ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ
ଦ୍ୱିତୀୟ ଅଧ୍ୟାୟ
ତୃତୀୟା ବଲ୍ଲୀ : ମନ୍ତ୍ର ୧
![]() |
ବୌଦ୍ଧଗୟାଠାରେ ସ୍ଥିତ ମହାବୋଧି ବୃକ୍ଷ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ସଂସାର ଅଶ୍ୱତ୍ଥ ତରୁ ଅନିତ୍ୟ ଅସ୍ଥିର
ଉର୍ଦ୍ଧ୍ୱେ ମୂଳ ମେଲିଅଛି ନିମ୍ନେ ଶାଖା ଶିର ।
ଅବ୍ୟକ୍ତୁଁ ସ୍ଥାବର ଯାଏ ନିଖିଳ ସଂସାର
ସେ ପରମପଦ ବିଷ୍ଣୁ ଏହା ମୂଳାଧାର ।
ସଜୀବ ନିର୍ଜୀବ ଦେବ ଅସୁର ମାନବ
ପଶୁ ପକ୍ଷୀ ତରୁ ତୃଣ ଯାବତ ସମ୍ଭବ ।
ସଂସାର ଅଶ୍ୱତ୍ଥେ ସର୍ବେ ଶାକା ଅଗଣନ
ଅନାଦି ପ୍ରବାହ ଏ ଯେ ବୃକ୍ଷ ସନାତନ ।
ଏ ବୃକ୍ଷର ମୂଳ ବୀଜ ଉଜ୍ଜ୍ୱଳ ଭାସ୍ୱର
ସର୍ବଲୋକାଶ୍ରୟ ବ୍ରହ୍ମ ନିତ୍ୟ ଅନଶ୍ୱର ।
ଅତୀତ ନୁହଇ ତହୁଁ କିଛି ଏ ଜଗତେ
ଏ ସେ ଆତ୍ମା ନଚିକେତ, ପୁଚ୍ଛିଲ ଯା' ମତେ । (ନ.ଉ. ୨।୩।୩୫)
No comments:
Post a Comment