କଖାରୁ ଡଙ୍କ ଭର୍ତ୍ତା
ସରୋଜିନୀ ଚୌଧୁରୀ
![]() | |
|
ପ୍ରଣାଳୀ - କଖାରୁର ଅଗଅଗ ନରମ ଡଙ୍କ ଆଣି ଛୋଟ ଛୋଟ ପତର ଥାଉଁଥାଉଁ ବେଶ୍ କରି ଚାହିଁ ବାଛିନେବ । ଆଁଶୁ ଆଁଶୁ ଖଣ୍ଡମାନ ଏକାଠି ଖଣ୍ଡେ ସୂତାରେ ବାନ୍ଧି ଭାତରେ ବା ଡାଲିରେ ପକାଅ । ସିଝିଗଲେ ବାହାର କରି ଲାଗିଥିବା ଡାଲି ଝାଡ଼ିଝୁଡ଼ି ଡଙ୍କଗୁଡ଼ିକ ସ୍ୱତନ୍ତ୍ର ରଖ ଏବଂ ତେଲ, ଲୁଣ ଓ ପିଆଜକୁ ସରୁ ସରୁ ଲମ୍ବ କାଟି ମିଶାଅ ।
ଗୁଣାଗୁଣ - କଖାରୁ ଡଙ୍କ ମଧୁର ରସ, ମଧୁର-ପାକ, ମଳମୂତ୍ର କାରକ, କଫ ପିତ୍ତ ନାଶକ ଏବଂ ବାୟୁବର୍ଦ୍ଧକ (ଦ୍ରବ୍ୟଗୁଣ) ।
ବି.ଦ୍ର. - କଖାରୁ ଡଙ୍କ ଭର୍ତ୍ତା ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା ।
No comments:
Post a Comment