ଦେଶାତ୍ମବୋଧକ ଗୀତ - 'ଆମେ ହିନ୍ଦୁ, ଆମେ ମୁସଲମାନ'
ଜାତୀୟ କବି ବୀରକିଶୋର ଦାସ (୧୮୯୨-୧୯୫୪)
![]() |
ମୌଲାନା ଆଜାଦ, ଆଚାର୍ଯ୍ୟ କ଼ୃପାଳିନୀ, ବଲ୍ଲଭଭାଇ ପଟେଲ ଓ ସୁବାସଚନ୍ଦ୍ର ବସୁ ୱାର୍ଦ୍ଧା ରେଳ ଷ୍ଟେସନ, ୧୯୪୫ ମସିହାର ପୂର୍ବରୁ : ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଆମେ ହିନ୍ଦୁ, ଆମେ ମୁସଲମାନ
ଭାରତ ଆମର ଜନ୍ମ ମାଟି
କବର ଆମର ହିନ୍ଦୁସ୍ଥାନ,
ଆମେ ହିନ୍ଦୁ, ଆମେ ମୁସଲମାନ ।
ଆମେ କୋଟି କୋଟି ଭାରତବାସୀ
ଚାଟ କାରିଗର ମୂଲିଆ ଚାଷୀ
ଆମେ ଅଟୁ ଶିଖ, ବୌଦ୍ଧ, ପାର୍ଶୀ,
ଆମେ ରେ ଜଇନ, ଖିରସ୍ତାନ
ଆମେ ହିନ୍ଦୁ, ଆମେ ମୁସଲମାନ ।
ମସଜିଦ୍ ଯେଉଁ ମାଟିରେ ଗଢ଼ା
ଗୀରିଜା ମନ୍ଦିର, ତହିଁରେ ଛିଡ଼ା
ଏକା ପାଣି ଏକା ପବନେ ବଞ୍ଚୁ
ଏକା ରକ୍ତରେ ଗଢ଼ା ଆମରି ଜାନ୍
ଆମେ ହିନ୍ଦୁ, ଆମେ ମୁସଲମାନ ।
ଆମ ହିମଗିରି ଆମରି ଗଙ୍ଗା
ଯେତେ ଭାଙ୍ଗିଲେ ସେ ନୋହିବେ ଭଙ୍ଗା
ସତ୍ୟ ଅହିଂସା ଆମ ଦେବତା
(ଆମେ) ତାରି ତେଜରେ, ତେଜୀୟାନ
ଆମେ ହିନ୍ଦୁ, ଆମେ ମୁସଲମାନ ।
ଆମ ଇତିହାସ ଗଢ଼ିଛୁ ଆମେ
ବିଶ୍ୱ ଚମକାଇ ଆମରି ନାମେ
ଡରିନାହୁଁ କେବେ ଡରିବୁ ନାହିଁ
ଜୀବନ କରିବୁ କୋରବାନ୍
ଆମେ ହିନ୍ଦୁ, ଆମେ ମୁସଲମାନ ।
ଆମ ଦେଶକୁ ଯିଏ କରିବ ଲୋଭ
ତିଳେ ହେଲେ ତା'ର ନୋହିବ ଲାଭ
ଇଞ୍ଚେ ହେଲେ ଜାଗା ଛାଡ଼ିବୁ ନାହିଁ
ନୋହିବୁ କଦାପି ବେଇମାନ,
ଆମେ ହିନ୍ଦୁ, ଆମେ ମୁସଲମାନ ।
No comments:
Post a Comment