ମହିମା ଭକ୍ତି କବିତା - 'ଭଜ ଅଲେଖ ରୂପକୁ'
ଭକ୍ତ କବି ଭୀମ ଭୋଇ
![]() |
ଆକାଶ ଗଙ୍ଗାର ଚିତ୍ର : ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଭଜ
ଅଲେଖ ରୂପକୁ ।
ଶୂନ୍ୟବ୍ରହ୍ମେ
ଚିତ୍ତ ଦେଇ ଭଜ ଅରୂପ ରୂପକୁ ।
ଘୋଷା ।
ଅଲେଖ
ରୂପକୁ ସେହି
ନିରନ୍ତରେ
ଭାବୁଥାଇ
ତା
ପାଦେ ଶରଣ ମୋର ଧ୍ୟାୟି ଅରୂପାନନ୍ଦଙ୍କୁ
।୧।
ଚାରିଯୁଗେ
ଚାରିବେଦେ
ନ
ସେବିଲେ ସ୍ୱାମୀପାଦେ
ଛପ୍ନାକୋଟି
ଜନ୍ତୁଜୀବ ଚିହ୍ନି ନ ପାରିଲେ
ଯା’କୁ ।୨।
ଚାରି
କର୍ମ ଚାରି ଧର୍ମ
ନ
ପାଇଲେ ବ୍ରହ୍ମଜ୍ଞାନ
ଛଡଋତୁ
ଦିବା ନିଶି ଅନ୍ତ ନ ପାଇଲେ ଯା’କୁ
।୩।
ସିଦ୍ଧାନ୍ତୀ
ଯୋଗାନ୍ତୀ ଯୋଗୀ
ବେଦାନ୍ତୀ
ନାଗାନ୍ତୀ ଭୋଗୀ
କୋଟି
କୋଟି ତପ କରି ଦେଖି ନ ପାରିଲେ
ଯା’କୁ ।୪।
ନବ
ଲକ୍ଷ ତାରାଗଣ
ଗମି
ନ ପାଇଲେ ଜ୍ଞାନ
ଚନ୍ଦ୍ର
ସୂର୍ଯ୍ୟ ଚାରି ଦିଗ ନ ପାଇ ଆଦ୍ୟ
ମଧ୍ୟକୁ ।୫।
ତେତିଶ
କୋଟି ଦେବଗଣ
ଯୋଗୀ
ଋଷି ରୁଦ୍ର ଜାଣ
ରାମକୃଷ୍ଣ
ବଳଦେବ ନ ଚିହ୍ନି ସ୍ୱାମୀ ପାଦକୁ
।୬।
ଭଣିଲେ
ଯେ ଭୀମକନ୍ଧ
ଅରୂପ
ପୟର ବିନ୍ଦ
ଧ୍ୟାୟି
ଅଛି ହୃଦଗତେ ଅଲେଖ ବ୍ରହ୍ମପାଦକୁ
।୭।
ଅଲେଖ ରୂପକୁ ସେହି
ନିରନ୍ତରେ ଭାବୁଥାଇ
ତା ପାଦେ ଶରଣ ମୋର ଧ୍ୟାୟି ଅରୂପାନନ୍ଦଙ୍କୁ ।୧।
ଚାରିଯୁଗେ ଚାରିବେଦେ
ନ ସେବିଲେ ସ୍ୱାମୀପାଦେ
ଛପ୍ନାକୋଟି ଜନ୍ତୁଜୀବ ଚିହ୍ନି ନ ପାରିଲେ ଯା’କୁ ।୨।
ଚାରି କର୍ମ ଚାରି ଧର୍ମ
ନ ପାଇଲେ ବ୍ରହ୍ମଜ୍ଞାନ
ଛଡଋତୁ ଦିବା ନିଶି ଅନ୍ତ ନ ପାଇଲେ ଯା’କୁ ।୩।
ସିଦ୍ଧାନ୍ତୀ ଯୋଗାନ୍ତୀ ଯୋଗୀ
ବେଦାନ୍ତୀ ନାଗାନ୍ତୀ ଭୋଗୀ
କୋଟି କୋଟି ତପ କରି ଦେଖି ନ ପାରିଲେ ଯା’କୁ ।୪।
ନବ ଲକ୍ଷ ତାରାଗଣ
ଗମି ନ ପାଇଲେ ଜ୍ଞାନ
ତେତିଶ କୋଟି ଦେବଗଣ
ଯୋଗୀ ଋଷି ରୁଦ୍ର ଜାଣ
ରାମକୃଷ୍ଣ ବଳଦେବ ନ ଚିହ୍ନି ସ୍ୱାମୀ ପାଦକୁ ।୬।
ଭଣିଲେ ଯେ ଭୀମକନ୍ଧ
ଅରୂପ ପୟର ବିନ୍ଦ
ଧ୍ୟାୟି ଅଛି ହୃଦଗତେ ଅଲେଖ ବ୍ରହ୍ମପାଦକୁ ।୭।
No comments:
Post a Comment