Tuesday, November 08, 2016

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 


ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୨୯


ଅନୁବାଦକ - ଫକୀରମୋହନ ସେନାପତି 


କାୟୋତ୍ସର୍ଗ ମୁଦ୍ରାରେ ଜୈନ ତୀର୍ଥଙ୍କର ପାର୍ଶ୍ୱନାଥ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଅପାନେ ଜୁହ୍ୱତି ପ୍ରାଣଂ ପ୍ରାଣେଽପାନଂ ତଥାପରେ ।
ପ୍ରାଣାପାନଗତୀ ରୁଦ୍ଧ୍ୱା ପ୍ରାଣାୟାମପରାୟଣାଃ । ୨୯। 

ଅପାନେ ଆହୁତି ଦେଇ ପ୍ରାଣବାୟୁ ମଧ୍ୟେ । ପୂରକସାଧନ କରିଥାନ୍ତି ଥୋକେ ସିଦ୍ଧେ ।।
ଅପାନ ପ୍ରାଣକୁ କରି ଆହୁତି ପ୍ରଦାନ । ଥୋକେ ଯୋଗୀ କରିଥାନ୍ତି ରେଚକ ସାଧନ ।।
ପ୍ରାଣ ଆଉ ଅପାନର କରି ଗତିରୋଧ । କରନ୍ତି କୁମ୍ଭକରୂପ ପ୍ରାଣାୟମ ସିଦ୍ଧ ।।
ନିୟତ ଆହାରୀ କେହି ପରିମିତହାରୀ । ପ୍ରାଣେନ୍ଦ୍ରିୟେ ହୋମ କରିଥାନ୍ତି ବ୍ରହ୍ମଚାରୀ ।୨୯।

No comments:

Post a Comment