Thursday, August 03, 2017

ମହିମା ଭକ୍ତି କବିତା - 'ଶୂନ୍ୟରେ ଲାଗିଛି' 


ସନ୍ଥ କବି ଭୀମ ଭୋଇ



ମାନବ ଶରୀରର ଚିତ୍ର
କଳାକାର - ଲିଓନାର୍ଡ଼ୋ  ଦାଭିଞ୍ଚି (୧୪୫୨-୧୫୧୯)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଶୂନ୍ୟରେ ଲାଗିଛି ପୂଣ୍ୟ ତପସ୍ୟା ଗୋ ।
ତେଣୁ ଶୂନ୍ୟ ନାମ କର ଭରସା ଗୋ । ଘୋଷା ।

ଅପୂର୍ବ ମହିମା ନାମ, ନିଷ୍କାମ ଅଟଇ ଧର୍ମ ।
ଦେଖୁ ନ ସହନ୍ତି ସାହି ପଡ଼ିଶା ଗୋ ।୧।

ଏ ଦେହରେ ସବୁ ଅଛି, ବେଦ ଭୁଲାଇ ମାରୁଛି
ବିଅର୍ଥେ ନ ଯାଅ କ୍ଷେତ୍ର ଓଡ଼ିଶା ଗୋ ।୨।

ବ୍ରହ୍ମକୁ ଯେବେ ଚିହ୍ନିବ, ଆତ୍ମା ଲିଙ୍ଗ ନ ଟଳିବ, 
ଦୁରାନ୍ତ ହୋଇବ କ୍ଷୁଧା ତୁରୁଷା ଗୋ ।୩।

ଆପେ ହୋଇବ ଉଦ୍ଧାର, ପ୍ରବେଶ ନିଜ ବ୍ରହ୍ମର,
ଉଦ୍ଧାର ପାଇବେ ସପ୍ତପୁରୁଷ ଗୋ ।୪।

ମନ ମଧ୍ୟେ କଲେ ତତ୍ତୁ ପାଇବ ପୂର୍ବର ହେତୁ
ସକଳ ଜୀବରେ କଲେ ଅହିଂସା ଗୋ ।୫।

ଭଣେ ଭୀମ ଅରକ୍ଷିତ, ଅରୂପ ବ୍ରହ୍ମରେ ଚିତ୍ତ,
ନିରନ୍ତେ କରିଅଛି ସାହସ ଗୋ ।୬।

No comments:

Post a Comment