷଲତାଟିର ନା ଗୋରୁଖିଆ ଲତା । ଏହାର ଫୁଲ ଧଳା ଓ ଫଳ ପୋଟଳ ପରି । 

No comments:

Post a Comment