ମହିମା ଭକ୍ତି କବିତା - 'ଧର୍ମ ଧାରଣେ ଧରିତ୍ରୀ'
ଭକ୍ତ କବି ଭୀମ ଭୋଇ
![]() |
ମହାକାଶରୁ ପୃଥିବୀର ଚିତ୍ର : ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଧର୍ମ
ଧାରଣେ ଧରିତ୍ରୀ ରହିଛି ଚାରି
ଯୁଗରେ । ଘୋଷା ।
ଶାନ୍ତଶୀଳ ଦୟାକ୍ଷମ
ଶାନ୍ତଶୀଳ ଦୟାକ୍ଷମ
ଏହା
ପାଳିବ ଯେ ଜନ
ଆତ୍ମା
ଚିହ୍ନି ଅନ୍ନଦାନ ଦେଲେ ବଶ ହୋନ୍ତି
ତା’ରେ ।୧।
ଜାମରେ
ଶରଣ ଯାଅ
ଜୀବ
ପରେ ଦୟା ବହ
ଏ
ଧର୍ମରୁ ସାର ଆଉ ନାହିଁ ନା ଏ
ସଂସାରରେ ।୨।
ଶରୀରାର୍ଥେ
ଜ୍ଞାନ କର
ତେବେ
ପାଇବ ଗୋଚର
ସେ
ଅଲେଖ ଅଣାକାର ଅଛନ୍ତି ସର୍ବ ଘଟରେ
।୩।
ଅନ୍ତର୍ଯ୍ୟାମୀ
ସେ ପୁରୁଷ
ତାଙ୍କ
ମହିମା ଅଶେଷ
ସେବା
ଭକତିକି ଜାଣି ଦୃଶ୍ୟ ହୁଅନ୍ତି
ଭାବରେ ।୪।
ମନ
ମଧ୍ୟେ କଲେ ତତ୍ତ୍ୱ
ତେବେ
ଅଛି ସତ୍ୟ କୃତ୍ୟ
ବିଚାରିଲେ
ପାଶେଛନ୍ତି ଉଦିତ ଭକ୍ତ ହିତରେ
।୫।
ବେନି
ନେତ୍ରୁ ଲୁହ ବହେ
ହୃଦୟ
ସନ୍ତାପି ହୁଏ
ଭଣେ
ଭୀମକନ୍ଧ ଭକ୍ତ ଲୋଡୁଅଛି ନିରନ୍ତରେ
।୬।
No comments:
Post a Comment