Thursday, November 03, 2016

କଦଳୀ ବରା


କଦଳୀ ଗଛରେ ରହୁଥିବା ଥାଇଲାଣ୍ଡର  ଭୂତ 'ନାଙ୍ଗ ତାନି'
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

ସାମଗ୍ରୀ - ଛୋଟ କଞ୍ଚା କଦଳୀ ଛଅଟି, ଖୁଦ ଭଳି କଟା ହୋଇଥିବା ୩'' ଲମ୍ବର ଅଦା, କୋଡ଼ିଏଟି ଭେର୍ସୁଙ୍ଗ ପତ୍ର, ଗୋଟି ଜୀରା ଚାମୁଚେ, ଗୋଟା ଧନିଆ ଚାମୁଚେ, ଅଳେଇଚ ଏକଟି, ଗୁଜୁରାତି ଚାରୋଟି, ଗୋଲମରିଚ ଦଶଟି, ସୁଆଦ ଅନୁସାରେ ଲୁଣ, ତଥା ଭା଼ଜିବା ପାଇଁ ତେଲ ।

ପ୍ରଣୀଳୀ - ଗୋଟାଏ ଚାମଚ ଲୁଣ ପକାଇ କଦଳୀକୁ ନରମ ହେଲା ପର୍ଯ୍ୟନ୍ତ ଶିଝାନ୍ତୁ । କଦଳୀର ଚୋପା ଛଡ଼ାନ୍ତୁ । ଚୋପାଛଡ଼ାଇ ଚକଟି ଦିଅନ୍ତୁ । ଅଳେଇଚ, ଗୁଜୁରାତି, ଗୋଲମରିଚ, ଧନିଆ ଓ ଜୀରାକୁ ଦୁଇ ମିନିଟି ପାଇଁ ପଲମରେ ଶୁଖିଲା ଭାଜି ହେମଦସ୍ତା ବା ମିକ୍ସିରେ ଗୁଣ୍ଡ କରି ଦିଅନ୍ତୁ । କଟା ଅଦା ଓ ଭେର୍ସୁଙ୍ଗ ପତ୍ରକୁ ଛେଚି ଦିଅନ୍ତୁ । ଏ ସବୁ ଗୁଣ୍ଡ ଓ ଛେଚା ମସଲାକୁ ଲୁଣ ସହିତ ଚକଟା କଦଳିରେ ମିଶାଇ ଦିଅନ୍ତୁ । ପଲମରେ ଅଳ୍ପ ତେଲ ଦେଇ ଅଳପ ନିଆଁରେ ଦୁଇ ଇଞ୍ଚ ବ୍ୟାସର ଛୋଟ ଛୋଟ ବରା କରି ଭାଜନ୍ତୁ ।

No comments:

Post a Comment