ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ
ଦ୍ୱିତୀୟ ଅଧ୍ୟାୟ
ଦ୍ୱିତୀୟ ବଲ୍ଲୀ : ମନ୍ତ୍ର ୧୫
![]() |
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ନ ହୁଅ ଅଧିର ନର ନ ତେଜି ବିଶ୍ୱାସ
ଆନନ୍ଦମୟ ସେ ଆତ୍ମା ନିତ୍ୟ ସ୍ୱ-ପ୍ରକାଶ ।
ଆପଣେ ଉଭାସେ ଆତ୍ମା ଆପଣା ଆଲୋକେ
ସୂର୍ଯ୍ୟ ଚନ୍ଦ୍ର ତାରା ଆଦି ନାହିଁ ଆତ୍ମ-ଲୋକେ ।
ନ ଭାସେ ତପନ ତହିଁ ଚନ୍ଦ୍ରମା ନ ଝଳେ
ରତ୍ନଦୀପାବଳି ସମ ତାରକା ନ ଜଳେ ।
ନାହିଁ ତହିଁ କ୍ଷଣପ୍ରଭା ଚଞ୍ଚଳ ଝଟକ
ଉଜ୍ଜଳେ ଜଳିବ କାହିଁ ଅବା ଏ ପାବକ ?
ଆତ୍ମରୂପୀ ପ୍ରଭାମୟ ପରମ ଇଶ୍ୱରେ
ରବି ଶଶୀ ଆଦି ସର୍ବେ ସଦା ଅନୁସରେ ।
ଆଲୋକିତ ହୁଏ ସର୍ବ ସେ ବ୍ରହ୍ମ ଆଲୋକେ
ଦୀପ୍ତିମନ୍ତ ଦିଶେ ଯାହା ଦ୍ୟୁଲୋକେ ଭୂଲୋକେ । (ନ.ଉ. ୨।୨। ୩୩-୩୪)
No comments:
Post a Comment