Saturday, November 26, 2016

ଘିଅ ଅନ୍ନ 

(ଚାରି ଜଣଙ୍କ ପାଇଁ)


ଶ୍ରୀମନ୍ଦିରର ମହାପ୍ରସାଦ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ସାମଗ୍ରୀ - ଛୋଟ ଦାନା ଅରୁଆ ଚାଉଳ ୪୦୦ ଗ୍ରାମ, ଅଦା ଚାଳିଶି ଗ୍ରାମ, ହେଙ୍ଗୁ ଅଧ ଚାହା ଚାମଚ, ମଝିଆଳିଆ ଖଟା କମଳା ଦୁଇଟି, ଗୋଲମରିଚ ଦୁଇ ଚାହା ଚାମଚ, କିସମିସ ଶହେ ଗ୍ରାମ, ଘିଅ ଶହେ ଗ୍ରାମ, ସୁଆଦ ଅନୁସାରେ ଲୁଣ ।

ପ୍ରଣାଳୀ - ଚାଉଳକୁ ଭଲକରି ଧୋଇ ପାଣି ନିଗାଡ଼ି ରଖନ୍ତୁ । ଅଦାକୁ ଚୋପା ଛଡ଼ାଇ ଛୋଟ ଛୋଟ ଖଣ୍ଡ କରି କାଟି ହେମଦସ୍ତାରେ ପକାଇ ଦୁଇଥର କୁଟି ଦିଅନ୍ତୁ । ଖଟା କମଳାରୁ ଚୋପା ଛଡ଼ାଇ ତାହାକୁ ଚୁପୁଡ଼ି ରସ ବାହାର କରନ୍ତୁ । ରସରୁ ମଞ୍ଜି ବାହାର କରନ୍ତୁ । କମଳାକୁ ବେଶୀ ଚିପୁଡ଼ିବେ ନାହିଁ । ହେମଦସ୍ତାରେ ଗୋଲମରିଚକୁ ଦରଦର ଛେଚା କରିଦିଅନ୍ତୁ । ଚାଉଳର ଦୁଇଗୁଣ ପରିମାଣରେ ପାଣି ଫୁଟାନ୍ତୁ । ପାଣି ଫୁଟିଗଲେ ଚାଉଳ ଓ ଲୁଣ ପକାଇ ଅଧା ଆଞ୍ଚରେ ରାନ୍ଧନ୍ତୁ । ଭାତ ଅଧା ରାନ୍ଧି ହୋଇଗଲେ, ସେଥିରେ ଅଦା ଛେଚା, ହେଙ୍ଗୁ ଓ ଗୋଲମରିଚ ଛେଚା ପକାନ୍ତୁ । ଆଞ୍ଚ କମାଇ ଦିଅନ୍ତୁ । ଭାତ ପ୍ରାୟ ରାନ୍ଧି ହୋଇଗଲେ, ସେଥିରେ କିସମିସ, ଖଟା କମଳା ରସ, ଓ ଘିଅ ପକାଇ ପାଞ୍ଚ ମିନିଟ ଫୁଟାନ୍ତୁ । ଭଲ କରି ଘାଣ୍ଟୁଥିବେ ।  ଭାତ ପୁରା ରାନ୍ଧି ହୋଇଗଲା ଆଞ୍ଚରୁ ଓହ୍ଲାଇ ଗରମ ଗରମ ପରସନ୍ତୁ । 

No comments:

Post a Comment