କଖାରୁ ଫୁଲ ରାଇ
(ଚାରି ଜଣଙ୍କ ପାଇଁ)
![]() |
କଖାରୁ ଫୁଲ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ସାମଗ୍ରୀ - କଖାରୁ ଫୁଲ ୨୦ଟି , ମଝିଆଳିଆ ଆଳୁ ଦୁଇଟି, ମଝିଆଳିଆ ଲମ୍ବା ବାଇଗଣ ଦୁଇଟି, ବୁଟ ୧୦ ଗ୍ରାମ, ସୋରିଷ ୧୦ ଗ୍ରାମ, ଜୀରା ଏକ ଚାହା ଚାମଚ, ଗୋଲ ମରିଚ ଏକ ଚାହା ଚାମଚ, ପାନ ମହୁରୀ ଏକ ଚାହା ଚାମଚ, ହଳଦୀ ଏକ ଚାହା ଚାମଚ, ଘିଅ ଦଶ ଗ୍ରାମ, ଫୁଟଣ ପାଞ୍ଚ ଗ୍ରାମ, ସୁଆଦ ଅନୁସାରେ ଲୁଣ ।
ପ୍ରଣାଳୀ - ଆଳୁ ଓ ବାଇଗଣକୁ ଭଲ ଭାବରେ ଧୋଇ କାଟି ଛୋଟ ଖଣ୍ଡ କରନ୍ତୁ । କଖାରୁ ଫୁଲକୁ ବାଛି କୁନିକୁନି ଭାଗ କରନ୍ତୁ । ସୋରିଷ, ପାନମହୁରୀ, ଜୀରା, ବିରି ଓ ବୁଟ କୁ ମିଶାଇ ବାଟନ୍ତୁ । କଡ଼େଇରେ ଦୁଇ କପ ପାଣି ଗରମ କରନ୍ତୁ । ପାଣି ଫୁଟି ଗଲେ ସେଥିରେ ଲୁଣ, ହଳଦୀ ଗୁଣ୍ଡ ଓ ବଟା ମସଲା ପକାନ୍ତୁ । ଅଳପ ଆଞ୍ଚରେ ଦଶମିନିଟ ଫୁଟାନ୍ତୁ । ଭଲ କରି ଫୁଟିଗଲା ପରେ, ସେଥିରେ କଟା କଖାରୁ ଫୁଲ, ଆଳୁ ଓ ବାଇଗଣ ଖଣ୍ଡ ପକାଇ ଦିଅନ୍ତୁ । ମଧ୍ୟମ ଆଞ୍ଚରେ ଫୁଲ ଓ ପରିବା ସିଝିବା ପର୍ଯ୍ୟନ୍ତ ରାନ୍ଧନ୍ତୁ । ଆଉ ଗୋଟିଏ ପାତ୍ରରେ ଘିଅ ଗରମ କରି ସେଥିରେ ଫୁଟଣ ଦେଇ ଛୁଙ୍କ ଦିଅନ୍ତୁ । ଏହି ଛୁଙ୍କକୁ ରାଇରେ ପକାଇ ଗୋଳାଇ ଦିଅନ୍ତୁ । କଖାରୁ ଫୁଲ ରାଇ ତିଆରି ହୋଇଗଲା ।
No comments:
Post a Comment