ଭାଉଜଙ୍କ ସମ୍ପର୍କରେ ଲୋକଗୀତ
ସଙ୍ଗ୍ରାହିକା - ହେମଲତା ମାନସିଂହ
![]() |
କୁଲାରେ ଶୁଖୁଥିବା ମହୁଲ ଫୁଲ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
କଟକର ଯେଉଁ ମୁଣ୍ଡିହଳଦୀ
ଛେଚିଲେ ଶୁଣଇ ନାହିଁ
ମୋ ଭାଇ ଯେଉଁ ମାଇପ ଆଣିଛି
ଡାକିଲେ ଶୁଣିଲେ ନାହିଁ ।
କୁଲା ବାଉଁଶିଆ,
ମୋ ଭାଇ ଯେଉଁ ମାଇପ ଆଣିଛି
ବଡ଼ ମାଉଁସିଆ ।
ଟୋକେଇ, କୁଣ୍ଢେଇ
ମୋ ଭାଇ ଯେଉଁ ମାଇପ ଆଣିଛି,
ବଡ଼ ତୁଣ୍ଡେଇ ଲୋ ।
ଉତ୍ସ - 'ଶଙ୍ଖ', ପ୍ରଥମ ଖଣ୍ଡ, ତୃତୀୟ ସଂଖ୍ୟା ।
No comments:
Post a Comment