Thursday, November 17, 2016

ଚୁଡ଼ା ଘଷା (ଚାରି ଜଣଙ୍କ ପାଇଁ)


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ସାମଗ୍ରୀ - ୨୫୦ ଗ୍ରାମ ଚୁଡ଼ା, କୋରା ହୋଇଥିବା ଗୋଟିଏ ବଡ଼ ନଡ଼ିଆ, ଗୁଡ଼ ୧୫୦ ଗ୍ରାମ, ଦେଶୀ ଗୁଆ ଘିଅ ୧୦୦ ଗ୍ରାମ, ଲବଙ୍ଗ ୮ଟି, ଗୋଲମରିଚ ୧୦ଟି, ଗୁଜୁରାତି ୬ଟି, ଅଳେଇଚ ୪ଟି, ଅଧ ଚାହା ଚାମଚ କର୍ପୂର ।

ପ୍ରଣାଳୀ - ପ୍ରଥମେ ଚୁଡାକୁ ହେମଦସ୍ତାରେ କୁଟି ଦରଦର ଖଣ୍ଡ କରନ୍ତୁ । ଚୁଡ଼ା ଗୁଣ୍ଡ ଖୁଦ କାଟର ହେବା ଦରକାର । ପଲମ ଗରମ କରି ହାଲକା ଆଞ୍ଚରେ ଲବଙ୍ଗ, ଗୋଲମରିଚ, ଗୁଜୁରାତି ଓ ଅଳେଇଚକୁ ଭଲ ବାସ୍ନା ବାହାରିଲା ପର୍ଯ୍ୟନ୍ତ ଭାଜନ୍ତୁ । ଏହା ପରେ ଏହି ଗରମ ମସଲାକୁ ହେମଦସ୍ତାରେ ଭଲ ଭାବରେ ଚିକ୍କଣ କରି ଗୁଣ୍ଡ କରିଦିଅନ୍ତୁ । ହେମଦସ୍ତାରେ କୁଟି ଗୁଡ଼ର ଟେଳା ଭାଙ୍ଗି ଚୁନା କରନ୍ତୁ ।

ଗୋଟିଏ କୁଲାରେ ଚୁଡ଼ାଗୁଣ୍ଡକୁ ଢାଳନ୍ତୁ । ଏଥିରେ ନଡ଼ିଆ କୋରା ଓ ଗୁଣ୍ଡ ଗୁଡ଼କୁ ପକାଇ ଚୁଡ଼ା ସହିତ ଭଳ କରି ଦଳି ମିଶାନ୍ତୁ । ମଝିରେ ମଝିରେ ଅଳପ ପାଣି ଛିଞ୍ଚାଡ଼ୁ ଥିବେ । ଭଲ କରି ମିଶିଗଲା ପରେ ଘିଅ, ଗୁଣ୍ଡ କର୍ପୁର ଓ ଗରମ ମସଲା ଗୁଣ୍ଡ ପକାଇ ପାଞ୍ଚ ମିନିଟି ଦଳନ୍ତୁ । ଦଳା ଏପରି ହେବା ଦରକାର ଯେପରିକି ଅଳ୍ପ ଦୂରରେ ଥିବା କାନ୍ଥକୁ ମୁଠାଏ ଘଷା ଫିଙ୍ଗିଲେ କାନ୍ଥରେ ତାହା ଲାଖିବା କଥା । ଚୁଡ଼ା ଘଷା ତିଆରି ହୋଇଗଲା । 

No comments:

Post a Comment