Wednesday, November 30, 2016

ନୂଆଗଡ଼ର ବୋଉକୁ ଧରି କାନ୍ଦଣା ଗୀତ


ଧୀବର ଜାଲରେ ମୀନ (ଶ୍ରୀଲଙ୍କା, ୨୦୦୬)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

ମୀନ ଖେଳୁ ଥାଏ ଜଳ ଭିତରେ, ଲୋ ବୋଉ
ମୁହିଁ ଖେଳୁଥାଏ ତୋର କୋଳରେ, ଲୋ ବୋଉ
ଧୀବର ଜାଲରେ ମୀନ ପଡ଼ିଲା, ଲୋ ବୋଉ
ଜଳକ୍ରୀଡ଼ା ତାର ସରିଣ ଗଲା, ଲୋ ବୋଉ
ପବନ ବଢ଼ଇ ଶିଶିର ପାଇ, ଲୋ ବୋଉ
ମୁଁ ବଢ଼ୁଥାଇ ତୋ ସ୍ନେହ ପାଇ, ଲୋ ବୋଉ ।

କୃଷ୍ଣ ମାୟା କଲେ ଗୋପୀଙ୍କ ପାଇଁ, ଲୋ ବୋଉ
ବାପା ମାୟା କଲେ ମୋହରି ପାଇଁ, ଲୋ ବୋଉ
ଅନ୍ତର ତୋ କୋଳୁ କରିବା ପାଇଁ, ଲୋ ବୋଉ
ୠଷିଙ୍କ ତପସ୍ୟା ଶେଷ ହୋଇଲା, ଲୋ ବୋଉ
ମୋର ତପସ୍ୟା ତ ଅଧା ରହିଲା, ଲୋ ବୋଉ ।

ଉତ୍ସ - କେନ୍ଦ୍ରିୟ ସାହିତ୍ୟ ଅକାଦେମୀ ଛାପିଥିବା (ପ୍ରଥମ ପ୍ରକାଶ ୧୯୯୪ : ଦ୍ୱିତୀୟ ସଂସ୍କରଣ ୨୦୧୩) ଓ ପ୍ରସନ୍ନ କୁମାର ମିଶ୍ର ସଙ୍କଳନ କରିଥିବା 'ଓଡ଼ିଆ ଲୋକଗୀତ'ରୁ ସଙ୍ଗୃହିତ ।

No comments:

Post a Comment